28.1 C
Bhubaneswar
Friday, July 30, 2021

ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମୀକ୍ଷା ବୈଠକ

Must read

ବାଲେଶ୍ୱର,୨୯ା୨(ନି.ପ୍ର.): ବାଲେଶ୍ୱର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ବିଗତ ୩ ମାସ ମଧ୍ୟରେ ଜିଲ୍ଲାର ଘଟିଥିବା ସଡ଼କ ଦୁର୍ଘଟଣାର କାରଣ, ଅଦାୟ ହୋଇଥିବା ଫାଇନ୍ର ପରିମାଣ ଓ ଆସନ୍ତା ୧ ତାରିଖରୁ ଟ୍ରାଫିକ୍ ଆଇନ୍ କଡ଼ାକଡ଼ି ନେଇ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଦୁର୍ଘଟଣା ଜନିତ ମୃତୁ୍ୟ ବା ଆହତ ପ୍ରସଙ୍ଗରେ ହେଉଥିବା ମିଳିତ କ୍ଷେତ୍ର ତଦନ୍ତରେ ବିଭାଗ ବିଭାଗ ମଧ୍ୟରେ ଦେଖାଦେଇଥିବା ଅସମନ୍ୱୟକୁ ନେଇ ସେ କ୍ଷେଶଭ ପ୍ରକାଶ କରିଥିଲେ । ବିଶେଷ କରି ତଦନ୍ତ ବେଳେ ପୁଲିସ ସାଙ୍ଗରେ ଏନଏଚଏଆଇ ଓ ପର୍ତ ବିଭାଗର ପ୍ରତିନିଧିଙ୍କ ଅନୁପସ୍ଥିତିର କାରଣ ସମ୍ପର୍କରେ ସେ ଅଧିକାରୀମାନଙ୍କୁ ଜବବ୍ ତଲବ କରିଥିଲେ । ଏଥି ସହିତ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତଙ୍କୁ ସେବା ପ୍ରଦାନ ପାଇଁ ଆ ମ୍ବୁଲାନ୍ସ ପ୍ରସ୍ତୁତି ରଖିବା, ଟ୍ରାଫିକ୍ ନିୟମ ଭାଙ୍ଗୁଥିବା, ଦ୍ରୁତ ଗାଡ଼ି ଚାଳନା କରୁଥିବ, ଗାଡ଼ି ଚାଳନା ବେଳେ ମୋବାଇଲ ଫୋନ୍ରେ କଥା ହେଉଥିବା ଆରୋହୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା ଫାଇନ୍ ଆଦାୟର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ । ମୋଟ ଉପରେ ଜିଲ୍ଲାରେ ଟ୍ରାଫିକ୍ ନିୟମ କଡ଼ା କଡ଼ି ପାଳନ ସାଙ୍ଗକୁ ଦୁର୍ଘଟଣାର ମାତ୍ରା ହ୍ରାସ ପାଇଁ ଉଚିତ ପଦକ୍ଷେପ ନେବା ଉପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଓ ଏସପି ବି ବି ଯୁଗଲ କିଶୋର କୁମାର ଗୁରୁତ୍ୱାରୋପ କରିଥିଲେ । ନିୟମ ଭଙ୍ଗ କରୁଥିବା ଆରୋହୀଙ୍କ ପ୍ରତି କୌଣସି କ୍ଷେତ୍ରରେ ସେ ମ୍ବଦନଶୀଳ ନହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେମାନେ ପରାମର୍ଶ ଦେଇଥିଲେ । ଆଂଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ଏହି ସମୀକ୍ଷା ବୈଠକରେ ସଂଯୋଜନା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ବାନାର୍ଜୀ ପ୍ରସାଦ ଛୋଟରାୟ ମଂଚାସୀନ ଥିଲେ । ସଡ଼କ ସୁରକ୍ଷା କମିଟିର କର୍ମକର୍ତା, ସଦସ୍ୟଙ୍କ ସମେତ ଏମବିଆଇ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article