28 C
Bhubaneswar
Saturday, September 19, 2020

ନାବାଳିକା ଦୁଷ୍କର୍ମର ହବ୍ ପାଲଟିଛି ଯାଜପୁର ଜିଲ୍ଲା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର, ୨/୩ (ଶ୍ରୁ.ମି.) : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲା କୁଆଖିଆ ରସଲପୁର ବ୍ଲକ ଅତଲପୁର ପଂଚାୟତ ୧ ନ ମ୍ବର ୱାର୍ଡର ଜଣେ ୧୨ ବର୍ଷୀୟା ଆଦିବାସୀ ନାବାଳିକା ସହ ପୂର୍ବତନ ବିଜେଡି ସରପଂଚ ତଥା ବିଜେଡି ଯୁବ ସଭାପତି
ସୁବାଷ ଖୁଂଟିଆ ଦୁଷ୍କର୍ମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । କ୍ଷମତାର ଅହଂକାର ଓ ଔଦ୍ଧତ୍ୟରେ ମଦ୍ୟାନ୍ଧ ଶାସକ ଦଳର ପରିଚୟ ଦେଇଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ସଭାପତି ସୁବାଷ ଖୁଂଟିଆ ନାବାଳିକା ଆଦିବାସୀ ଝିଅକୁ ଗୋଟିଏ ସ୍ଥାନରେ ବନ୍ଧକ ବନାଇ ଲଗାତାର ଦୁଷ୍କର୍ମ କରିଚାଲିଥିଲା । କୌଶଳକ୍ରମେ ପୀଡିତା ଜଣକ ସେ ସ୍ଥାନରୁ ଖସି ଆସିବା ପରେ ଅଭିଯୁକ୍ତର ସାନ ଭାଇ ପୁଣି ଥରେ ତାକୁ ଅପହରଣ କରି ନିଜ ଘରକୁ ନେଇ ଦୁଷ୍କର୍ମ କରିଛନ୍ତି । ଏହା ସମଗ୍ର ନାରୀ ସମାଜ ପ୍ରତି ଲଜ୍ଜାର ବିଷୟ ।

ପୀଡିତା ଜଣକ ଘରକୁ ଫେରିବା ପରେ ବି ରସଲପୁର ବିଜେଡି ବ୍ଲକ ସଭାପତି ଅରୁଣ ରାଉତ ଓରଫ ଧୁନା, ଯାଜପୁର ଜିଲ୍ଲା ବିଜେଡି ଯୁବ ସାଧାରଣ ସଂପାଦକ ମନୋଜ ରାଉତ ଥାନାରେ ଆପୋଷ ବୁଝାମଣା କରି କେସକୁ ରଫାଦଫା କରିବା ପାଇଁ ପୀଡିତାର ବାପାଙ୍କୁ ଧମକ ଦେଇଛନ୍ତି । ବାର ମ୍ବାର ଯାଜପୁର ଜିଲ୍ଲାରେ ଏଭଳି ସେ ମ୍ବଦନଶୀଳ ଘଟଣା ଘଟିଚାଲିଛି । ବିଗତ ୩ ବର୍ଷ ମଧ୍ୟରେ ୩୬୮ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରାଯାଇଛି । ପୂର୍ବରୁ ଧର୍ମଶାଳାରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା, କଂଟିଗଡିଆ ନାବାଳିକା ଝିଅକୁ ବନ୍ଧୁକ ଏବଂ ଛୁରୀ ମୁନରେ ଅପହରଣ କରି ଦୁଷ୍କର୍ମ କରିବା ଘଟଣା ଘଟିବା ପରେ ବି ପୋଲିସ କେବଳ ଦେଖଣାହାରୀ ସାଜିଛି । ଯାଜପୁର ଜିଲ୍ଲା ଏବେ ନାବାଳିକା ଦୁଷ୍କର୍ମର ହବ ପାଲଟିଛି ।

ସମସ୍ତ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସଂପୃକ୍ତି ରହୁଛି ଏବଂ ପୋଲିସ ଶାସକ ଦଳ ନିଦେ୍ର୍ଦଶରେ ଅପରାଧୀଙ୍କୁ ସୁରକ୍ଷା ଦେଇ ଚାଲିଛି । କ୍ଷମତା ଅନ୍ଧରେ ବିଜେଡି ଅହଂକାରୀ ଏବଂ ବଳାକ୍ରାରୀ ପାଲଟିଛି । ରାଜ୍ୟରେ ହେଉଥିବା ସମସ୍ତ ଦୁଷ୍କର୍ମ ଘଟଣାରେ ବିଜେଡି ଦଳର ଲିଙ୍କ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲାରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଓ ବେଭିଚାର ବଢିଚାଲିଛି । ଯାଜପୁର ଜିଲ୍ଲାରେ ବିଜେଡିର ମହିଳା ସାଂସଦ ଏବଂ ସମସ୍ତ ବିଜେଡି ବିଧାୟକ ରହି ମଧ୍ୟ ନାରୀ ସୁରକ୍ଷା ଦିଗରେ କିପରି କାର୍ଯ୍ୟ କରୁଛନ୍ତି ତାହା ବିଗତ ଦିନ ଘଟଣାରୁ ସ୍ପଷ୍ଟ ହେଉଛି । ମହିଳାଙ୍କୁ ସୁରକ୍ଷା ପାଇଁ ରାଜ୍ୟସରକାରଙ୍କ ବ୍ୟବସ୍ଥା କେବଳ ଫାଇଲ ଭିତରେ ସୀମିତ ହୋଇ ରହିଛି ।

ଶାସକ ଦଳ ନେତା ଓ କର୍ମୀମାନେ ଏଭଳି କୁକର୍ମରୁ ନିଜକୁ ଦୂରେଇ ନରଖିଲେ ଆଗାମୀ ଦିନରେ ମୁଖ୍ୟ ବିରୋଧୀ ଭାବେ ବିଜେପି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି । ଏହି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିଜେଡି ଯୁବସଭାପତିଙ୍କୁ ପୋକସୋ ଆକ୍ଟ ଲଗାଇ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ । ଏହା ସହ ଅଭିଯୁକ୍ତର ସାନ ଭାଇ, ରସଲପୁର ବିଜେଡି ବ୍ଲକ ସଭାପତି ଅରୁଣ ରାଉତ ଓରଫ ଧୁନା ଏବଂ ଯାଜପୁର ଜିଲ୍ଲା ବିଜେଡି ଯୁବ ସାଧାରଣ ସଂପାଦକ ମନୋଜ ରାଉତଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ । ମହିଳାଙ୍କ ଅତ୍ୟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ଏବଂ ପୀଡିତାର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ପରିବାରକୁ ତୁରନ୍ତ ପୋଲିସ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଡ. ସାମନ୍ତସିଂହାର ଦାବୀ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...