ନୂଆଦିଲ୍ଲୀ,ତା,୫/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ବିଭିନ୍ନ ରାଜନୈତିକ ସଂଗଠନର ନେତା ତଥା ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ସହ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଦେଶରେ ଉଙଠଓଊ-୧୯ ମହାମାରୀର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।ସର୍ବଦଳୀୟ ବୈଠକରେ ପ୍ରାୟ ୧୨ରୁଅଧିର ରାଜନୈତିକ ଦଳର ପ୍ରତିନିଧି ସାମିଲ ଥିଲେଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ କରୋନା ଟିକା ବିଷୟରେ ଏକ ଖୁସି ଖବର ଆସିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସାମ୍ନାରେ ବର୍ତ୍ତମାନ ଆଠଟି ଟିକା ଅଛି,ଯାହା ପରୀକ୍ଷା ପର୍ଯ୍ୟାୟରେ ଅଛି । ଦେଶରେ ତିନୋଟି ଭାକସିନ ପ୍ରସ୍ତୁତ ହୋଇଛି । ଦେଶରେ ଏକ ସ୍ୱତନ୍ତ୍ର ସଫ୍ଟଓୟାର ତିଆରି କରାଯାଇଛି । ଏଥିରେ ଭାକସିନ୍ ବାବଦରେ ତଥ୍ୟ ରହିବ ।
ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ପିଏମ ମୋଦୀ କହିଛନ୍ତି ଯେ ଆଶା କରାଯାଉଛି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ କରୋନା ଟିକା ବିଷୟରେ ଭଲଖବର ଆସିବ । ବୈଜ୍ଞାନିକଙ୍କ ଅନୁମୋଦନ ପାଇବା ମାତ୍ରେ ଏହା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀକହିଛନ୍ତି ।କରୋନା ଟିକା କ’ଣ ହେବ ତାହାରଚିତ୍ର ମଧ୍ୟ ସ୍ପଷ୍ଟ କରିଛନ୍ତି ପିଏମ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଟିକାମୂଲ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକତ୍ର ନିଷ୍ପତ୍ତି ନେବେ । ଲୋକଙ୍କୁ ଦୃଷ୍ଟିରେରଖି ଟୀକାକରଣର ମୂଲ୍ୟ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ୟ ରାଜ୍ୟସରକାର ମଧ୍ୟ ଏଥିରେ ସହ ଭାଗିହେବେ ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ରସରକାର ଏକ ବଡ଼ ଧରଣର ଟିକା ବଣ୍ଟନ ଉପରେ କାର୍ଯ୍ୟ କରୁଛନ୍ତି,
ଯାହା ରାଜ୍ୟସରକାରଙ୍କ ସହାୟତାରେ ତୃଣମୂଳ ସ୍ତରରେ ପହଁଞ୍ଚା ଯାଇପାରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାର ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଛନ୍ତି,ଯାହାର ସୁପାରିଶ ଆଧାରରେ କେବଳ ସରକାର କାର୍ଯ୍ୟ କରିବ । ପିଏମ ମୋଦୀଏହା ମଧ୍ୟ କହିଛନ୍ତି ଯେ ଭାରତ ଏକସ୍ୱତନ୍ତ୍ର ପ୍ରକାରର ସଫ୍ଟୱେୟାର ଉପରେ କାମ କରୁଛି ଯାହା ସମସ୍ତଙ୍କୁ ଟିକା ପ୍ରଦାନ ଉପରେ ନଜର ରଖିବ । ଫଳରେ ଏହା ସାହାର୍ଯ୍ୟରେ ଟିକାକୁ ଜନସାଧାରଣଙ୍କ ନିକଟକୁ ଆଣିବାରେ ସାହାଯ୍ୟ କରିବ ।ମୋଦୀ ଆହୁରି କହିଛନ୍ତି ଯେ,ଭାକସିନ୍ ପ୍ରଥମେ ବୃଦ୍ଧ, କରୋନା ଯୋଦ୍ଧା,ଅଧିକ ଗୁରୁତର ରୋଗୀଙ୍କୁ ଦିଆଯିବ ।ବିତରଣ ପାଇଁ ଏକ ନୀତି ନିର୍ଦ୍ଧାରଣ ହୋଇଛି । ଯାହାର ବିଭିନ୍ନ ପର୍ଯ୍ୟାୟ ରହିଛି ।ଟିକାକରଣରେ କେନ୍ଦ୍ର ଓ ରାଜ୍ୟର ଟିମ୍ମିଳିତ ଭାବେ କାମ କରିବେ । ଦେଶରସବୁ ସ୍ଥାନରେ କିପରି ଭାକସିନ୍ ପହଁଚିବ ସେନେଇ ବ୍ୟବସ୍ଥା କରାଯିବ । ରାଜ୍ୟସହ ମିଳିତ ଭାବେ ଏଦିଗରେ କାମ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।