27.1 C
Bhubaneswar
Sunday, August 1, 2021

ଆରବିଆଇ ଏମପିସି ବୈଠକ ।

Must read

ନୂଆଦିଲ୍ଲୀ,ତା,୫/୧୨: ଭାରତୀୟ ରିଜର୍ଭବ୍ୟାଙ୍କ ବା ଆରବିଆଇର ମୁଦ୍ରା ନୀତି କମିଟିବା ଏମପିସିର ନିଷ୍କର୍ସ ସାମ୍ନାକୁ ଆସିଛି ।ବୈଠକ ପରେ ଆବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ,ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାସହ ୨୦୨୦-୨୧ଆର୍ଥିକ ବର୍ଷରେ ଜିଡିପି ଗ୍ରୋଥ୍ ହ୍ରାସ ପାଇବଓ ବିଯୁକ୍ତାତ୍ମକ ସ୍ତରକୁ ଯିବ ବୋଲି ସେସ୍ୱୀକାର କରିଛନ୍ତି । ଚଳିତ ବର୍ଷ ଜିଡିପିଗ୍ରୋଥ୍ -୭.୫ ପ୍ରତିଶତ ରହିବ ବୋଲି ସେକହିଛନ୍ତି ।ସେହିପରି ଶକ୍ତିକାନ୍ତ କହିଛନ୍ତି ଯେ,ଏମପିସି ସର୍ବସମ୍ମତିରେ ପଲିସି ରେପୋରେଟକୁ ୪ ପ୍ରତିଶତ ରଖିବା ନେଇ ଭୋଟ୍ଦେଇଥିଲେ । ସମିତି ମନିଟାରୀ ପଲିସିରେ ଆବଶ୍ୟକତା ଅନୁସାରେ କୋହଳ କରିବାନେଇ ନିଷ୍ପତ୍ତି ନେଇଛି ।

ଚଳିତ ଓ ଆଗାମୀଆର୍ଥିକ ବର୍ଷ ଯାଏଁ ଏପରି ସ୍ଥିତି ଜାରି ରହିବ ।ଏପରି ହେଲେ ଅଭିବୃଦ୍ଧି ହାସଲ କରିହେବ ।ରିଜର୍ଭ ବ୍ୟାଙ୍କ କହିଛି ଯେ, ଏବେମହଙ୍ଗା ଦର ଅଧିକ ରହିବ । ତୃତୀୟ ତ୍ରୈମାସିକରେ ଖୁଚୁରା ମହଙ୍ଗା ୬.୮ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ଧରି ଖୁଚୁରାମହଙ୍ଗା ଦର ୪ ପ୍ରତିଶତରୁ ଉପରେ ରହିଛି ।ତେବେ ମାର୍ଚ୍ଚ ପରେ ଜିଡିପିରେ ସାମାନ୍ୟସୁଧାର ଆସିବ । ଚଳିତ ବର୍ଷର ଦ୍ୱିତୀୟତ୍ରୈମାସିକରେ ଜିଡିପିରେ ୭.୫ ପ୍ରତିଶତହ୍ରାସ ପାଇଥିବା ବେଳେ ପ୍ରଥମ ତ୍ରୈମାସିକରେ ୨୩.୯ ପ୍ରତିଶତ ହ୍ରାସପାଇଥିଲା । ଆରବିଆଇ ଗଭର୍ଣ୍ଣର ଆହୁରି କହିଛନ୍ତି ଯେ, ପୂର୍ବପରି ରେପୋ ରେଟ୍ ୪ପ୍ରତିଶତ ଓ ରିଭର୍ସ ରୋପେ ରେଟ ୩.୩୫ପ୍ରତିଶତ ରହିବ । ରିଜର୍ଭ ବ୍ୟାଙ୍କ ତରଫରୁ ଅକ୍ଟୋବରରେ ଆଗତ କରିଥିବା ମୁଦ୍ରାନୀତିର ସମୀକ୍ଷା ବେଳେ କହିଥିଲେ ଯେ,୨୦୨୦-୨୧ରେ ଜିଡିପି ବୃଦ୍ଧି ଦର ୯.୫ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।

ଦେଶରେ ଅର୍ଥବ୍ୟବସ୍ଥା ଧିରେ ଧିରେସୁଧୁରିବାରେ ଲାଗିଛି । ତେବେ ବିଭିନ୍ନକ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧାର ଆସୁଛି ।ଏହା ଦ୍ୱାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି । ଇତିହାସରେ ପ୍ରଥମ ଥରପାଇଁ ସେନସେକ୍ସ୍ ୪୫ ହଜାର ପାରକରିଛି । ବିଭିନ୍ନ କ୍ଷେତ୍ରରେ କାରବାର ବୃଦ୍ଧିପାଇଥିବାରୁ ସେନସେକ୍ସ୍ ବୃଦ୍ଧି ପାଇ୪୫,୦୨୩.୭୯ ରେ ପହଞ୍ଚିଛି ।ସେହିପରି ନିଫ୍ଟି ଅପେକ୍ଷାକୃତ ବୃଦ୍ଧି ପାଇ୧୩,୨୫୦ ରେ ପହଞ୍ଚିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ୍ ୩୩ ଅଙ୍କ ବୃଦ୍ଧିପାଇ ୪୪,୬୬୫.୯୧ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ଏକ୍ସଚେଞ୍ଜର ନିଫ୍ଟି ୧୩ ଅଙ୍କ ବୃଦ୍ଧି ପାଇ ୧୩,୧୭୭ରୁ ଆରମ୍ଭ ହୋଇଥିଲା

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article