ନୂଆଦିଲ୍ଲୀ,୧୮/୧୨ (ନି.ପ୍ର.):ଗୁରୁବାର ସୁପ୍ରିମକୋର୍ଟ କୃଷକ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି କରି କେନ୍ଦ୍ରସରକାରଙ୍କୁ ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତାକୁ ବର୍ତ୍ତମାନ ଲାଗି ସ୍ଥଗିତ ରଖିବା ନେଇ ବିଚାର କରିବାକୁ କହିଛନ୍ତି । ଏଥିସହ ବିଚାର ସମୟରେ ଚାଷୀ ସଂଗଠନ ମାନେ ଉପସ୍ଥିତ ନ ଥିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ପୁଣିଥରେ କୃଷକ ଏବଂ ସରକାରୀ ପକ୍ଷର ପ୍ରତିନିଧିଙ୍କୁ ନେଇ ଏକ ନିରପେକ୍ଷ କମିଟିଗଠନ କରି ଚାଷୀ ଆନ୍ଦୋଳନ ଜନିତ ସୃଷ୍ଟ ଅଚଳାବସ୍ଥାକୁ ଦୂର କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ଶୁଣାଣି ସମୟରେ ମୁଖ୍ୟବିଚାରପତି (ସିଜେଆଇ) ଏଏସ୍ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି କୃଷକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି । ଏଥିରେ ଆମେ ହସ୍ତକ୍ଷେପ କରିପାରିବା ନାହିଁ । ହେଲେ ଏଥିରେ ଯେମିତି କାହା ଜୀବନ ପ୍ରତି ବିପଦ ନ ଆସିବ ଓ ଏହାହିଂସା ସୃଷ୍ଟି କରୁ ନ ଥିବ ।
ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏବୋବଡେ କହିଛନ୍ତି ଯେ,କେଣସି କୃଷକ ସଙ୍ଗଠନ କୋର୍ଟରେ ଉପସ୍ଥିତ ନ ଥିବାରୁଏବଂ ଆଗକୁ ଶୀତକାଳୀନ ଛୁଟି ହେବାକୁ ଥିବାରୁ ଅବସର କାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।ତେବେ ଶୁଣାଣି ସମୟରେ ବିବାଦୀୟ କୃଷି ଆଇନକୁ କାର୍ଯ୍ୟକ୍ଷମ କରିବା ନେଇ ପୁଣି ଥରେ ବିଚାର କରିବାକୁ ପ୍ରଧାନ ବିଚାରପତି କେନ୍ଦ୍ରସରକାରଙ୍କୁ କହିଥିଲେ ମଧ୍ୟ ଏହା ସମ୍ଭବନୁହେଁ ବୋଲି ସରକାରଙ୍କ ପକ୍ଷରୁ ମତ ରଖିଥିଲେ ସଲିସିଟର ଜେନେରାଲ୍ । ମାତ୍ର ଅଦାଲତ ବିରକ୍ତି ପ୍ରକାଶ କରି ପୂର୍ବନିଦ୍ଧାରିତ ନିଷ୍ପତ୍ତିକୁ ନ ଦୋହରାଇ ଏହି ପରାମର୍ଶ ଉପରେ ବିଚାର କରିବାକୁ କହିଥିଲେ ।ଏହାପରେ ପରବର୍ତ୍ତୀ ଶୁଣାଣି ଲାଗି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତଚାଷୀ ସଂଗଠନକୁ ନୋଟିସ କରିବା ଲାଗି ନିର୍ଦେଶ ଦେଇଥିଲେ ।
ଆଜି ଶୁଣାଣି ସମୟରେ କେନ୍ଦ୍ରସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେତ ଓ ପଞ୍ଜାବ ସରକାରଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନ ଜୀବୀ ପି ଚିଦାମ୍ବରମ୍ ମୁହାଁମୁହିଁ ହୋଇଥିଲେ । କୃଷକମାନେ ଦିଲ୍ଲୀକୁ ଆସିଥିବା ରାସ୍ତା ଅବରୋଧ କରିଛନ୍ତି, ମାସ୍କ ନ ପିନ୍ଧିକୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି ଓଯାହାର ପରିଣତି ଭୟଙ୍କର ସଂକ୍ରମଣ ହୋଇପାରେ ବୋଲି ସଲିସିଟର ଜେନେରା ଲ୍କହିଥିଲେ । ଅନ୍ୟ ପକ୍ଷରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ପି ଚିଦାମ୍ବରମ କହିଥିଲେ ଯେ, କେଣସି କୃଷକ ସଂଗଠନ ରାସ୍ତା ଅବରୋଧ କରିନାହାନ୍ତି । ପ୍ରଶାସନ ଦ୍ୱାରା ରାସ୍ତା ବନ୍ଦ କରାଯାଇଛି । ତେବେ କେନ୍ଦ୍ରସରକାର ଏବଂ ପଞ୍ଜାବ ସରକାରଙ୍କ ପକ୍ଷଶୁଣିଥିଲେ ମଧ୍ୟ କୃଷକ ସଂଗଠନର ପକ୍ଷନ ଶୁଣିବା ଯାଏ କେଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି କହି ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।