23 C
Bhubaneswar
Tuesday, May 11, 2021

ଅହମଦୀୟା ଯୁବ ସଂଗଠନର କାର୍ଯ୍ୟକାରିଣୀ ବୈଠକ ।

Must read

ଖୋର୍ଦ୍ଧା,ତା, ୧୪/୧୨: ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ମହମୁଦାବାଦ ଜାମାମସଜିଦ ପରିସରରେ ମଜଲିସ ଖୁଦ୍ଦାମୁଲ ଅହମଦୀୟା ଯୁବ ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅହମଦୀୟା ଯୁବ ସଂଗଠନର ଜିଲ୍ଲା ସଭାପତି ସୁଲେମାନ ଅହମଦଖାନ ସଭାପତିତ୍ୱ କରିଥିଲେ । ପବିତ୍ର କୋରାନପାଠ ରୱାଉଦ୍ଦିନ ଖାନ କରିବା ସହ ବୈଠକକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ହୁମାନିଟି ଫାଷ୍ଟସଂଗଠନର ଇନଚାର୍ଜ ସୈଫୁର ଅହମଦ ଯୋଗଦେଇଥିଲେ । ମୁଖ୍ୟ ବକ୍ତାଭାବେ କେରଙ୍ଗ ଅହମଦୀୟା ମୁସଲିମ ଗ୍ରାମର ମୌଲାନା ସେକସୋଲେମାନ ଯୋଗଦେଇ କହିଲେ, ଉତମସମାଜ ଗଢିବାରେ ଯୁବକ ମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ଯୁବକମାନଙ୍କ ଗତି ହିଁଦେଶ ଓ ସମାଜର ଗତିପଥ ବଦଳି ଥାଏ ।ଯୁବକମାନେ ଶୃଙ୍ଖଳିତ ହୋଇ ଭଲ କର୍ମ କଲେହିଁ ସମାଜ ଭଲ ଦିଗରେ ଗତି କରିବ ।ଯୁବକମାନେ ଯଦି ନିଜ ଗତି ପଥ ବଦଳାଇ ଅବାଟରେ ଗତି କରନ୍ତି, ତେବେ ସମାଜର ଅବସ୍ଥା ସୋଚନୀୟ ହୋଇଥାଏ । ସେଥି ଯୋଗୁଁଯୁବକମାନଙ୍କୁ ଭଲ ମଣିଷ ହେବା ଓ ଭଲ ବାଟରେ ଯାଇ ଭଲ ସମାଜ ଗଠନ କରିବାପାଇଁ ସେ ଯୁବକମାନଙ୍କୁ ଆହ୍ ୱାନ ଦେଇଥିଲେ । ଅହମଦୀୟା ମୁସଲିମ ହୁମାନିଟି ଫାଷ୍ଟ ସଂଗଠନର ଇନଚାର୍ଜ ସୈଫୁର ଅହମଦ କହିଲେ, ଯୁବକମାନଙ୍କୁ ଶିକ୍ଷା କ୍ଷେତ୍ରରେ ଓସ୍ପୋଟସ ଖେଳ କ୍ଷେତ୍ରରେ ଭଲ ଅବସରମିଳୁଛି । ସଠିକ ଚୟନ କରି ଆଗକୁ ବଢିବାଉଚିତ୍ । ଭଲ ସମାଜ ଗଠନ କରିବାରେଯୁବକମାନଙ୍କ ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ।ସଭାପତିତ୍ୱ ଭାଷଣରେ ଯୁବ ସଂଗଠନର ସଭାପତି ସୁଲେମାନ ଅହମଦ ଖାନ କହିଲେ, ବାପ ମା ମାନେ ଯଦି ସନ୍ତାନର ସଠିକଯନô ନିଅନ୍ତେ ତେବେ ପିଲାଟି ଦିନରୁ ତାଙ୍କର ଚିନ୍ତିଧାରା ଭଲ ହୁଅନ୍ତା ।

ଏହି ପାଶ୍ଚାତ୍ୟ ଜଗତର ପରିବେଶକୁ ଆମେ ଆପଣାଇବା ଦ୍ୱାରା ସନ୍ତାନମାନେ ତାର ଘୋର ଶିକାର ହୋଇଆମ ସଭ୍ୟତା, ସଂସ୍କୃତି, ଶିଷ୍ଟାଚାର, ଗୁରୁଜନ ମାନ୍ୟତା ତଥା ଭାରତ ବର୍ଷର ଐତିହ୍ୟକୁ ଭୁଲିଯାଉଛନ୍ତି । ଫଳସ୍ୱରୂପ ଆମ ମାନଙ୍କ ମଧ୍ୟରେସେ ମାନବିକତା ଓ ଏକାଗ୍ରତା ଲୋପ ପାଇଚାଲିଛି । ସାଂସାରିକ ଭୋଗବିଳାସ,ଭଲଖାଇବା ଭଲ ପିନ୍ଧିବା ,ଏବଂ ନିଜେ ଭଲରେରହିବା ହିଁ ଜୀବନର ମୂଳ ଲକ୍ଷ ହୋଇଯାଇଛି । ଧର୍ମକର୍ମରେ ଆଗେଇବା ତଥା ମାନବସେବା ଓ ପରୋପକାରୀ ହେବା ପାଇଁଯୁବକମାନଙ୍କୁ ସେ ଆହ୍ୱାନ ଦେଇଥିଲେ ।ଏହି ବୈଠକରେ ମୌଲାନା ଖେଜରହୟାତ, ମୌଲାନା ନସିର ଖାନ, ମୌଲାନାମୁବଶିର ଖାନ ଏବଂ ମୌଲାନ ସମିର ଖାନଙ୍କ ବ୍ୟତୀତ ଅନେକ ଯୁବ ସଂଗଠନର କର୍ମକର୍ତାମାନେ ଯୋଗ ଦେଇଥିଲେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article