ଭୁବନେଶ୍ୱର,ତା,୯/୧୨:ଶୀତଋତୁରେ ରାଜ୍ୟରେ ବିଦ୍ୟୁତ ଆବଶ୍ୟକତା ହ୍ରାସ ପାଇଥିବା ବେଳେଏହାକୁ ପୂରଣ କରିବା ପାଇଁ ରାଜ୍ୟ ଭିତରେ ପର୍ଯ୍ୟାପ୍ତ ବିଜୁଳି ଉତ୍ପାଦନ ହୋଇପାରୁ ନାହିଁ । ଏବେ ରାଜ୍ୟର ହାରାହାରି ବିଦ୍ୟୁତ ଚାହିଦା ୨୮୫୦ମେଗାୱାଟ ହୋଇଥିବାବେଳେ ପିକ୍ ସମୟରେ ଏହା ୩୫୦୦ ମେଗାୱାଟ ରହୁଛି । ତେବେ ରାଜ୍ୟ ଭିତରୁ କିନ୍ତୁ ହାରାହାରି ଭାବେ ୨୫୩୦ ମେଗାୱାଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ ପିକ୍ ସମୟରେ ୩୨୦୧ ମେଗାୱାଟ ବିଜୁଳିମିଳୁଛି । ପିକ୍ ସମୟରେ ଜଳ ବିଦ୍ୟୁତକ୍ ଷେତ୍ରରୁ ଅଧିକ ବିଜୁଳି ଉତ୍ପାଦନ କରାଯାଉଛି ।
ରାଜ୍ୟରେ ହାରାହାରି ଭାବେ୨୫୩୦ ମୋଗାୱାଟ ବିଜୁଳି ଉତ୍ପାଦନ ହେଉଥିବାବେଳେ ଏଥିରେ ସିଂହ ଭାଗରହୁଛି ତାପଜ ବିଦ୍ୟୁତର । ଏହି ଉସôରୁ ସର୍ବାଧିକ ହାରାହାରି ୧୯୮୦ ମୋଗାୱାଟ ବିଜୁଳି ମିଳୁଥିବାବେଳେ ପିକ୍ ସମୟରେ ଏହା ବୃଦ୍ଧି ପାଉନାହିଁ । ତେବେ ଜଳ ବିଦ୍ୟୁତ ଉତ୍ପାଦନ ପରିମାଣ ପିକ୍ ସମୟରେ ୪୩୯ ମେଗାୱାଟରୁ୧୧୬୦ ମୋଗା ୱାଟକୁ ବୃଦ୍ଧି ପାଉଛି । ସେହିଭଳି ଅଣ ପାରମ୍ପରିକ ଶକ୍ତି ଉଛବରୁ ହାରାହାରି ଭାବେ ୧୦୫ ମୋଗାୱାଟ ବିଜୁଳି ମିଳୁଥିବାବେଳେ ପିକ୍ ସମୟରେ ଏହା ମାତ୍ର ୫୫ ମେଗାୱାଟ ରହୁଛି ।
ତେବେ ରାଜ୍ୟ ଭିତରୁ ଉତ୍ପାଦିତ ହେଉଥିବା ବିଜୁଳି ବାଦ୍ କେନ୍ଦ୍ରୀୟ ଉତ୍ପାଦନ କାରୀ ସଂସ୍ଥାଗୁଡିକ ଠାରୁ ରାଜ୍ୟର ଅଂଶଧନ ବାବଦକୁ ମିଳୁଥିବା ବିଜୁଳି ଶକ୍ତି ମଧ୍ୟ ଚାହିଦା ଭରଣା କରିବାରେ ସହାୟକ ହୋଇଥାଏ । ବଳକା ବିଦ୍ୟୁତ ବିକ୍ରି କିମ୍ବା ନିଅଣ୍ଟିଆ ସ୍ଥିତିର ଭରଣା ପାଇଁପାୱାର ଟ୍ରେଡିଂ ଓ ପାୱାର ବ୍ୟାଙ୍କିଂ ମାଧ୍ୟମରେ ବିଜୁଳି କିଣା ବିକା ହୋଇଥାଏ । ପାୱାର ଟ୍ରେଡିଂ ମାଧ୍ୟମରେ୨୦୧୯-୨୦ ବର୍ଷରେ ପାୱାର ଟ୍ରେଡିଂ ମାଧ୍ୟମରେ ୧୧୨୩ ନିୟୁତ ୟୁନିଟ୍ ବିଜୁଳି ଖରିଦ କରାଯାଇଥିବା ବେଳେ ୧୭୨୭ ନିୟୁତ ୟୁନିଟ୍ ବିଜୁଳି ବିକ୍ରିହୋଇଛି । ସେହିଭଳି ପାୱାର ବ୍ୟାଙ୍କିଙ୍ଗ୍ ଜରିଆରେ ୩୭୧ ନିୟୁତ ୟୁନିଟ୍ ବିଜୁଳି ଆସିଥିବା ବେଳେ ୬୧୧ ନିୟୁତ ୟୁନିଟ୍ ଫେରାଇ ଦିଆଯାଇଛି । ତେବେ୨୦୨୦-୨୧ ବର୍ଷର ଅକ୍ଟୋବର ଶେଷସୁଦ୍ଧା ପାୱାର ବ୍ୟାଙ୍କିଙ୍ଗ୍ ଜରିଆରେ ୩୦୮୮ ନିୟୁତ ୟୁନିଟ୍ ମିଳିପାରିଛି ।