ପିପିଲି,୨ା୩ (ନି.ପ୍ର) : ସୋମବାର ଦିନ ୧୧.୩୦ ମିନିଟ୍ ରେ ପିପିଲି ବ୍ଲକ ଅଧିନସ୍ଥ ଦାଣ୍ଡମୁକୁନ୍ଦପୁର ଠାରେ ଅବସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲରେ ଚାଲିଥିବା ମାଟ୍ରିକ ପରିକ୍ଷା କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ପରିଦର୍ଶନ କରି ପରିକ୍ଷା ରୁମ୍ ସବୁ ବୁଲି ଦେଖିଥିଲେ । ମାଟ୍ରିକ ପରିକ୍ଷା ଶେଷଦିନ ହୋଇଥିବା ବେଳେ ସବୁ ଠିକଠାକ ଚାଲିଥିବା ସହ ଆସନ୍ତା ୧୮ତାରିଖରେ ମାଟ୍ରିକ ପରିକ୍ଷା ଖାତା ଦେଖା କାର୍ଯ୍ୟ ଆର ମ୍ଭ ହେବ ବୋଲି ଜଣାଇଛନ୍ତିା ଚଳିତ ବର୍ଷ ଶୃଙ୍ଖଳିତ ଭାବେ ମାଟ୍ରିକ ପରିକ୍ଷା ବନା ସମସ୍ୟାରେ ଶେଷ ହୋଇଥିବା ସେ କହିଛନ୍ତି । ସେଥିପାଇଁ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଦେବାସହ ପରିକ୍ଷାର୍ଥିଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।