27.1 C
Bhubaneswar
Sunday, August 1, 2021

୧୦ ବର୍ଷ ହେଲା ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ଦମ୍ପତି ।

Must read

କନ୍ଧମାଳ,୫ ।୧୨(ନି.ପ୍ର): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ଚାଲିଛି ଲଙ୍କାରାଜ୍ । ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଞ୍ଚଳରେ ଥିବା ବରିଷ୍ଠ ନାଗରିକଙ୍କୁ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ସରକାରୀ ସୁବିଧା ଯୋଗାଇ ଦେବା ଦିଗରେ ସହାୟତା କରୁନାହାନ୍ତି । ବାରମ୍ବାର ସହଯୋଗ ପାଇଁ ଦୌଡ଼ୁଥିଲେ ମଧ୍ୟ କାର୍ଯ୍ୟାଳୟରେ ତାଙ୍କର ଦେଖା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳର ଲୋକେ ।ଏହାର ଜ୍ୱଳନ୍ତ ଉଦ୍ଧାହରଣ ସ୍ୱରୁପ ଗତ୧୦ ବର୍ଷ ହେଲା ଏକ ଭଙ୍ଗା କୁଡ଼ିଆରେ ଜୀବନ ବିତାଉ ଥିବା ଲଙ୍କାଗଡ ପଞ୍ଚାୟତ ଅନ୍ତର୍ଗତ ବଣ୍ଡକିନାଲ ଗ୍ରାମରଏକ ବୃଦ୍ଧ-ବୃଦ୍ଦା ଦମ୍ପତି । ସେମାନଙ୍କଘର ପଂଚାୟତ କାର୍ଯାଳୟ ଠାରୁ ମାତ୍ର୩ କିଲୋମିଟର ଦୂରେ ଅବସ୍ଥିତ ଏହିଗ୍ରାମ । ପ୍ରକାଶ ଥାଉକି ଗରିବ ଗୁରୁବାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯୋଜନାର ଅଭାବ ନାହିଁ । ଗୃହ ହୀନଙ୍କୁ ସହାୟତା ପାଇଁ ଆବାସ ଯୋଜନା ଦିନଦରିଦ୍ରଙ୍କ ପାଇଁ ଆହାର ଯୋଜନା ବାର୍ଦ୍ଧକ୍ୟ ଭତ୍ତା, ବିଧବା, ବିକଳାଙ୍କ ପାଇଁ ଭତା ଭଳି ଅନେକ ଯୋଜନା ସରକାର ପ୍ରଣୟନ କରିଛନ୍ତି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହିତାଧିକାରୀଙ୍କ ପାଇଁ ସରକାରଙ୍କର ରହିଛି ବିଭିନ୍ନ ଯୋଜନାା କିନ୍ତୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଲଙ୍କାଗଡ ପଞ୍ଚାୟତରେ ଏହିସବୁ ଯୋଜନା ଘୋଷଣା ମାତ୍ର ହୋଇ ରହିଛିା ବ୍ଳକ ସଦର ମହକୁମା ଠାରୁ ଏହି ସବୁପଂଚାୟତ ବହୁ ଦୂରରେ ଥିବ ଯୋଗୁଁ ସେଠାରେ ସରପଂଚ ଓ ପଂଚାୟତ ନିର୍ବାହି ଅଧିକାରୀ ଏହି ସବୁ ଯୋଜନାର ବ୍ୟବସାୟ କରି ବେଶ୍ ମାଲେ ମାଲ୍ହେ ଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ

ଏଠାରେ ପ୍ରକୃତ ହିତାଧର କାରୀଙ୍କୁ ଯୋଜନାର ସଫଳ ମିଳିନଥାଏ । ଯେଉଁମାନେ ଦାବୀ ମୁତାବକ ଅର୍ଥ ଦିଅନ୍ତି ସେମାନଙ୍କୁ ମିଳେଭତା, ରାସନ କାର୍ଡ, ଆବାସ ଯୋଜନାର ଗୃହ ଆଦି ଯୋଜନା ଗୁଡିକର ଫାଇଦା ସେମାନେ ହିଁ ପାଇ ଥାଆନ୍ତି । ସେମାନେ ସରକାରୀ ଚାକିରିଆ ହୁ୍ରଅନ୍ତୁ କିମ୍ବା ସେମାନଙ୍କର ଅର୍ଥିକ ସ୍ୱଛଳତା ଥାଉ ସରପଂଚ ଓପଂଚାୟତ ନିର୍ବାହୀ ଅଧିକାରୀ ଚାହିଁଲେ ସବୁ ସମ୍ଭବ ହେଉଛି ବୋଲି ଅଭିଯୋଗ କରିଛନ୍ତି ଆବାସ ଯୋଜନାରୁ ବଞ୍ଚôତ ହୋଇଥିବା ହିତାଧିକାରୀ । ତୁମୁଡ଼ିବନ୍ଦ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧୨କି.ମିଦୁରରେ ଲଙ୍କାଗଡ଼ ପଞ୍ଚାୟତ ଅବସ୍ଥିତ ଥିଲେ ମଧ୍ୟ ଏହାକୁ ମାଓ ପ୍ରବଣ ଅଚଂଳ ନାମରେ ଏଠାକୁ କୌଣସି ଜିଲ୍ଲା ସ୍ତରୀୟ ଅଧିକାରୀ ଗସ୍ତ କରନ୍ତିନାହିିଁ । ଗଲେ ମଧ୍ୟ ସେମାନେ କେତେବେଳେ ଯାଇଥାନ୍ତି କେହି ଜାଣିପାରନ୍ତି ନାହିଁ । ଫଳରେ ବହୁହିତାଧିକାରୀ ମାନେ ସେମାନଙ୍କର ଅଭିଯୋଗ ପାଇଁ ହେଉ କିମ୍ବା କିଛି ସୂଚନା ନେବାକୁ ଦିନ ଦିନ ଅପେକ୍ଷା କରୁଥିଲେ ମଧ୍ୟ କିଛି ସୁଫଳ ମିିଳିନଥାଏ ।

ଲଙ୍କାଗଡ କାର୍ଯ୍ୟାଳୟଠାରୁ ମାତ୍ର ୩କି.ମି ଦୁର ବଣ୍ଡକି ନାଳଗ୍ରାମର ଆବାସ ଯୋଜନା ନପାଇଏକ ଭଙ୍ଗା କୁଡିଆରେ ଦିନ କାଟୁଥିବା ଜଣେ ୭୮ ବୟସର ବୃଦ୍ଧ ଏବଂ ୭୦ବର୍ଷର ବୃଦ୍ଧା ହେଉଛନ୍ତି ବାସ୍ତବ ଉଦାହରଣ । ବୟସର ଅପରାହ୍ନରେ ମଧ୍ୟ ୭୮ ବର୍ଷର ବୃଦ୍ଧ ଶୁକ୍ରୁ ପାତ୍ରଆବାସ ଯୋଜନାରୁ ବଞ୍ଚିତ । ୫ଶହଟଙ୍କା ଭତା ଏବଂ ସ୍ୱାମୀ ସ୍ତ୍ରୀ୧୦କି.ଗ୍ରା ଚାଉଳ ପାଇ ଓଳିଏ ଖାଇଓଳିଏ ନଖାଇ ଏକ ଭଙ୍ଗାରୁ ଜାଟାଇଲ ଛପର ଘରେ ଜୀବନ ବିତାଉଛନ୍ତି । ଗୋଟିଏ ପୁଅ ଅଛି ,କିନ୍ତୁ ସେ ବୃଦ୍ଧ ବାପା-ମାଆଙ୍କୁ ପଚାରେନି । ପିତା ମାତାଙ୍କୁ ଘରଟିଏ ମିଳିଲେ ଶୀତ କାକର ଖରାବର୍ଷାକୁ ଏଡାଇ ଅନ୍ତତଃ କିଛି ବର୍ଷ ବଚିଂ ଯାଆନ୍ତି ବୋଲି ଆଖିରେ ଲୁହଭରା କଣ୍ଠରେ କଣ୍ଠରେ କହିଛନ୍ତି ଶୁକ୍ରୁ ପାତ୍ର । ତେବେ ଏହି ବାବଦରେ ପଞ୍ଚାୟତ ନିର୍ବାହି ଅଧିକାରୀ ସୁଜିତ ସାହୁଙ୍କୁ ସମସ୍ୟା ସଂପକ୍ରରେ ଅବଗତ କରିବା ପାଇଁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ଫୋନ ଉଠାଇ ନଥିଲେ । ତେବେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ବ୍ଳକବି.ଡ଼ି.ଓ ଦାୟିତ୍ୱରେ ଥିବା କୋଟଗଡ଼ ବି.ଡ଼ି.ଓଙ୍କ ଏନେଇ ପଚାରିବାରେ ସେଏନେଇ ପଦକ୍ଷେପ ନେବାକୁ ନିର୍ଦେଶ ଦେବେ ବୋଲି ପ୍ରକାଶ କରିଛନ୍ତି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article