ପାରାଦ୍ୱୀପ,୨ା୩ (ନି.ପ୍ର) : ପୂର୍ବ ଓଡିଶାଶିଳ୍ପାଂଚଳ ବିକାଶ ପରିଷଦ ଓ ଜମିହରାକୃଷକ ମହା ସଂଘ ତରଫରୁ ମାଗଣା ଚକ୍ଷୁଚିକିସôା ଶିବିର ଅନୁଷ୍ଠିତ ହୋଇ ଯାଇଛି ।କଟକ ରୋଟାରୀ କ୍ଲବର ଚକ୍ଷୁବିଶେଷଜ୍ଞମାନଙ୍କ ଦ୍ୱାରା ଲୋକମାନଙ୍କୁମାଗଣା ଚକ୍ଷୁ ସେବା ଯୋଗାଇଦେଇଥିଲେ । ଏହି ଅବସରରେ ଏଲ ଆଣ୍ଡଟି ର ମୁଖ୍ୟ ପ୍ରବନ୍ଧକ ଏନ. ଋାମରନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପରି ମହତ କାର୍ଯ୍ୟ ପାଇଁ ସଭାପତି ଗୋଲେଖ ନାୟକଙ୍କୁ ଭୂୟଂସୀ ପ୍ରଂଶସା କରିଥିଲେ । ଏବଂ ଏହି ସେବା ସମସ୍ତେ ନେବା ପାଇଁ ସେ କହିଥିଲେ ।
ମୁଖ୍ୟ ବକ୍ତା ଭାବେ ସ୍ୱତା ମଲ୍ଲିକ, ମାନେଜିଂଗ ଟ୍ରଷ୍ଟି ସୁକାନ୍ତ ମହାନ୍ତି , ୟୁନିୟନର ସଭାପତି ଗୋଲେଖ ନାୟକ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ନଳୀନୀ ପଣ୍ଡା, ସେକ୍ ବାରି, ସୁରେଶ ବେହେ ରା, ଗୋପିଆକୁଦ ସରପଂଚ ମିହିର ରଂଜନ ସାହୁ, ପାରାଦ୍ୱୀପଗଡ ସରପଂଚ ହେମନ୍ତ ସ୍ୱାଇଁ, ଜମିହରା କୃଷକ ମହାସଂଘର ସାଧାରଣ ସଂପାଦକ ମାନସ ପରିଡା, ଉପସଭାପତି ଅରଗାନାଇଜେସନ ସେକ୍ରେଟାରୀ ସ୍ନେହଲତା ପ୍ରଧାନ, ସମାଜସେବୀ ରବିନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲା ବେଳେ ମଂଚକୁ ପରିଚାଳନା କରିଥିଲେ ଆଲୋକ, ସୁରେନ୍ଦ୍ର ରାଉତ ହାଡିବନ୍ଧୁ ସେଠୀ, ସଜୟ ସ୍ୱାଇଁ, ବିଜୟ ଦାସ, ଶାନ୍ତିଲତା
ପଟନାୟକ, ଜୟନ୍ତୀ ମାଝି, ବିଶ୍ୱାନାଥ ପରିଡା ଧନେଶ୍ୱର ସାମଲ, ପାରାଦ୍ୱୀପଗଡର ସ୍ୱାସ୍ଥ୍ୟସେବା ସଂଗଠନ , ତ୍ରଲୋଚନପୁର ସ୍ୱାସ୍ଥ୍ୟସେବା ସଂଗଠ.
ପିତା ମ୍ବର ପ୍ରସାଦ ମାଝି, ତାପସ ମାଝି, ପରିକ୍ଷିତ ସେନାପତି, ଯୋଗେନ୍ଦ୍ର ଦାସ, ହିରଣ୍ୟ ମାଝି, ଜ୍ୟୋସ୍ନା ଛାଟୋଇ, ଆଲୋକ ପ୍ରଧାନ, ସୁରେନ୍ଦ୍ର ତରାଇ ଓ ନଗେନ୍ଦ୍ର ତରାଇଙ୍କ ସମତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମକୁ ସହ ଯୋଗ କରିଥିଲେ ।
ଯେହେତି ପାରାଦ୍ୱୀପ ଏକ ଶିଳ୍ପାଂଚଳ ସହର ଲୋକମାନଙ୍କ ଆଖି ଘୋର ସମସ୍ୟା ନିଶ୍ଚୟ ଦେକା ଯାଉଥିବ, ସେଥି ପାଇଁ ଆଜି ଏହି ମାଗଣା ଚକ୍ଷୁ ସେବା ସଭାପତି ଗୋଲେଖ ଚନ୍ଦ୍ର ନାୟକ ଆୟୋଜନ କରୁଥିବାରୁ ଅଚଂଳବାସୀ ଶ୍ରୀ ନାୟକଙ୍କ ଉତରତ୍ୱର କାମନା କରିବା ସହ ପ୍ରଭୁ ଶିଦେ୍ଦଶ୍ୱରଙ୍କ ପାଖରେ ଦୀର୍ଘାୟୁ କାମନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି କ୍ୟାମ୍ପରୁ ୪୫ ଜଣ ମୋତିଆ ବିନ୍ଦୁ ମାନଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ କଟକ ରୋଟାରୀ ଆଇ ଚିକିସôାଳୟରେ ଚିକିସôା ଯୋଗାଇ ଦେବା ସହ ରୋଗୀମାନଙ୍କୁ ଏଠାକୁ ପୂର୍ଣ୍ଣବାର ଆଣି ଛଡା ଯିବ ବୋଲି ରୋଟାରୀ ଆଇ ଚିକିସôାଳୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଲୋକ କୁମାର ସାହୁ କହିଛନ୍ତି । ଯଦି ଆହୁରି ସୁବିଧା ସୁଯୋଗ ମିଳିବ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ମାଗଣା ଚକ୍ଷୁ ସେବା ଯୋଗାଇ ଦିଆଯିବ ବୋଲି କହିବା ସହ ଟ୍ରକ୍ ଡ୍ରାଇଭର, ହେଲପର ଓ ଶିଳ୍ପାଂଚଳରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁମଧ୍ୟ ଆସନ୍ତା ଦିନମାନଙ୍କରେ ରାସ୍ତାକଡରେ ଟେଂଟ ପକାଇ ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହୁ କହିଥିଲେ ।