24 C
Bhubaneswar
Saturday, January 16, 2021

ଭୁବନରେ ବାଇପାସ୍ ରାସ୍ତା ଓ ବସଷ୍ଟାଣ୍ଡ ସଂପ୍ରସାରଣ ପାଇଁ ଦାବି ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଭୁବନ, ତା,୭/୧୨: ଏସିଆ ମହାଦେଶର ସର୍ବବୃହତ ଗ୍ରାମ “ଭୁବନ”୧୯୭୨ ମସିହାରେ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ମାନ୍ୟତା ପାଇଛି ।୧୯୭୨ ଠାରୁ ୨୦୨୦ ଦୀର୍ଘ ୪୮ବର୍ଷ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସହିତ ଭୌଗଳିକ ସ୍ଥିତି ର ବହୁ ପରିବର୍ତନ ହୋଇଛି । ଗାଡିମୋଟର ଚଳାଚଳ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଟ୍ରାଫିକ ସମସ୍ୟା ସାଙ୍ଗକୁ ଶବ୍ଦ ଓ ବାୟୁପ୍ରଦୂଷଣ ମୁଖ୍ୟ ସମସ୍ୟା ପାଲଟିଛି । ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଭୁବନ ବୁଦେ୍ଧଶ୍ୱର ମନ୍ଦିର ଠାରୁ ହିଙ୍ଗୁଳା ମନ୍ଦିରଦେଇ ବାଘୁଆ ପୋଲ ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ,ରଗଡି ଛକ ଠାରୁ ବେଠିଆପାଳ (କଲେଜଛକ) ପର୍ଯ୍ୟନ୍ତ ସଂଯୋଗୀ କରଣ ରାସ୍ତା, ନୂଆଭୁବନ ରୁପୁରୁଣା ଭୁବନ ସଂଯୋଗୀ କରଣ ରାସ୍ତା,ଭୁବନ ବସଷ୍ଟାଣ୍ଡ ର ସଂପ୍ରସାରଣ ଓଫୋଲିସ ଫାଣ୍ଡି ସ୍ଥାପନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଭୁବନ ରପ୍ରସିଦ୍ଧ ଶୈବପୀଠ ବାବା ବୁଦେ୍ଧଶ୍ୱର ମନ୍ଦିରରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ରଭାବେ ସ୍ଥାନ ପାଇବା ପରେ ଦିନକୁ ଦିନ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ହେଉଛି । ବିଭିନ୍ନ ପର୍ବପର୍ବାଣୀରେ ଅସମ୍ଭବ ଭିଡହେଉଛି । ବିବାହ ନିମନ୍ତେ ଏହା ପ୍ରମୁଖସ୍ଥାନ ପାଲଟି ଥିବାରୁ ବିବାହ ଋତୁରେଦୈନିକ ୧୦ ରୁ ଉଦ୍ଧ୍ୱର୍ ବିବାହ ସଂପନ୍ନ ହେଉଛି ।

ବାହାରୁ ଆସୁଥିବା ବରଯାତ୍ରୀ ଗାଡିଗୁଡିକ ଭୁବନ ନୂଆବଜାର ଦେଇଗାଁ ଭିତରେ ପଶି ଯାଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ବୁଦେ୍ଧଶ୍ୱର ମନ୍ଦିର ଠାରୁ ହିଙ୍ଗୁଳା ମନ୍ଦିର ଦେଇ ଭୁବନ-ଢେଙ୍କାନାଳ ରାସ୍ତାର ବାଘୁଆପୋଲ ପର୍ଯ୍ୟନ୍ତ ସଂଯୋଗୀକରଣ (ବାଇପାସ) ରାସ୍ତାନିର୍ମାଣ କରାଗଲେ ଏହ ସମସ୍ୟାର ସମାଧାନ ହୋଇପାରନ୍ତା । ବ୍ରାହ୍ମଣୀ ନଦୀ ଉପରେ ବାଜିରାଉତ ସେତୁ ଲୋକାର୍ପିତ ହେବା ପରେ ଭୁବନ ରୁ ଢେଙ୍କାନାଳ,କଟକ, ଯାଜପୁର, ଅନୁଗୁଳ ପ୍ରଭୃତି ଅଂଚଳକୁ ବହୁସଂଖ୍ୟାରେ ଯାତ୍ରୀବାହୀ ବସ ସମେତ ମାଲବାହୀ ଟ୍ରକ ଚଳାଚଳ କରୁଛି । କାଳୀବଜାର ଠାରୁଗୋଡି ପୋଖରୀ ଛକ ମଧ୍ୟରେ ଦୈନିକ ପରିବା ମାର୍କେଟ, ଏକାଧିକ ବ୍ୟାଙ୍କ ସମେତ ପ୍ରାଥମିକ, ଉଚ୍ଚବିଦ୍ୟାଳୟ ଓ ପବ୍ଲିକ ସ୍କୁଲ ରହିଅଛି । ଏହି ରାସ୍ତାରେ ଦୈନିକ ଏକାଧିକ ଯାତ୍ରୀବାହୀ ବସ ସମେତ ଶତାଧିକ ମାଲ ବୋଝେଇ ଟ୍ରକ, ଡମ୍ଫର,ହାଇଓା୍ୱ ଚାଲୁଥିବାରୁ କାଳୀବଜାର ଠାରୁ ଗୋଡିପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତା ସବୁବେଳେ ଜାମ୍ ରହି ଟ୍ରାଫିକ ସମସ୍ୟା ଉପୁଜୁଛି ଓ ଦୁର୍ଘଟଣା ମଧ୍ୟ ହେଉଅଛି ।ସୁକିନ୍ଦା ଅଂଚଳରୁ କ୍ରୋମାଇଟ ବୋଝେଇ ଟ୍ରକ ଗୁଡିକ ଏହି ରାସ୍ତା ଦେଇ ଯାଉଥିବାରୁ ଟ୍ରାଫିକ ସମସ୍ୟା ସହିତ ମାତ୍ରାଧିକ ବାୟୁ ଓ ଶବ୍ଦ ପ୍ରଦୂଷଣ ହେଊଅଛି ।

ରଗଡି ଛକ ଠାରୁ ବେଠିଆପାଳ (କଲେଜଛକ) ପର୍ଯ୍ୟନ୍ତଏକ ସଂଯୋଗୀକରଣ (ବାଇପାସ) ରାସ୍ତାନିର୍ମାଣ କରାଗଲେ ଏହି ସମସ୍ୟ ସମାଧାନ ହୋଇପାରନ୍ତା । ୧୫ ଟି ଓା୍ୱର୍ଡକୁ ନେଇ ଗଠିତ ଭୁବନ ଏନଏସି ରକେବଳ ୩ ନମ୍ବର ଓା୍ୱର୍ଡ ବନ୍ଦାଳ (ନୂଆଭୁବନ) ଟି ପୁରୁଣା ଭୁବନ ରୁବିଚ୍ଛିନ୍ନ ହୋଇରହିଛି । ୩ ନମ୍ବର ଓା୍ୱର୍ଡର ସାହଣ ଦେଇ ଛକ ଠାରୁ ୪ ନମ୍ବର ୱର୍ଡ ର ପାହାଚ ପୋଖରୀ ଶିବମନ୍ଦିର ପର୍ଯ୍ୟନ୍ତ ଏକ ସଂଯୋଗୀ କରଣ ରାସ୍ତାନିର୍ମାଣ କରାଗଲେ ପୁରୁଣାଭୁବନ -ନୂଆଭୁବନ ମଧ୍ୟରେ ଦୂରତା ହ୍ରାସ ପାଇପାରନ୍ତା । ଭୁବନ ଏନଏସି ଗଠନ ହେବା ପୂର୍ବରୁ ନୂଆ ବଜାରରେ ବସଷ୍ଟାଣ୍ଡ ଗଢିଉଠିଥିଲା । ୪୦ ବର୍ଷ ପୂର୍ବେ କାଁଭାଁଗାଡି ଚଳାଚଳ କରୁଥିବା ବେଳେ ବର୍ତମାନ ଶହଶହ ସଂଖ୍ୟାରେ ଗାଡିଚଳାଚଳ କରୁଛି । ବ୍ୟବସାୟ ପ୍ରତିଷ୍ଠାନ ଦିନକୁ ଦିନ ବୃଦ୍ଧି ପାଇବା ସହିତ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ପାର୍କିଂ ପାଇଁଜାଗା ନଥିବା ବେଳେ ଦିନକୁ ଦିନ ଯାତ୍ରୀବାହୀ ଗାଡିସଂଖ୍ୟା ଆଶାତୀତ ଭାବେବୃଦ୍ଧି ପାଉଛି ।

ଦୀର୍ଘ ୪୦ବର୍ଷପୂର୍ବେ ଏନଏସି ତରଫରୁ ନିର୍ମାଣ ହୋଇଥିବା ଷ୍ଟଲ ଗୁଡିକ ଅନସେଫ (ବିପଦପୂର୍ଣ୍ଣ) ଅବସ୍ଥାରେ ରହିଅଛି । ତହସିଲ ଅଫିସ ନିକଟରେ ନୂତନ ଭାବେ ଫରେଷ୍ଟ ରେଞ୍ଜ ଅଫିସ ଓକ୍ୱାଟର ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହେବାପରେ ନୂଆବଜାର ସଂଲଗ୍ନ ବିଟ୍ହାଉସଟି ଭଙ୍ଗାଦଦରା ଅବସ୍ଥାରେ ପଡିରହିଛି । ଭୁବନଥାନାଟି ମଧ୍ୟ ୩ କିମିଦୂର ଭୂଷଳ ଛକ ନିକଟକୁ ସ୍ଥାନାନ୍ତର ହୋଇଯିବା ପରେ ବସଷ୍ଟାଣ୍ଡ ସଂଲଗ୍ନ ବିସ୍ତୀର୍ଣ୍ଣ ଅଂଚଳ ଅବ୍ୟବହୃତ ହୋଇପଡିଛି । ଭୁବନ ର ପ୍ରଥମ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କସଂଖ୍ୟା ନଗଣ୍ୟ ଯୋଗୁ ସରକାର ଏହି ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ପୁରୁଣା ଥାନା,ବାଳିକା ପ୍ରାଥମିକ ବିଦ୍ୟାଳୟ ଓ ଫରେଷ୍ଟ ବିଟହାଉସ ର ଜାଗାକୁ ଏକତ୍ର କରି ନୂତନ ଭାବେ ଭୁବନ ବସଷ୍ଟାଣ୍ଡ ର ସଂପ୍ରସାରଣ ସହିତ ଆଇନ ଶୃଙ୍ଖଳାରକ୍ଷା ନିମନ୍ତେ ଏଠାରେ ଗୋଟିଏ ଆଉଟ ପୋଷ୍ଟ (ଫାଣ୍ଡି) ସ୍ଥାପନ କରାଗଲେ ଆଗାମୀ ୫୦ ବର୍ଷପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲଦାବି କରିଛନ୍ତି ।

- Advertisement -ଭୁବନରେ ବାଇପାସ୍ ରାସ୍ତା ଓ ବସଷ୍ଟାଣ୍ଡ ସଂପ୍ରସାରଣ ପାଇଁ ଦାବି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଭୁବନରେ ବାଇପାସ୍ ରାସ୍ତା ଓ ବସଷ୍ଟାଣ୍ଡ ସଂପ୍ରସାରଣ ପାଇଁ ଦାବି  ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...