19 C
Bhubaneswar
Sunday, January 17, 2021

ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ: ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟରେ ପାଳିତ ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ବାରିପଦା,ତା,୯/୧୨: ମୟୂର ଭଞ୍ଜଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗଏବଂ କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ଶାମାଖୁଂଟା ଓ ଯଶିପୁର ମୟୂରଭଞ୍ଜ ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ-୨୦୨୦ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟରେ ତାରିଖ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥିଭାବେ ମୟୂରଭ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ମୁର୍ମୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁର୍ମୁ ମାଟିର ସଂରକ୍ଷଣ ଓ ଉର୍ବରତା ବଜାଇ ରଖିବାପାଇଁ ମିଳିତ ଜାତିସଂଘ ମାନ୍ୟତା ନୁସାରେ ବିଶ୍ୱର ପ୍ରତେକ ଦେଶରେ ପ୍ରତିବର୍ଷ ବିଶ୍ୱମୃତିକା ଦିବସ ପାଳନ କରାଯାଉଛି ବୋଲି ଉଲ୍ଲେଖ କରି କହିଲେ ଯେ, ଏହି ଦିବସଟି ସମସ୍ତ ଚାଷୀ / ଉଦ୍ୟୋଗି ମାନଙ୍କପାଇଁ ଏକ ସ୍ମରଣୀୟ ଦିବସ । ଏଥିପାଇଁପ୍ରତ୍ୟେକ ଚାଷୀ ନିଜ ଜମିର ମାଟି ପରୀକ୍ଷା କରିବା ନିତ୍ୟାନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ । ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଯୋଜନାରେ ପରିଚାଳିତ ଜାତୀୟ ମୃତିକା ସ୍ୱାସ୍ଥ୍ୟ ଉର୍ବରତା ପରିଚାଳନା ପ୍ରକଳ୍ପ କାର୍ଯ୍ୟକ୍ରମରେ ମୃତିକା ସ୍ୱାସ୍ଥ୍ୟ କାର୍ଡ ଉପଯୋଗିତା ମାଧ୍ୟମରେ ମାଟି ପରୀକ୍ଷା କରାଇ କୃଷି ଭିତିକ ବିଭିନ୍ନ ଫସଲ ଚାଷକରି ଉତ୍ପାଦନ ବଢାଇ ଆର୍ଥିକ ଆୟବୃଦ୍ଧିକରିବା ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ଚାଷୀ ମାନେ ବିଭିନ୍ନ ଫସଲ ଚାଷ ପାଇଁ କେଉଁ ମାଟିରେ କିପ୍ରକାର ଫସଲ ଉପଯୋଗ କରାଯିବ ସେ ସଂପର୍କରେ ଜାଣିବା ଉଚିତ୍ । ଏଥିପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯିବା ସହ ବିଭିନ୍ନ ଫସଲର ଚାଷ ପାଇଁ ବିଶେଷକରି ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବା ଏବଂ ନିଜ ଘରେ କମ୍ପଷ୍ଟ ଖତସାର ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ । କୃଷି ବିଭାଗ / କୃଷି ବିଜ୍ଞାନକେନ୍ଦ୍ର ତଥା ସଂପୃକ୍ତ ବିଭାଗ ପକ୍ଷରୁ ଚାଷୀମାନଙ୍କ ପାଇଁ ଉଦ୍ଧିଷ୍ଟଥିବା ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକ୍ରମରେ ଆବଶ୍ୟକୀୟ ସହୟତା ଓ କୃଷି ଭିତିକ ନୂତନ ବୈଷୟିକ ଜ୍ଞାନଦକ୍ଷତା ଓ ଜୈବିକ ସାରର ବ୍ୟବହାର ଫସଲ ଉତ୍ପାଦନ ବୃଦ୍ଧିଉପରେ ଗୁରୁତ୍ୱ ଦେବାକୁ ଦେଇଥିଲେ । ସମ୍ମାନିତ ଅତିଥିରାଜ୍ୟ ସଭା ସାଂସଦ, ମୟୂରଭ ଶ୍ରୀମତୀ ମମତା ମହାନ୍ତ କହିଲେ ଯେ ମୟୂର ଭଞ୍ଜ ଏକ କୃଷି ଭିତିକ ଜିଲ୍ଲା । ଚାଷୀ ମାନେ ସେମାନଙ୍କ ବିଭିନ୍ନ ଫସଲ ଚାଷ ପାଇଁମାଟିର ଉର୍ବରତାକୁ ପରଖି ସ୍ୱାସ୍ଥ୍ୟ କାର୍ଡ ଅନୁମୋଦିତ ବିଭିନ୍ନ ପରିମାଣର ସମନ୍ନିତ ସାର ଜମିରେ ପ୍ରୟୋଗ କରିବା ପାଇଁ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନି ଡ. ସଂଘମିତ୍ରା ପଟ୍ଟନାୟକ ଏଥିରେ ଯୋଗ ଦେଇ ମାଟିର ଜୈବ ବବିଧତାକୁ ବଜାଇ ରଖିବା ପାଇଁ ଜୈବିକ ସାର ଅଧିକ ବ୍ୟବହାର ଉପରେ ଗୁରୁତ୍ୱଦେଇ ମାଟିର ନମୁନା ପରୀକ୍ଷଣ କରିପ୍ରର୍ଯ୍ୟାୟ କ୍ରମିକ ବିଭିନ୍ନ ଫସଲ ବିଶେଷକରି ଅଣଧାନ ଫସଲ ଚାଷ କରାଯିବା ଦିଗରେ ଚାଷୀମାନେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ସେହିପରି ଅନ୍ୟତମ ସମ୍ମାନିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଡ.ଦୀପକ କୁମାର ମହାନ୍ତି ଯୋଗଦେଇ କୃଷି ଓ କୃଷକ ମାନଙ୍କ ଆୟବୃଦ୍ଧି ପାଇଁ ଉନ୍ନତ ମାନର ଚାଷ ପ୍ରଣାଳୀ ସହିତ କୃଷିଯାନ୍ତ୍ରୀକ ଉପକରଣ ବ୍ୟବହାର ଏବଂ କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷି ମାନଙ୍କ ଦକ୍ଷତା ବିକାଶ ପାଇଁ ଉଦିଷ୍ଟ ଥିବା ବିଭିନ୍ନ ସମୟରେ ତାଲିମ / ପରାମର୍ଶ ଆଦି ବିଭିନ୍ନ ଦିଗ ଉପରେ ସୂଚାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜିଲ୍ଲାଅଗ୍ରଣୀ ପ୍ରବନ୍ଧକ ଦିଲ୍ଲୀପ କୁମାର ସାହୁ ଯୋଗଦେଇ କୃଷି ବିକାଶ ଯୋଜନାରେ ଚାଷୀ ମାନଙ୍କ ପାଇଁ ଉଦିଷ୍ଟ ଥିବା ବିଭିନ୍ନ ରିହାତି ଋଣ ସହାୟତା ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଦାମଦୋର ସେଠୀ ଅଧ୍ୟକ୍ଷତା କରି ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଶ୍ୱ ମୃତିକା ଦିବସ ପାଳନର ଆଭିମୁଖ୍ୟ ତଥା ଚଳିତ ବର୍ଷର ଆସନ୍ତୁ ମାଟି ମାକୁ ଜୀବନ୍ତ ରଖିବାନ୍ତ ଓଏହାର ଜୈବ ବିବିଧତାକୁ ସୁରକ୍ଷା ଦେବା ବିଷୟ ଶିର୍ଷକ ଉପରେ ଆଲୋକ ପାତ କରିକହିଲେ ଯେ, ଚାଷୀର ଫସଲ ଉତ୍ପାଦନର ମୁଖ୍ୟ ଉପାଦାନ ହେଉଛି ମୃତିକା ।

ଏହାର ସ୍ୱାସ୍ଥ୍ୟ, ଗୁଣବତା ଓଉର୍ବରତା ଠିକ୍ ରହିଲେ ଚାଷୀର ଫସଲ ଉତ୍ପାଦନ ବୃଦ୍ଧି ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏଥିପାଇଁ ପ୍ରତ୍ୟେକ ଚାଷୀ ମୃତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଉପଯୋଗ କରି ପ୍ରତି ତିନି ବର୍ଷରେ ଥରେମାଟି ପରୀକ୍ଷା କରି କୃଷି ବୈଷୟୀକ ଯାନ୍ତ୍ରୀକ ପ୍ରଣାଳୀରେ ସମନ୍ନିତ ଖାଦ୍ୟ ସାର ବ୍ୟବହାର ଓ ପରିଚାଳନା ଆଦି ବିଭନ୍ନଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଡ. ମନୋଜ କୁମାର ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁର୍ମୁ ଜିଲ୍ଲାର ଦଶ ଜଣ ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକରିଥିଲେ । ଅନୁଷ୍ଠିତ ଉକ୍ତ ଜିଲ୍ଲା ସ୍ତରୀୟବିଶ୍ୱ ମୃତିକା ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାର କୃଷି ଅଧିକାରୀ, ଉଭୟ ମହିଳା /ପୁରୁଷ ଚାଷୀ ଓ ଉଦ୍ୟୋଗୀ ମାନେ ଯୋଗଦେଇଥିଲେ । ଏହି ଅବସରରେ କୃଷି ଫସଲ ଚାଷ ସମ୍ବନ୍ଧୀୟ ସୂଚନା ପତ୍ରିକା ବଂଟନ କରାଯାଇଥିଲା ।

- Advertisement -ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ: ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟରେ ପାଳିତ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ: ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟରେ ପାଳିତ ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...