32.1 C
Bhubaneswar
Friday, June 25, 2021

ଉପ-ନିର୍ବାଚନ ସଫଳତାର ଶ୍ରେୟ ଶ୍ରମିକଙ୍କୁ ଦେଲେ ବିଜେଡି ନେତା ।

Must read

ବାଲେଶ୍ୱରତ,,ତା,୬/୧୨ ; ବାଲେଶ୍ୱର ସଦର ଉପ-ନିର୍ବାଚନରେ ସକ୍ରିୟ ସହଯୋଗ କରିଥିବା ବିଭିନ୍ନ ବର୍ଗର କର୍ମୀମାନଙ୍କୁ ବିଜେଡି ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ସିଂଯୋଗଦେଇ ବାଲେଶ୍ୱର ଉପ-ନିର୍ବାଚନରେ ଦଳକୁ ମିଳିଥିବା ସଫଳତାର ଶ୍ରେୟ ସାଧାରଣ କର୍ମୀଙ୍କୁ ଦେଇଥିଲେ ।ବାଲେଶ୍ୱରର ରିକ୍ସା ଚାଳକ ସଂଘଠାରୁଆରମ୍ଭ କରି ରେଲୱେ କୁଲି,ଖବରକରଗଜ ବିତରକ ସଂଘ,ଅଟୋରିକ୍ସା ଚାଳକ ସଂଘ, ବିଭିନ୍ନ ଶିଳ୍ପାନୁଷ୍ଠାନ ଶ୍ରମିକମାନେ ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟଦେବା ସଙ୍ଗେ ସଙ୍ଗେ ନିର୍ବାଚନ ପରିଚାଳନରେ ସକ୍ରିୟ ସହଯୋଗ କରିଥିଲେ ।

ଏମିତିକି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ନିର୍ଦେଶନୁସାରେ ଦଳ ସପକ୍ଷରେ ମତଦାନ ହାର ବୃଦ୍ଧିରେ ସମସ୍ତେ ନିଷ୍ଠାରସହ କାର୍ଯ୍ୟ କରିଥିଲେ । ପ୍ରକୃତରେ ସେହିମାନେ ହିଁ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି ସାଂସଦ ଶ୍ରୀ ସିଂହ କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ କେବଳ ସେହିମାନଙ୍କ ପାଇଁ ସମର୍ପିତ ବୋଲି ସେମତ ଦେଇଥିଲେ । ବାଲେଶ୍ୱରର ପୂର୍ବତନ ଲୋକସଭା ସାଂସଦ ତଥା ବିଜେଡି ଜିଲ୍ଲାସଭାପତି ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ବର୍ଗର ଲୋକଙ୍କପାଇଁ ଏବେ ଆମର ଦାୟିତ୍ୱ ବଢ଼ି ଯାଇଛିବୋଲି କହିଥିଲେ । ସେମାନେ ନିର୍ବାଚନରେ ନିଜ ନିଜର ଦାୟିତ୍ୱ ବେଶ ତୁଲାଇଥିଲେ ଏବେ ସେମାନଙ୍କ ସାମାଜିକ ସୁରକ୍ଷା ପ୍ରତି ବିଜେଡି ସରକାର ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀଜେନା ପ୍ରକାଶ କରିଥିଲେ ।

ନବ ନିର୍ବାଚିତ ସଦର ବିଧାୟକ ସ୍ୱରୂପ ଦାସ ଏଥିରେ ଯୋଗଦେଇ ବିଜୁ ଜନତା ଦଳର ଗାରିମା ରକ୍ଷା ସହ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିବାରେ ଶ୍ରମିକ ଶ୍ରେଣୀର ଭୂମିକା ସର୍ବଦା ପ୍ରଶଂସନୀୟ ବୋଲି କହିଥିଲେ । ସୁଯୋଗ ଆସିଲେ ସେମାନଙ୍କ ପାଇଁ ନିଶ୍ଚିତ କିଛି କରିବେ ବୋଲି ଶ୍ରୀଦାସ ପ୍ରତିଶ୍ରୁତି ଦେଇଥିଲେ । ହିନ୍ଦ୍ ମଜଦୁର ସଭାର ଜିଲ୍ଲା ସଭାପତି ଶ୍ରମିକ ନେତା ଅରୁଣକୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତଏହି ସଭାରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସମାଜସେବୀ ସୁବାସିନୀ ଜେନା,ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆ,ବରିଷ୍ଠ ବିଜେଡି ନେତା ସନତ୍ ଦାସ,ବିଜେଡି ଜିଲ୍ଲା ମିଡିଆ ସଂଯୋଜକ ରଘୁନାଥଲେଙ୍କା ପ୍ରମୁଖ ଏଥିରେ ଯୋଗଦେଇ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିବା ସବୁ ଶ୍ରେଣୀର ଲୋକଙ୍କୁଧନ୍ୟବାଦ ଦେଇଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article