କେନ୍ଦ୍ରାପଡ଼ା,୨/୩(ନି.ପ୍ର): କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସ୍ଥାନୀୟ କଜଳା ପେଟ୍ରୋଲପମ୍ପ ସମ୍ମୁଖରେ ‘ରୂପାନ୍ତରଣ’ କାର୍ଯ୍ୟକ୍ରମ ରବିବାର ସକାଳ ସାଢେ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ୫- ଟି ମିଶନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବରେ କେନ୍ଦ୍ରାପଡା ପୌରାଞ୍ଚଳକୁ ସ୍ୱଛ ଓ ସୁସ୍ଥ ରଖିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆର ମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ନିର୍ଦେଶରେ ପୌରାଞ୍ଚଳରେ ପ୍ରତ୍ୟେକ ରବିବାର ସକାଳ ୭ଟାରେ କରାଯିବାକୁ ସ୍ଥିର କରାଯାଇଛି ।
ଏହି ଉପଲକ୍ଷେ ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉସôବରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଞ୍ଚଳକୁ ସ୍ୱଛ, ନିର୍ମଳ ଓ ସୁସ୍ଥ ରଖିବା ଓ ସହରକୁ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରିବା ଉଦେଶ୍ୟରେ ଏପରି କାର୍ଯ୍ୟକ୍ରମ ଆର ମ୍ଭ କରାଯାଇଥିବା ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ପୌର ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ସହ କଜଳା ଠାରୁ ତିନିମୁହାଣି ଛକ ଓ ତିନିମୁହାଣି ଛକ ଠାରୁ କଜଳା ପେଟ୍ରୋଲପମ୍ପ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱକୁ ଝାଡୁଧରି ଅଳିଆ ଆବର୍ଜ୍ଜନାକୁ ଓଳାଇ ସଫା କରିବା ସହିତ ସାରା ସମାଜକୁ ଏକ ସଚେତନତା ବାର୍ତା ଦେଇଛନ୍ତି ।
ଜିଲ୍ଲାପାଳ ନିଜେ ସଫେଇ କରିବା ସହିତ ଅନ୍ୟମାନଙ୍କୁ ଏଥିରେ ସାମିଲ ହୋଇ ନିଜର ସହରକୁ ସ୍ୱଚ୍ଛ, ନିର୍ମଳ ଓ ସୁସ୍ଥ କରି ଗଢିତୋଳିବା ପାଇଁ ଆହ୍ୱନ ଦେଇଛନ୍ତି । ଏହି ଅବସରରେ ପୈାରସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜ୍ଜନାକୁ ଜମାଦେଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ଓ ପୌରନିର୍ବାହୀ ଅଧିକାରୀ ଶ୍ରୀ ବଳ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପୌରାଂଚଳର ଜନସାଧାରଣଙ୍କୁ ସଚେତନ କରାଇବା ଉଦେଶ୍ୟରେ ପାଲା ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୌରସଂସ୍ଥାର କର୍ମଚାରୀ ବିଜୟ କୁମାର ମିଶ୍ର, ମାନସ ରଞ୍ଜନ ମହାନ୍ତି, ସଞ୍ଜୀବ ମହାନ୍ତି, ପ୍ରସାନ୍ତ କୁମାର ନାୟକ, କ୍ଷିରୋଦ ଚନ୍ଦ୍ର ପାତ୍ର, ପ୍ରସାନ୍ତ କୁମାର ଦାସ, ଭୂବନମୋହନ କାନୁନଗୋ, ଅଶୋକ କୁମାର ସାହୁ, ଗଣେଶ କୁମାର ପାତ୍ର, ସୁଚିଶ୍ମିତା ଜେନା, ତପସ୍ୱିନୀ ଦାସ, ମନୋରଞ୍ଜନ ଦାସ, ମାମିନୀ ପଣ୍ଡା, କ୍ରିଷ୍ଣା ମହାପାତ୍ର, ରୋଜାଲିନ ଦାସଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି, ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତା ଓ ସଦସ୍ୟମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ ।
ନୀୟତି ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ବୀଣାପାଣି ଶତପଥୀ, ପ୍ରଶାନ୍ତ କୁମାର ସା, କଳ୍ପନା ପ୍ରଧାନ, ଲିଙ୍ଗରାଜ ଦାଶ, ଅଶୋକ କୁମାର ଦଳାଇ, ସର୍ମିଷ୍ଠା ଦାଶ ପ୍ରମୁଖ ଯୋଗଦେଇ ସହର ସଫେଇରେ ଯୋଗଦେବା ସହିତ ସହରର ବିଭିନ୍ନ ଛକ ସ୍ଥାନରେ ପାଲା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଇଥିଲା