33 C
Bhubaneswar
Tuesday, May 11, 2021

ଓଡ଼ିଶାକୁ ସିଧାସଳଖ ଆସିବ ଟିକା

Must read

ଭୁବନେଶ୍ୱର,୭/୧:ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନିରୁ ଆସିବ କରୋନା ଟିକା । ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଖୁବ୍ ଶୀଘ୍ରଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନିରୁ କୋଭିଡ୍-୧୯ ଟିକା ଆସିବ ବୋଲି ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହି ରାଜ୍ୟ ଓକେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ଆସାମ, ବିହାର,ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିଆଣା,ଝାଡଖଣ୍ଡ, କର୍ଣ୍ଣାଟକ, କେରଳ,ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା,ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ,ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ।

ଅବଶିଷ୍ଟ ୧୮ଟି ରାଜ୍ୟ ଓକେନ୍ଦ୍ରଶାସିତ ଅଞ୍ଚଳ ଯଥା ଆଣ୍ଡାମାନ ନିକୋବର ଦୀପପୁଞ୍ଜ,ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦରାଓ ନଗର ହବେଲି, ଦାମନ-ଡିୟୁ,ଗୋଅ ।, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର,ଲଦାଖ, ଲାକ୍ଷାଦୀପ, ମଣିପୁର,ମେଘାଳୟ, ମିଜୋରାମ, ନାଗାଲାଣ୍ଡ୍,ପୁଡୁଚେରି, ସିକିମ୍, ତ୍ରିପୁରା ଏବଂ ଉତ୍ତରାଖଣ୍ଡକୁ ଜିଏମ୍ଏସଡି ମାଧ୍ୟମରେ ଟିକା ଯୋଗାଇ ଦିଆଯିବ ।ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ଚିଠି ଲେଖାଯାଇ ଟିକା ଗ୍ରହଣ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି । ବିଶେଷ କରି ଟିକା ଆସିଲେ ତାହାକୁ ଗାଇଡଲାଇନ୍ ଅନୁସାରେ କିଭଳି ଗଚ୍ଛିତ ରଖାଯିବ ଓ ଜିଲ୍ଲାଗୁଡ଼ିକୁ କିଭଳି ପଠାଯିବ ସେ ନେଇ ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଏପଟେ ରାଜ୍ୟରେଆଉ ୧୦ ଦିନ ମଧ୍ୟରେ କରୋନା ଟିକା ପହଞ୍ଚିବୟ ପହଞ୍ଚିବାର ଦିନେ କିମ୍ବା ଦୁଇଦିନ ଭିତରେ ଟିକାକରଣ ଆରମ୍ଭ କରାଯିବ ବୋଲି ଡିଏମଇଟି ଡା. ସିବିକେ ମହାନ୍ତି ସୂଚନା ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମେ ପ୍ରସ୍ତୁତ ରହିଛୁ ।ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି,ତାହାକୁ ୨ଟି ଡୋଜରେ ଦିଆଯିବ । ପ୍ରଥମଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟଡୋଜ୍ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article