20 C
Bhubaneswar
Wednesday, January 20, 2021

ଅନ୍ତର୍ଜାତୀୟ “ଗ୍ରୀନବର୍ଗ ପୁରସ୍କାର ।

Must read

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଭୁବନେଶ୍ୱର,୧୫ ।୧୨,:ଦୃଷ୍ଟିହୀନତା ଦୂର କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଲ୍ଭିପ୍ରସାଦ ଆଇ ଇନଷ୍ଟିଚୁ୍ୟଟକୁ ଅନ୍ତର୍ଜାତୀୟ ସ୍ତରର ସମ୍ମାନଜନକ ‘ଗ୍ରୀନବର୍ଗପୁରସ୍କାର’ ମିଳିଛି । ଇନଷ୍ଟିଚୁ୍ୟଟରପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ଗୁଲ୍ଲାପାଲ୍ଲି ଏନ୍ରାଓଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ‘ଦୃଷ୍ଟିହୀନତା ଦୂରୀକରଣ’ଭଳି ଏକ ମହତ୍ ଆନେ୍ଦାଳନ ଆରମ୍ଭ କରିଥିଲେ ଡାକ୍ତର ସାନଫୋର୍ଡ ଗ୍ରୀନବର୍ଗ,ଯିଏ ମାତ୍ର ୧୯ ବର୍ଷ ବୟସରେ ନିଜଦୃଷ୍ଟି ଶକ୍ତି ହରାଇଥିଲେ । ଏପରିକି ତାଙ୍କସ୍ତ୍ରୀଙ୍କର ମଧ୍ୟ ଦୃଷ୍ଟିଶକ୍ତି ନ ଥିଲା । ଡାକ୍ତରଗ୍ରୀନବର୍ଗ ୨୦୧୨ରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅଧୀନ ୱିଲମର ଆଇଇନ ଷ୍ଟିଚୁ୍ୟଟର ପରିଚାଳନା ପରିଷଦରଅଧ୍ୟକ୍ଷ ଥିବାବେଳେ ‘ଗ୍ରୀନବର୍ଗ ପୁରସ୍କାର’ର ଘୋଷଣା କରାଯାଇଥିଲା ।ଦୃଷ୍ଟିହୀନତା ଦୂରୀକରଣ ଦିଗରେ ଅଗ୍ରଣୀଭୂମିକା ନେଇଥିବା ବୈଜ୍ଞାନିକ ତଥାଡାକ୍ତରୀ କ୍ଷେତ୍ରର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁଏହି ପୁରସ୍କାର ଦିଆଯାଉଛି ।

ଏଲଭିପ୍ରସାଦ ଆଇ ଇନଷ୍ଟିଚୁ୍ୟଟର ୩ ହଜାର ସଦସ୍ୟ ଥିବା ପରିବାର ତଥା ଏହାର ଶୁଭେଚ୍ଛୁଙ୍କ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି ମୁଁ ବେଶ୍ ଆନନ୍ଦିତତଥା ଗର୍ବିତ ହେବି । ଆଖିର ଯତ୍ନନେଇଆସୁଥିବା ବିଶ୍ୱର ସମସ୍ତ ଅନୁଷ୍ଠାନପାଇଁ ‘ଦୃଷ୍ଟିହୀନତା ଦୂରୀକରଣ’ ଲକ୍ଷ୍ୟକୁହାସଲ କରିବା ଗତ ଦୁଇ ଦଶନ୍ଧି ଧରିଏକ ସ୍ୱପ୍ନ ହୋଇ ରହିଆସିଥିଲା । ଏଦିଗରେ ଆମର ଅବଦାନକୁ ସ୍ୱୀକୃତି ଦେଇଥିବାରୁ ଆମେ ସାନଫୋର୍ଡ ଆଣ୍ଡସୁସାନ ଗ୍ରୀନବର୍ଗ ଏଣ୍ଡ ବ୍ଲାଇଣ୍ଡନେ ସ୍ଫାଉଣ୍ଡେସନକୁ କୃତଜ୍ଞତା ଜଣାଉଛୁ କହିଛନ୍ତି ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲ୍ଲାପାଲ୍ଲି ଏନ୍ରାଓ । ଗ୍ରୀନବର୍ଗ ପୁରସ୍କାର ପାଇଥିବାବିଜେତାମାନେ ବୈଜ୍ଞାନିକ ଓ ଡାକ୍ତରୀକ୍ଷେତ୍ରର ବ୍ୟକ୍ତିବିଶେଷ ଯେଉଁମାନେଗୋଟିଏ ଦୁର୍ବଳ ସ୍ଥିତିରେ ନିରବଚ୍ଛିନ୍ନସଂଗ୍ରାମ କରିବାରେ ଅଗ୍ରଣୀ ଭୂମିକାନେଇ ଆସିଛନ୍ତି । ୩ ମିଲିୟନ ଡଲାର(୨୨ କୋଟି ଟଙ୍କାରୁ ଅଧିକ) ଅର୍ଥରାଶିଦିଆଯାଉଥିବା ଗ୍ରୀନବର୍ଗ ପୁରସ୍କାର ହେଉଛିଏକ ମିଳିତ ଉଦ୍ୟମର ଐତିହାସିକନିଦର୍ଶନ ।

ଏହି ଉଦ୍ୟମ ପଛରେ ପ୍ରତିଷ୍ଠିତବୈଜ୍ଞାନିକ, ବାଣିଜ୍ୟ, ରାଜନୀତି,ସଂସ୍କୃତି, କଳା, ସଙ୍ଗୀତ ଓ ମନୋର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି ।୧୯୮୭ରେ ପ୍ରତିଷ୍ଠା ହୋଇଥିବା ଏଲଭିପ୍ରସାଦ ଆଇ ଇନଷ୍ଟିଚୁ୍ୟଟ ଜନସାଧାରଣଙ୍କଉଦେ୍ଦଶ୍ୟରେ ସମର୍ପିତ ଏକ ଅଗ୍ରଣୀ ଚକ୍ଷୁଯତ୍ନ ସେବା ପ୍ରଦାନକାରୀ ସଂସ୍ଥା । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ସହଯୋଗରେ ଏହିସଂସ୍ଥା ଦୃଷ୍ଟିହୀନତା ଦୂରୀକରଣ ପାଇଁ କାମକରୁଛି ଏବଂ ‘ଭିଜନ ୨୦୨୦ : ଦୃଷ୍ଟିରଅଧିକାର’ ଭଳି କାର୍ଯ୍ୟକ୍ରମ ପାଇଁ ଏହାଏକ ବୈଶ୍ୱିକ ଗବେଷଣା ସଂସ୍ଥା ଭାବେଉଭା ହୋଇଛି । ପିରାମିଡ୍ ମଡେଲରେକାମ କରୁଥିବା ଏଲ୍ଭି ପ୍ରସାଦ ଆଇଇନଷ୍ଟିଚୁ୍ୟଟ ଚକ୍ଷୁ ଯତ୍ନ କ୍ଷେତ୍ରରେତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓକର୍ଣ୍ଣାଟକ ଭଳି ୪ଟି ରାଜ୍ୟର ଉପାନ୍ତଗ୍ରାମୀଣ ଅଂଚଳରେ ସେବା ଯୋଗାଉଛି ।

- Advertisement -ଅନ୍ତର୍ଜାତୀୟ "ଗ୍ରୀନବର୍ଗ ପୁରସ୍କାର ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଅନ୍ତର୍ଜାତୀୟ "ଗ୍ରୀନବର୍ଗ ପୁରସ୍କାର ।

Latest article

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଅଟ୍ଟାରୀ-ୱାଗା କ୍ରସିଂ ମାଧ୍ୟମରେ ମୃତଦେହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ।

ପାକିସ୍ତାନ : ଗୁଜୁରାଟର କୁଚ୍‌ର ଭୁଜ୍‌ର ମିଳିତ ପଚରାଉଚରା କେନ୍ଦ୍ର (ଜେଆଇସି) ରେ ବନ୍ଦୀ ଥିବା ଚାରିଜଣ ପାକିସ୍ତାନୀ...