27.1 C
Bhubaneswar
Sunday, August 1, 2021

ଏସ୍ ବିଆଇ ଲାଇଫ୍ ପକ୍ଷରୁ “ସ୍ମାର୍ଟ ଫୁ୍ୟଚର ଚଏସେସ୍’ ସଂଚୟ ଉତ୍ପାଦ ଉନ୍ମୋଚିତ ।

Must read

ଭୁବନେଶ୍ୱର,ତା.୯/୧୨ : ଦେଶର ଅଗ୍ରଣୀ ବିଶ୍ୱାସ ଯୋଗ୍ୟ ଘରୋଇ ବୀମା କଂପାନି ଏସବିଆଇ ଲାଇଫ୍ପକ୍ଷରୁ ନୂଆ “ସ୍ମାର୍ଟ ଫୁ୍ୟଚର ଚଏସେସ୍ ୍’ ସଂଚୟ ଉତ୍ପାଦକୁ ଉନ୍ମୋଚନ କରାଯାଇଛି । ବୀମାକୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ବଢ଼ିଥିବା ସଚେତନାର ଲାଭ ଉଠାଇ କଂପାନି ଏହି ବ୍ୟକ୍ତିଗତ,ନନ୍-ଲିଙ୍କଡ୍, ପାର୍ଟିସିପେଟିଂ ବୀମା ଯୋଜନା ଆଣିିଛି ଯାହା ଗ୍ରାହକ ମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ନିଜ ଆବଶ୍ୟକ ଅନୁସାରେ ପଲିସି ମିଆଦ ତମାମ ବିଭିନ୍ନ ବିକଳ୍ପ ଓ ଲାଭ ଚୟନ କରିପାରିବେ । ଏସବିଆଇ ଲାଇଫ୍ର ସ୍ମାର୍ଟ ଫୁ୍ୟଚର ପ୍ରିମିୟମ ରାଶି, ପଲିସି ମିଆଦ ଚୟନ କରିବାର ସୁବିଧା ଦେଉଛି ଏବଂ ଗ୍ରାହକ ମାନଙ୍କ ପରିବର୍ତନ ଆବଶ୍ୟକତା ଅନୁସାରେ ପ୍ରିମିୟମ୍ ମିଆଦର ସମୟ ଧାର୍ଯ୍ୟ କରିବାର ବିକଳ୍ପ ପ୍ରଦାନ କରୁଛି ।

ଏହି ପ୍ଲାନ୍ ଏକ କାଳୀନ କିମ୍ବା ନମନିୟ ଭାବେ ଲାଭ ବାବଦ ଟଙ୍କା ହସ୍ତାନ୍ତର କରିବାର ସୁବିଧା ପ୍ରଦାନ କରୁଛି । ଗ୍ରାହକମାନେ ନିଜ ଆବଶ୍ୟକତା ଅନୁସାରେ ନିୟମିତ ନଗଦ ରାଶି କିମ୍ବା ପେ-ଆଉଟ୍ ନେଇପାରିବେ । ଏହାର ଡିଆଇୱାଇ ସୁବିଧା ନୂଆ ପିଢ଼ିର ଗ୍ରାହକ ମାନଙ୍କ ପାଇଁ ଉଦିଷ୍ଟ ଯେଉଁମାନେ ପୁରୁଣା ସମୟରେ ଚୟନ କରିଥିବା ବିକଳ୍ପରେ ବାନ୍ଧି ହେବାକୁ ଚାହୁନାହାନ୍ତି । ଏସବିଆଇ ଲାଇଫ୍ ଫୁ୍ୟଚର୍ ଚଏସସେସ୍ ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର, ସଭାପତି,ଜୋନ୍-୩, ଏସବିଆଇ ଲାଇଫ୍ ଇନ୍ସୁ୍ୟରାନ୍ସ କହିଛନ୍ତି ଯେ,“ଆର୍ଥିକ ପ୍ରତିରୋଧକ ଶକ୍ତି ପାଇଁ ଗ୍ରାହକଙ୍କ ବ୍ୟବହାର ବୁଝିବା ଲାଗି ନିକଟରେ ଆମେ ଯେଉଁ ସର୍ଭେ କରିଥିଲୁ ତାହାର ମୁଖ୍ୟାଂଶରୁ ଜଣାପଡ଼ିଛି ଯେ କିଭଳି ଲୋକମାନଙ୍କ ମଧ୍ୟରେ ଆର୍ଥିକ ସୁରକ୍ଷା ଚିନ୍ତା ବୃଦ୍ଧି ପାଉଛି । ଗ୍ରାହକମାନେ ଚିନ୍ତା ସୁରକ୍ଷା,ନିଜର ସୁରକ୍ଷା ଏବଂ ସଠିକ୍ ବୀମା ଯୋଜନା ଚୟନ କରିବା ମଧ୍ୟରେ କେନ୍ଦ୍ରୀଭୂତ ରହିଛି ।

ଗ୍ରାହକ ମାନେ ସୁରକ୍ଷା ଚାହୁଥିବା ବେଳେ ସେମାନେ ଏହା ମଧ୍ୟ ଦାବି କରୁଛନ୍ତି ଯେ ସେମାନେ ଯାହା ଚୟନ କରିଛନ୍ତି ବିଶେଷ କରି ଆର୍ଥିକ କ୍ଷେତ୍ରରେ ସେମାନଙ୍କର ମଧ୍ୟ କିଛି ନିୟନ୍ତ୍ରଣ ରହୁ । ଗ୍ରାହକ ମାନଙ୍କ ଠାରୁ ମିଳିଥିବା ନିର୍ଯ୍ୟାସକୁ ନେଇ ଆମର ନୂଆ ଉତ୍ପାଦ ବିବିଧ ପ୍ରକାରର ସୁବିଧା ପ୍ରଦାନ କରୁଛି । ଏସବିଆଇ ଫୁ୍ୟଚର ଚଏସେସ୍ ନିୟମିତ ବ୍ୟବଧାନରେ କିମ୍ବା ଏକକାଳୀନ ଭାବେ ପେ-ଆଉଟ୍ ପ୍ରଦାନ କରିପାରିବ, ଭବିଷ୍ୟତ ବ୍ୟବହାର ଲାଗି ସଂଚୟ ବିକଳ୍ପ ଦେବ,ନିୟମିତ ବ୍ୟବଧାନରେ କିମ୍ବା ବିଳମ୍ବିତ ପେ-ଆଉଟ୍ର ବିକଳ୍ପ ପ୍ରଦାନ କରିବ ।’’ ଏଥିରେ ମନି ଅନ୍ ଡିମାଣ୍ଡ୍ ନାମକ ଏକ ବୈଶିଷ୍ଟ୍ୟ ରହିଛି ଯାହା ଜରିଆରେ ପ୍ରତିବର୍ଷ କ୍ୟାସ୍ ବୋନସ୍ହାସଲ କରିହେବ କିମ୍ବା ବିଳମ୍ବିତ କ୍ୟାସ୍ ବୋନସ୍ ନେଇହେବ ।ସର୍ଭାଇଭାଲ୍ ପେଆଉଟ୍ର ସୁବିଧା ପାଇବାରେ ମଧ୍ୟ ଏହି ପ୍ରକାରବିକଳ୍ପ ମିଳିବ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article