ନୂଆଦିଲ୍ଲୀ:ତା,୧୫/୧୨,ଭାରତୀୟ ସେନା ସାହସିକତାର ସହ ଲି ଚୀନର ପିପୁଲ୍ସଲିବରେସନ୍ ଆର୍ମିକୁ ପଛକୁ ଘୁଞ୍ଚିବାକୁ ବାଧ୍ୟକରିଥିଲେ । ଲଦାଖ ନିକଟସ୍ଥ ଲାଇନ ଅଫଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି) ରେଭାରତୀୟ ସେନା ଦିନ ରାତି ଏକ କରି ଚୀନସେନାର ଗିତିବିଧି ଉପରେ ନଜର ରଖିବାସହ ସେମାନଙ୍କର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ·ମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ଇଣ୍ଡଷ୍ଟ୍ରି'(ଫିକ୍କି)ର ୯୩ ତମ ସାଧାରଣ ସଭାଏବଂ ବାର୍ଷିକ ଅଧିବେଶନରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଏହି ଗୁରରୁôବ ପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି । ଜୁନ ମାସରେ ଚୀନ ସେନା ସହ ଲିସହିଦ ହୋଇଥିବା ୨୦ଜଣ ଯବାନଙ୍କ ସାହାସିକତା ବିଷୟରେ ବର୍ଣ୍ଣନା କରି ସେକହିଥିଲେ ଯେ,
ଚଳିତ ବର୍ଷ ଆମର ସେନାକୁ ଯେଉଁ ସଫଳତା ମିଳିଛି , ତାକୁନେଇ ଆମର ଆଗାମୀ ପିି ନିଶ୍ଚିତ ଭାବରେ ଭାରତୀୟ ସେନା ଉପରେ ଗର୍ବ ଅନୁଭବ କରିବ । ଗଲୱାନ ସଂଘର୍ଷ ପରେ ଏଲଏସିରେ ସ୍ଥିତି ଅଶାନ୍ତ ହୋଇ ପଡ଼ିଥିଲା ।କିନ୍ତୁ ଆମର ଯବାନମାନେ ଯେଉଁଭଳି ଭାବରେ ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଲେ,ତାହା ଅତ୍ୟନ୍ତ ପ୍ରଶଂସନୀୟୟ ଗଲୱାନରେ ଆମର ୨୦ଜଣ ଯବାନ ସହିଦ ହୋଇଥିବା କଥା ଆମେ ସ୍ୱୀକାର କରିଥିଲେ ମଧ୍ୟ ଚୀନଏ ପର୍ଯ୍ୟନ୍ତ ନିଜ ଆଡୁ ନିଜ ଯବାନଙ୍କ ମୃତାହତର ସଂଖ୍ୟା ଜଣାଇ ନାହିଁ । ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରିବା ସହ ସୈନ୍ୟ ପ୍ରତ୍ୟାହାର କରିବ କହି ସୀମାରେ ସେନ୍ୟଠୁଳ କରିଛି । କିନ୍ତୁ ସବୁ ପରେ ବି ସେ ଆମସେନା ଶତ୍ରୁର ଆଖି ସହ ଆଖି ମିଶାଇ ଚାଲିଛନ୍ତି ବୋଲି କହିଛନ୍ତି ରାଜନାଥ ସିଂହ ।
ଏହା ସହ ପାକିସ୍ତାନ ସହ ସୀମା ବିବାଦକୁ ନେଇ ସେ କହିଛନ୍ତି ଯେ, ଆମେଚଳିତ ବର୍ଷ ସୀମା ଆତଙ୍କବାଦର ମଧ୍ୟଶିକାର ହୋଇଛୁ । ପାକିସ୍ତାନ ପକ୍ଷରୁ ଅନେକଥର ଆକ୍ରମଣ କରାଯାଇଥିବା ବେଳେ ଅନେକ ଆତଙ୍କବାଦୀ ନିୟନ୍ତ୍ରଣ ରେଖାପାର ହୋଇ ଭାରତ ଆସିଛନ୍ତି । କିନ୍ତୁସୀମାରେ ଥିବା ଆମ ସେନା ସାହାସର ସହ ସେମାନଙ୍କ ସାମ୍ନା କରିଛନ୍ତି । ଏଥିରେଆମେ ଆମର ଅନେକ ଯବାନଙ୍କୁ ମଧ୍ୟ ହରାଇଥିଲେ ମଧ୍ୟ ଦେଶକୁ ବଞ୍ଚାଇବାରେ ଆମ ଯବାନ ମାନେ ସଫଳ ହୋଇଛନ୍ତି