27.1 C
Bhubaneswar
Sunday, August 1, 2021

ଆର୍.ଏମ୍.ସି.ସ୍ତରରେ ଚାଷୀଙ୍କୁ ସୁବିଧା ଦିଆଯାଉ ।

Must read

ବ୍ରହ୍ମପୁର,ତା,୭/୧୨: ଦିଗପହଣ୍ଡି ଠାରେ ଥିବା ଆଞ୍ଚଳିକ ବଜାରକମିଟି (ଆର୍.ଏମ୍.ସି) ପରିସରରେ ଗିନିଙ୍ଗ୍ ଓ ପ୍ରେସିଙ୍ଗ ମିଲ୍ ଆସନ୍ତା ଜାନୁୟାରୀ ୨୬ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଉକ୍ତ ମିଲରେ କପାରୁ ମଞ୍ଜି ବାହାର କରି ତାହାକୁ ବଣ୍ଡଲ ଆକାରରେ ପ୍ରସ୍ତୁତ କରିକପଡା ପ୍ରସ୍ତୁତ କମ୍ପାନୀକୁ ପ୍ରେରଣ କରାଯିବ । ଏଥି ସକାଶେ ମେସିନ୍ସ୍ପାପନ କାର୍ଯ୍ୟ ଚାଲିଛି । ଏହି ମିଲ୍ ରୁଜିଲ୍ଲାର କପାଚାଷୀ ଲାଭବାନ ହେବା ସହିତ ଜିଲ୍ଲାର କୁଶଳୀ କାରିଗର କର୍ମନିଯୁକ୍ତି ପାଇପାରିବେ । ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ କପା ଉନ୍ନୟନ କମିଟି ବୈଠକ ଜିଲ୍ଲାପାଳ ବିଜୟଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରସାନ ଖେମୁଣ୍ଡି, ଦିଗପହଣ୍ଡି, ଚିକିଟି,ପାତ୍ରପୁର, ଶେରଗଡ, ସୋରଡା,ଧରାକୋଟ, ଜଗନ୍ନାଥ ପ୍ରସାଦ,ଭଞ୍ଜନଗର ଅଞ୍ଚଳରେ ବିଗତ୨୦୧୯-୨୦ ଆର୍ଥିକ ବର୍ଷରେ୮୫୮ ହେକ୍ଟର କପା ଉତ୍ପାଦନ ହୋଇଥିଲା ।

ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୫ ଟି ବ୍ଲକ୍ ରୁ ୧ହଜାର ହେକ୍ଟର ଚାଷ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ୫୫୭ ହେକ୍ଟରରେ ୮୪୬୬ କ୍ୱିଣ୍ଟାଲ ତନ୍ତୁ ଉତ୍ପାଦନ ହେବାର ଲକ୍ଷ୍ୟରଖାଯାଇଛି । ଲକ୍ଷ୍ୟ ଧାର୍ଯ୍ୟ ଠାରୁଉତ୍ପାଦନ କମ୍ ହେଉଥିବା ଜାଣିଜିଲ୍ଲାପାଳ କ୍ଷୋଭ ପ୍ରକାଶ କରି ଜଣାଇଥିଲେ ଯେ, ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଉଚିô ଦରରେ କପାକିଣାଯାଉ । ଚାଷୀ ଅଧିକ ଅଞ୍ଚଳରେ ଚାଷ ଯେପରି କରିବେ ସେ ଦିଗରେ ପ୍ରବର୍ତ୍ତାଇବାକୁ ପଡିବ । ଆର୍.ଏମ୍.ସି.ସ୍ତରରେ ଚାଷୀଙ୍କୁ ସୁବିଧା ଦିଆଯାଉ । କୌଣସି ବେସରକାରୀ ସଂସ୍ଥା ଯେପରିକମ୍ ଦାମ୍ ରେ କପା କିଣିବେ ନାହିଁନିର୍ଦ୍ଧାରିତ ଦରରେ କିଣିବେ ସେଥିପ୍ରତିଦୃଷ୍ଟି ଦିଆଯାଉ । ଓଡିଶାର ଅନ୍ୟଜିଲ୍ଲାର ଟ୍ରେଡର୍ ମାନେ ଫେବୃୟାରୀ ପରିବର୍ତ୍ତେ ଜାନୁୟାରୀ ମାସରେ ଚାଷୀଙ୍କଠାରୁ କପା ସଂଗ୍ରହ କରନ୍ତୁ । ଚାଷୀଙ୍କଠାରୁ କପା ଉଠାଇ ପରିବହନ କରିଆର୍.ଏମ୍.ସି. କୁ ଆଣିବାର ବ୍ୟବସ୍ଥାକରାଯାଉ । ଚାଷୀ ଯେପରି ତାଙ୍କ ନିଜସ୍ଥାନରେ କପା ବିକ୍ରି କରିପାରିବେ ସେଦିଗରେ ସୁନିଶ୍ଚିତ କରାଯାଉ ।

ସମସ୍ତଚାଷୀଙ୍କ ପଞ୍ଜିକରଣ କରି ଅଧିକଲାଭବାନ୍ ହେବେ ସେ ଦିଗରେ ଅଧିକାରୀଗଣ ଚେଷ୍ଟା କରନ୍ତୁ । ଚାଷୀମାନଙ୍କ ସହିତ ବୈଠକ କରିସେମାନଙ୍କୁ କପାଚାଷ ସକାଶେ ପ୍ରୋତ୍ସାହନ ଦିଆଯାଉ । ଚଳିତ ଆର୍ଥିକବର୍ଷରେ ମଧ୍ୟମ ତନ୍ତୁ ସକାଶେ କ୍ୱିଣ୍ଟାଲପିଛା ୫୫୧୫ ଦର ଧାର୍ଯ୍ୟ କରାଯାଇଥିବା ବେଳେ ଲମ୍ବା ତନ୍ତୁସକାଶେ କ୍ୱିଣ୍ଟାଲ ପିଛା ୫୮୨୫ ଟଙ୍କାଦର ଧାର୍ଯ୍ୟ କରାଯାଇଛି । ଦିଗପହଣ୍ଡିଆର୍.ଏମ୍.ସି.ର ଗିନିଙ୍ଗ୍ ଓ ପ୍ରେସିଙ୍ଗମିଲ୍ ପରି ହିଞ୍ଜିଳିକାଟୁରେ ମଧ୍ୟ ମିଲ୍ପ୍ରତିଷ୍ଠା କରିବାକୁ ଜିଲ୍ଲାପାଳ କହିଥିଲେ ।କପା ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ନକରି ଚଳିତ ମାସ ୧୫ ତାରିଖ ଠାରୁସଂଗ୍ରହ କାର୍ଯ୍ୟ ଆରମ୍ଭ କରିବାକୁଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ ଦଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢୀ,ଜିଲ୍ଲା କୃଷି ଅଧିକାରୀ ଏ. ସତ୍ୟନାରାୟଣ ରାଓ, ଅତିରିକ୍ତ ଜିଲ୍ଲାପାଳନାବାର୍ଡ ଏସ୍.ଏସ୍. ସାହୁ,ଆର୍.ଏମ୍.ସି. ଦିଗପହଣ୍ଡିର ସମ୍ପାଦକ ଅରୁଣ କୁମାର ମିଶ୍ର, ଆର୍. ଏମ୍.ସି.ଭଞ୍ଜନଗର ସଂପାଦକ ଦୀନବନ୍ଧୁଗୌଡ ପ୍ରମୁଖ ଉପସ୍ଥିତ ଥିଲେି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article