32.1 C
Bhubaneswar
Friday, June 25, 2021

ଥାଲାସେମିଆ ହେମୋଫିଲିଆ ସିକିଲ ସେଲ ଭିନ୍ନକ୍ଷମଙ୍କ ପାଇଁ ଚିହ୍ନଟ ।

Must read

କେନ୍ଦ୍ରାପଡା,ତା, ୫/୨; ବିଶ୍ୱଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲାପ୍ରଶାସନର ଜିଲ୍ଲା ସାମାଜିକ ସୁରକ୍ଷା ଓଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ପୈାରସଂସ୍ଥା ଟାଉନହଲ ପରିସରରେ ଗୁରୁବାର ଥାଲାସେମିଆ ହେମୋଫିଲିଆ ଓ ସିକିଲ ସେଲ ଭିନ୍ନକ୍ଷମଙ୍କ ଚିହ୍ନଟ, ସଚେତନତା ଓ ପ୍ରମାଣପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳସମର୍ଥ ବର୍ମା, ସହକାରୀ ଜିଲ୍ଲାପାଳ(ପ୍ରଶିକ୍ଷାର୍ଥୀ) ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲା ଚିକିସôାଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ରାଜ୍ୟ ଥାଲାସେମିଆ ସୋସାଇଟିର ସଭାପତି ବିଜୟ କୁମାର ରାଉତ, ସମ୍ପାଦକ ନିରାକାରପଣ୍ଡା, ଭୂବନେଶ୍ୱର କିମସ ହସପିଟାଲର ହେମାଟୋଲୋଜୀ ବିଭାଗ ମୁଖ୍ୟ ଡା.ପଲାସ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଭିନ୍ନକ୍ଷମ ଥାଲାସେମିଆ ପିଲାମାନଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଜିଲ୍ଲାପାଳଶ୍ରୀ ବର୍ମା ବିଭିନ୍ନ ବର୍ଗର ଭିନ୍ନକ୍ଷମମାନଙ୍କ ପାଇଁ ପର୍ଯ୍ୟାୟ କ୍ରମେ ଏଭଳି ଶିବିରର ଆୟୋଜନ କରାଯାଇ ସେମାନଙ୍କ ହକ ସେମାନଙ୍କୁ ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ ।

ଏଥିସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କିଭଳି ଆଗକୁ ଅଗ୍ରସର ହେବ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉସôବରେ ଉପସ୍ଥିତଥିବା ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ମିଶ୍ର ବାଲ୍ୟାବସ୍ଥାରୁ ଏହି ରୋଗ ଚିହ୍ନଟ କରାଯାଇ ପାରିଲେ ରୋଗୀକୁ ସହଜରେ ଭଲ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କିମସ ହସପିଟାଲର ଡା.ଦାସ ଥାଲାସେମିଆ ରୋଗୀକୁ ଚିହ୍ନଟର ଉପାୟ ସମ୍ପର୍କରେ ଏକ ଚିତ୍ର ଉପସ୍ଥାପନା କରିଥିଲେ । ଥାଲାସେମିଆ ସୋସାଇଟିର ସମ୍ପାଦକ ଶ୍ରୀ ପଣ୍ଡା ସରକାରଙ୍କ ଠାରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ଅଧିକ ପ୍ରସାରିତ କରିବା ନିମନ୍ତେ ଦାବି କରିଥିବା ବେଳେ ବାକି ରହିଯାଇଥିବା ହିତାଧିକାରୀ ମାନଙ୍କୁ ସାମିଲ କରାଯିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲୋ ସଭାପତି ଶ୍ରୀ ରାଉତ ଏଭଳି କାର୍ଯ୍ୟକ୍ରମର ଅଧିକ ସଫଳତା ତଥା ରାଜ୍ୟ ବ୍ୟାପି ସବୁଜିଲ୍ଲାରେ କରାଯିବା ପାଇଁ ସେ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ ।

ଉସôବର ମୁଖ୍ୟବକ୍ତା ଅତିରିକ୍ତଜିଲ୍ଲା ଚିକିସôା ଅଧିକାରୀ ଡା. ଆର.ଏନ.ଶତପଥୀ ବକ୍ତବ୍ୟରେ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଏହିଭଳି ଭିନ୍ନକ୍ଷମଙ୍କୁ ମାସିକ ୫ଶହ ଟଙ୍କା ଗସ୍ତ ଖର୍ଚ୍ଚ ଓ ଏକ ରକ୍ତପୁଡିଆ ଯୋଗାଇ ଦିଆଯାଉଥିବା ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିସôା ଳୟରେ ଏହି ରୋଗୀମାନଙ୍କ ରକ୍ତଚିହ୍ନଟ ନିମନ୍ତେ ଯୋଜନା କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୭୯ ଜଣ ଭିନ୍ନକ୍ଷମ ହିତାଧିକାରୀ ଉପସ୍ଥିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନଲାଇନରେ ଆବେଦନ କରିଥିବା ମାତ୍ର ୩୩ ଜଣଙ୍କୁ ପରୀକ୍ଷା କରାଯାଇ ୨୯ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ ମେଡିକାଲ ବୋର୍ଡ ସ୍ଥିର କରିଥିଲା । ଶେଷରେ ନିମାଇଁ ଚରଣ ମାନସିକ ନୂ୍ୟନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାରଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article