ଭୁବନେଶ୍ୱର,୧୮ ।୧୨: କମ୍ପୁଞ୍ଜି ବିନିଯୋଗରେ ତ୍ୱରିତ ଉତ୍ପାଦନ ଓ ଭଲ ହେଉଥିବାରୁ ଓଡ଼ିଶାର ଗାଁଗହଳର ଅନେକ ଚାଷୀ ଛତୁଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ୩୦ ବର୍ଷ ମଧ୍ୟରେ ଓଡ଼ିଶା ପାଳଛତୁ ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସ୍ଥାନରେ ପହଞ୍ଚିଥିବାବେଳେ ଅନ୍ୟ କେତେକ ରାଜ୍ୟକୁ ଛତୁ ରତ୍ପାନି କରୁଛି । ଏହି କ୍ଷେତ୍ରକୁ ସୁସଙ୍ଗଠିତ କରାଯାଇପାରିଲେ ଅନୁ୍ୟନ ୧୦ ଲକ୍ଷଲୋକ କର୍ମନିଯୁକ୍ତି ପାଇପାରିବେ ଏବଂଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି କିଛି ପରିମାଣରେ ସୁଦୃ ହୋଇପାରିବ ବୋଲିଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଧ୍ୟକ୍ଷ ପ୍ରଫେସର ଅଦ୍ୱୈତ ଚରଣ ପାତ୍ରକହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ୧୯୭୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଦୁଇଜଣ ପ୍ରଫେସର ନରେନ୍ଦ୍ର ମହାନ୍ତି ଓ ଗୋରାଚାନ୍ଦରଥ ଛତୁ ଉପରେ ଗବେଷଣା ଆରମ୍ଭ କରିଥିଲେ । ପ୍ରଫେସର ଅଦ୍ୱୈତ ପାତ୍ର୧୯୮୫ ମସିହାରେ ଛତୁ ଗବେଷଣା କାମ ହାତକୁ ନେବା ବେଳକୁ ଏଥିଲାଗିବାର୍ଷିକ ମାତ୍ର ୫୦୦ ଟଙ୍କା ଅନୁଦାନର ବ୍ୟବସ୍ଥା ଥିଲା । ତେବେ ପ୍ରଫେସର ପାତ୍ରଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ଛତୁଚାଷ ବିଶ୍ୱବିଦ୍ୟାଳୟର ଗବେଷଣା ଗାରରୁ ଚାଷୀର କ୍ଷେତରେ ପହଞ୍ଚିପାରିଲା ଏବଂ ୧୯୮୮ମସିହାରୁ ଚାଷୀମାନେ ଖୋଲା ବଜାରରେ ଛତୁ ବିକ୍ରି ଆରମ୍ଭ କଲେ ।
ପ୍ରଫେସର ପାତ୍ରଙ୍କ ଉଦ୍ୟମ କ୍ରମେ ୧୯୯୨ମସିହାରେ ଓ ୟୁଏଟିରେ ଗ୍ରୀଷ୍ମମଣ୍ଡଳୀୟ ଛତୁ ଗବେଷଣା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବା ପରେ ଓଡ଼ିଶାରେ ଛତୁଚାଷର ଦ୍ରୁତ ବିକାଶ ଘଟିଥିବା ବହୁ ଛତୁଚାଷୀ ସ୍ୱୀକାର କରୁଛନ୍ତି । କେବଳ ସେତିକିନୁହେଁ ଏବେ ଦେଶର ଅନ୍ୟ ରାଜ୍ୟରୁ ଗବେଷକ ଓ ଚାଷୀମାନେ ଛତୁଚାଷ ସମ୍ପର୍କରେ ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତିଏବଂ ସନ୍ତୋଷ ମିଶ୍ରଙ୍କ ଭଳି ଛତୁଚାଷୀମାନେ ଭାରତର ଅନ୍ୟୁନ ୧୦ଟି ରାଜ୍ୟରେ ତାଲିମ୍ ଦେଇ ଛତୁ ଚାଷକୁ ଆଗଉଛନ୍ତି । ଛତୁ ମହାସଂଘର କୋଷାଧ୍ୟକ୍ଷ ସଞ୍ଜୟ ସ୍ୱାଇଁ, ଛତୁଚାଷୀ ଲକ୍ଷ୍ମର ବସ୍ତିଆଓ ମନୋରଞ୍ଜନ ସିଂହଙ୍କ ସୂଚନାନୁଯାୟୀ ଓଡ଼ିଶାରେ ଏବେ ବାର୍ଷିକ ୨୫ହଜାର ଟନ୍ରୁଅଧିକ ଛତୁ ଉତ୍ପାଦିତ ହେଉଛି ଏବଂସେଥିରୁ କେବଳ ପୁରୀ ଜିଲ୍ଲାରେ ପ୍ରାୟ୧୦ହଜାର ଟନ୍ ଛତୁ ଉତ୍ପାଦିତ ହେଉଛି । ଢେଙ୍କାନାଳ, ଗଞ୍ଜାମ, ବାଲେଶ୍ୱର,ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଯାଜପୁରଓ ଜଗତସିଂହପୁର ଆଦି ଜିଲ୍ଲାରେ ଛତୁଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେବି ଛତୁଚାଷ ହେଉଛି । ଏବେ ୩୦ଟିଯାକ ଜିଲ୍ଲାର ଅନ୍ୟୁନ ୨୫୦ଟି ବ୍ଲକ୍ରେ୪୦ହଜାର ପର୍ଯ୍ୟନ୍ତ ଲୋକ ଛତୁ ଚାଷକରୁଥିବା ଜଣାପଡ଼ିଛି ।
ଓଡ଼ିଶାରେ ଯେଭଳି ପ୍ରଚୁର ପରିମାଣର ନଡ଼ାଉପଲବ୍ଧ ହେଉଛି ଏବଂ ଏଠାକାର ଜଳବାୟୁ ସ୍ଥିତି ଯେପରି ରହିଛି ସେପରି ପ୍ରେକ୍ଷୀରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଛତୁଚାଷ ପାଇଁପ୍ରତି ଗାଁରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଲେ ଓଡ଼ିଶାରେ ବାର୍ଷିକ ୧୦ ଲକ୍ଷଟନ୍ରୁ ଅଧିକ ଛତୁ ଉତ୍ପାଦିତ ହୋଇପାରିବ । ଏବେ ଓଡ଼ିଶାର ପ୍ରାୟ୪୦ହଜାର ଲୋକ ଛତୁଚାଷ କରୁଥିବାବେଳେ ଚାଷଠାରୁ ଆରମ୍ଭ କରି ଭାଡ଼ିତିଆରି, ବିପଣନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ୧ଲକ୍ଷ ୨୦ହଜାରରୁ ଅଧିକଲୋକ ନିୟୋଜିତ ହେଉଛନ୍ତି ।ପାଳଛତୁ ମାତ୍ର ୧୨ ଦିନ ମଧ୍ୟରେ ଉତ୍ପାଦିତ ହେଉଥିବା ପରିପ୍ରେକ୍ଷୀରେ ଏହା ଚାଷୀମାନଙ୍କୁ ବେଶ୍ ଲାଭ ଦେଉଛନ୍ତି ।ନିଜ ଘର ଓ ବାଡ଼ିରେ ଅଳ୍ପ ଜାଗାରେ ଭାଡ଼ିକରି ଅନେକ ଦିନ ମଜୁରିଆଲୋକ ଛତୁ ଉତ୍ପାଦନ କରୁଛନ୍ତି ।ହାରାହାରି ୨୦୦୦ ଶଯ୍ୟାର ଛତୁ ପାଇଁପ୍ରାୟ ୨ ଲକ୍ଷ ଟଙ୍କାର ପୁଞ୍ଜି ଆବଶ୍ୟକ ପଡ଼ୁଥିବା ବେଳେ ୬ ମାସ ଭିତରେଏହା ଉଠିଯାଉଛି । ମଧ୍ୟାହ୍ନ ଭୋଜନରେ ଛତୁକୁ ସାମିଲ କରାଯିବା ସହ ଛତୁଭିତ୍ତିକ ଗ୍ରାମ୍ୟ ଶିଳ୍ପମାନ ପ୍ରତିଷ୍ଠା କରାଗଲେ ଏବଂଛତୁର ବିପଣନ ପାଇଁ ସରକାର ପଦକ୍ଷେପ ନେଲେ ଏହା ବେକାରୀ ସମସ୍ୟା ଦୂରସହ ରାଜ୍ୟ ଅର୍ଥନୀତିକୁ ସୁଦୃ କରିବାରେ ସହାୟକ ହେବ ବୋଲି ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ ସିଂହ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।