32.1 C
Bhubaneswar
Friday, June 25, 2021

ରିମାଣ୍ଡର ଦ୍ୱିତୀୟ ଦିନରେ ଜେରା ବେଳେ ଆକାଶ ପାଠକ ।

Must read

ଭୂବନେଶ୍ୱର,୫/୧୨: ରିମାଣ୍ଡର ଦ୍ୱିତୀୟ ଦିନରେ ଜେରା ବେଳେ ଆକାଶ ପାଠକ କରିଛନ୍ତି ବଡ଼ ଖୁଲାସା । ସେ ଟାଟା ମୋଟର୍ସରେ ଚାକିରି କରି ନ ଥିବା ନେଇ ଭିଜିଲାନ୍ସର ଜେରାବେଳେ ସ୍ୱୀକାର କରିଛନ୍ତି । ଏହା ସହ ସଂପର୍କୀୟଙ୍କ ସହ ଚାର୍ଟର ଫ୍ଲାଇଟରେ ବିଦେଶ ଭ୍ରମଣ କରିଥିବା ମଧ୍ୟ ମାନିଛନ୍ତି ଆକାଶ । ହେଲେ, ଆକାଉଂଟକୁ କେଉଁଠୁ ଲକ୍ଷାଧିକ ଟଙ୍କା ଆସିଲା, କିଏ ପଠେଇଲା ସେ ନେଇ ମତ ବଦଳାଉଛନ୍ତି ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ପାଠକ ବାପ-ପୁଅଙ୍କୁ ଘନଘନ ଜେରା କରୁଛି ଭିଜିଲାନ୍ସ ଏସଆଇଟି । ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷଟଙ୍କା କୁଆଡୁ ଆସିଲା ସେ ନେଇ ଚାଲିଛି ତନାଘନା ।

ସେପଟେ ଆକାଶ ପାଠକ ଟାଟାର ପାସେଞ୍ଜର ଭେଇକିଲ ଡିଭିଜନର ଏମଡି କି ନାହିଁସେ ନେଇ ସତ ଜାଣିବାକୁ ଟାଟା କମ୍ପାନୀକୁ ଚିଠିଲେଖିଛି କମିସନରେଟ ପୁଲିସ ।ସେପଟେ, ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲାରେ ତଦନ୍ତ ଜୋରଦାର ହୋଇଛି । ଏନେଇ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ୍ ପୁଲିସ । ଆକାଶ ପାଠକ ଟାଟାର ଏମଡି କି ନାହିଁ ସେ ନେଇ ସତ ଜାଣିବାକୁ ଚିଠିଲେଖିଛି ପୁଲିସ । ଟାଟା ପକ୍ଷରୁ ଅଭିଯୋଗ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଜକୁ ଟାଟାରଏମଡି କହି ସ୍କାଇ କିଙ୍ଗ ନାମକ ଏକ ଟ୍ରାଭେଲ ସଂସ୍ଥାକୁ ଆକାଶ ଠକିଥିବା ଅଭିଯୋଗ ହୋଇଥିଲା ।

ଏ ନେଇ ସ୍କାଇ କିଙ୍ଗର ମାନେଜିଂ ଟାଟା ମୋଟର୍ସରେ ଚାକିରିକରି ନଥିବା ସ୍ୱୀକାର କଲେପାର୍ଟନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ।ଟ୍ରେନ୍, ବିମାନ ଓ ଚାର୍ଟର ବିମାନ ଟିକେଟ୍ ବାବଦରେ ୬୫ଲକ୍ଷ ୧୬ ହଜାର ଟଙ୍କା ଆକାଶ ପାଠକ ଠକିଥିବା ନେଇ ସେନିଜ ଅଭିଯୋଗରେ ଦର୍ଶାଇଥିଲେ । ସ୍କାଇ କିଙ୍ଗ ପକ୍ଷରୁ କୁହାଯାଇଥିଲା, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡିନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାରଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାରଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କାନଦେଇ ଠକିଛନ୍ତି ବୋଲି ଅଭିଯୋଗ କରିଛି ସ୍କାଇ କିଙ୍ଗ କଂପାନ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article