ବାରିପଦା,ତା,୬/୧୨ ;ମୟୂର ଭଞ୍ଜଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟସେବା ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା (ଏନ୍ଭିବିଡି) ଜାତୀୟ ଜଳ ବାହୀତ ରୋଗର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ଷ୍ଟିଅରିଂ ଓ ଟାକ୍ସଫୋର୍ସ କମିଟିବୈଠକ ତା.୩.୧୨.୨୦୨୦ ରିଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମୟୂରଭଞ୍ଜ ଜିଲ୍ଲାପାଳ,ବିନୀତ ଭରଦ୍ୱାଜ, ଭାପ୍ରସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତବୈଠକରେ ଜିଲ୍ଲା ବିଭାଗ ଯୋଜନା କାର୍ଯ୍ୟକ୍ରମରେ ମ୍ୟାଲେରିଆ ନିରାକରଣପାଇଁ ଚଳିତ ଡିସେମ୍ବର ମାସରେ ଜିଲ୍ଲାରେ୧୫ଲକ୍ଷ (ଏଲ୍ଏଲ୍ଆଇଏନ୍) ଦୀର୍ଘସ୍ଥାୟୀ ଔଷଧି କରଣ ମଶାରୀ ବଣ୍ଟନ କରାଯିବା ସମ୍ପର୍କିତ କାର୍ଯ୍ୟଖସଡା ପ୍ରସ୍ତୁତି ନିମନ୍ତେ ସବିଶେଷ ଆଲୋଚନା କରାଯିବା ସହକାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ ଯେସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶ କ୍ରମେ ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଡିସେମ୍ବର ମାସରେ୧୫ଲକ୍ଷ (ଏଲ୍ଏଲ୍ଆଇଏନ୍) ଦୀର୍ଘସ୍ଥାୟୀ ଔଷଧିକରଣ ମଶାରୀ ଜିଲ୍ଲାର ସମସ୍ତ ୨୬ବ୍ଲକ୍ ଅଞ୍ଚଳର ଗ୍ରାମ ଓ ୪ସହରାଞ୍ଚଳ / ୱାର୍ଡର ହିତାଧିକାରୀ ପରିବାରଏବଂ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ସମୂହ ହଷ୍ଟେଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯିବା ଓସଫଳ ରୂପାୟନ ପାଇଁ ଜିଲ୍ଲାର ସମସ୍ତସିଏଚ୍ସି ବ୍ଲକ/ ଗ୍ରାମ ପଞ୍ଚାୟତ ସ୍ତରରେ ସଂପୃକ୍ତ ସ୍ୱାସ୍ଥ୍ୟ / ଶିକ୍ଷା ଓ ଅନ୍ୟାନ୍ୟ ବିଭାଗ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯଥାକ୍ରମେଗାଁ କଲ୍ୟାଣ ସମିତି କର୍ମକର୍ତା, ଆଶାକ୍ରର୍ମୀ,ଅଙ୍ଗନବାଡି କର୍ମୀ, ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରାମଶାରୀ ବଣ୍ଟନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ଏହାର ସୁପରିଚାଳନା / ତଦାରଖପାଇଁ ଜିଲ୍ଲା/ ସବ୍ଡିଭିଜନ, ବ୍ଲକ ଓପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଟିମ ଗଠନ କରିକାର୍ଯ୍ୟକ୍ରମକୁ ତ୍ୱରାନିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।
ଜିଲ୍ଲାକୁ ଯୋଗାଇ ଦେବାକୁ ଥିବା ୧୫ଲକ୍ଷ ମଶାରୀ ଜିଲ୍ଲାରସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସିଏଚ୍ସି ତତ୍ତ୍ୱାବଧାନରେ ସଠିକ୍ ରକ୍ଷଣା ବେକ୍ଷଣ ବ୍ୟବସ୍ଥା, କରାଯିବା ସହିତ ମାଇକ୍ରୋପ୍ଲାନପ୍ ରସ୍ତୁତି ସହ ମିଶନ ମୋଡ ଅଭିଯାନରେ ସୂଚାରୁ ରୂପେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବା ସଙ୍ଗେ ସଙ୍ଗେ ମ୍ୟାଲେରିଆ ପ୍ରଭାବ ରହୁଥିବା (ଗ୍ରାମ/ବସ୍ତି) ଅଞ୍ଚଳରେ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ମଶାରୀବଣ୍ଟନ ଓ ବ୍ୟବହାର ତଥା ମ୍ୟାଲେରିଆ ରୋଗ ପ୍ରତିଷେଧ ଆଦି ସମ୍ପର୍କିତ ଜନସଚେତନତା ପାଇଁ ସବିଶେଷ ସୂଚନା ନିୟୋଜିତ ସଂପୃକ୍ତ ସମସ୍ତ ଅଧିକାରୀ /କର୍ମଚାରୀ ଏବଂ ସଂପୃକ୍ତ ଅଞ୍ଚଳର ସମସ୍ତଜନ ପ୍ରତିନିଧିମାନଙ୍କୁ ହ୍ୱାଟସ୍ ଆପ୍ଜରିଆରେ ଜଣାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଗାଇଡ୍ଲାଇନ ଅନୁସାରେ ମଶାରୀ ବଣ୍ଟନ କରାଯାଉଥିବା ଜିଲ୍ଲାର ହୀତାଧିକାରୀ ପରିବାର ଏବଂ ଏସ୍ଟି ଏସ୍ସି ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପ୍ରାପ୍ତି ସ୍ୱୀକାର ସମ୍ପର୍କିତ ସ୍ୱତନ୍ତ୍ର ରେଜିଷ୍ଟର ମେନ୍ଟେନ୍କରିବା କାର୍ଯ୍ୟକ୍ରମର ଫୋଟ / ଭିଡିଓଡ କୁ୍ୟମେଣ୍ଟ ଟେସନ୍ ରଖିବା ପାଇଁ ଜିଲ୍ଲାମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।
ଅନ୍ୟାନ୍ୟ ବିଷୟ କ୍ରମରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ଆସନ୍ତା ଜାନୁୟାରୀ /ଫେବୃୟାରୀ ମାସରେ ଫାଇଲେରିଆ / କୃମିନାଶକ ଔଷଧ ପ୍ରକୃତ ହିତାଧିକାରୀ ମାନଙ୍କୁପ୍ରଦାନ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଅନୁଷ୍ଠିତଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ମଯୂରଭଞ୍ଜଭବେଶ କୁମାର ନାୟକ, ମୁଖ୍ୟ ଜିଲ୍ଲାଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ରୂପଭାନୁ ମିଶ୍ର, ଅତିରିକ୍ତ ଜିଲ୍ଲାଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା.ବନମାଳୀ ପ୍ରଧାନ, ବାରିପଦା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବସନ୍ତକୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଦେବେନ୍ଦ୍ର ବେହେରା,ଜିଲ୍ଲାଶିକ୍ଷା ଅଧିକାରୀ ପ୍ରତୁ୍ୟଷ କୁମାରନାୟକ, ଡେପୁଟି କଞ୍ଜରଭେଟର ଅଫ୍ଫରେଷ୍ଟ ବଟ କୃଷ୍ଣ ପାଢୀ, ଡା.ଦେବକାନ୍ତ ନାୟକ, ଭିବିଡିକ ନ୍ସୋଲଟାଣ୍ଟ ସୂଚୀସ୍ମିତା ପାତ୍ରପ୍ରମୁଖଙ୍କ ସମେତ ସଂପୃକ୍ତ ବିଭାଗ ଅଧିକାରୀ ମାନେ ଯୋଗଦେଇ ଆଲୋଚନାର ଅଂଶଗ୍ରହଣ କରିଥିଲେ ।