26 C
Bhubaneswar
Thursday, April 15, 2021

ଝିଅ ବାହାଘରରେ ୬୦ ଲକ୍ଷ, ପୁଅ ପାଇଁ ୧୦ କୋଟି ।

Must read

ଭୁବନେଶ୍ୱର ୬/୧୨ ଅମାପ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି । ରିମାଣ୍ଡ ଅବଧି ସରିବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା । ପରେ ସେମାନଙ୍କୁ ଜେଲ୍କୁ ନିଆଯାଇଛି । ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା ଭିଜିଲାନ୍ସ ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ନଭେମ୍ବର ମାସରେ ବାପା ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ମିଳିତ ଭାବେ ଭୁବନେଶ୍ୱର ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିଛନ୍ତି ଥରେ ୫୦ ଲକ୍ଷ ଆଉ ଥରେ ୩୫ ଲକ୍ଷ ଟଙ୍କା ଡିପୋଜିଟ୍କରିଛନ୍ତି ।

ପୁଅ ଆକାଉଣ୍ଟକୁ ଯାଇଛି ସବୁ ଟଙ୍କା । ଆଉ ତାପରେ ବାପା-ପୁଅ ମିଶି ଡିପୋଜିଟ୍ କରିଛନ୍ତ । ଗିରଫ ପୂର୍ବରୁ ୮୫ ଲକ୍ଷ ଡିପୋଜିଟ୍ ହୋଇଛି । ଝିଅ ବାହାଘର ପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଉଭୟ ମାନିଛନ୍ତି । ଝିଅକୁ ପାଠ ପଢାଇବାକୁ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦ ଲକ୍ଷ ପୁଅର ପାଠପଢା ପାଇଁଖର୍ଚ୍ଚ ହୋଇଛି । ପୁଅ ବାହାଘର ପାଇଁ ବଜେଟ୍ ଥିଲା ୧୦କୋଟି । ବିହାର ପାଟଣା ସହିତ ସମ୍ପର୍କୀୟ (ଜ୍ୱାଇଁ) ଙ୍କ ଘରେରେଡ୍ ଚାଲିଛି । ୨୦୧୪ରେ ବାପାଙ୍କ ଆକାଉଣ୍ଟରୁ ୩୮ଲକ୍ଷ ପୁଅ ଆକାଉଣ୍ଟକୁ ଆସିଥିଲା ।

ଅଭୟ ଯେଉଁ ଦାୟିତ୍ୱରେ ଥିଲେ, କଣ ସବୁ ଦୁର୍ନୀତି କରିଛନ୍ତି ସେନେଇ ଖୋଳତାଡ଼ ଚାଲିଛି । ଗତ ୩ ବର୍ଷ ଭିତରେ ବନୀକରଣରେ ୬ଶହ କୋଟି ଖର୍ଚ୍ଚ ହୋଇଛି । ସେଠାରେ ହୋଇଥିବା ଘୋଟଲା ବାବଦରେ ଖୋଳତାଡ଼ ଜାରି ରହିଛି । ଅନ୍ୟପଟେ ଆକାଶ ପାଠକ କହୁଛନ୍ତି “ମୁଁଟାଟାର କର୍ମଚାରୀ ଥିଲି, କିନ୍ତୁ ଟାଟା ମୋତେ ସପୋର୍ଟ କରୁନାହିଁ । ଆମ ବିରୋଧରେ ଷଡଯନ୍ତ୍ର ହୋଇଛି । ଆମେ ସବୁକିଛି କହିବାକୁ ଚାହୁଁଛୁ । ବାହାରିବା ପରେ ସବୁ କିଛି କହିବି । ଆମ ବିରୋଧରେ ଷଡଯନ୍ତ୍ର ହୋଇଛି ।’ ଏପଟେ ଭିଜିଲାନ୍ ସତଦନ୍ତ କହୁଛି ସବୁ ମିଛ । ରିମାଣ୍ଡ ପାଇଁ ଭିଜିଲାନ୍ସ ଆବେଦନ କରିବନି । ଶନିବାର ରିମାଣ୍ଡ ଅବଧି ସରିବା ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article