36 C
Bhubaneswar
Sunday, April 11, 2021

ମାସକରେ ୩ ଇସ୍ପାତ ଉଦ୍ୟୋଗରେ ତାଲା

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ରାଉରକେଲା,୨୯ା୨(ନି.ପ୍ର) : ବିଦ୍ୟୁତ କାଟ୍ ପରେ ବଢ଼ିଯାଇଛିି ଶିଳ୍ପୋଦ୍ୟୋଗୀଙ୍କ ଚିନ୍ତା । ନିୟମିତ ଭାବେ ବିଦ୍ୟୁତ ବିଲ୍ ପୈଠ କରୁଥିଲେ ହେଁ ବର୍ଦ୍ଧିତ ବିଲ୍ ସେମାନଙ୍କୁ ବେଶ୍ ବାଧୁଛି । ଗୋଟିଏ ପଟେ କଞ୍ଚାମାଲ୍ ନ ମିଳିବା ଅନ୍ୟପଟେ ସରକାରଙ୍କ ବର୍ଦ୍ଧିତ ବିଜୁଳି ଛାଟ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୮୦% ଛୋଟ କାରଖାନା ମାଲିକଙ୍କୁ ବେଶ୍ ପ୍ରଭାବିତ କରିଛି । ଗତ ମାସକ ମଧ୍ୟରେ ତିନିଟି ଶିଳ୍ପ ଉଦ୍ୟୋଗ ବନ୍ଦ ହୋଇଛି । ସେଗୁଡିକ ମଧ୍ୟରେ ରହିଛି ଆଇଡିସି କଲୁଙ୍ଗାର ଅନେଷ୍ଟି ଟାଏ ଅଫ୍ ପ୍ରାଇଭେଟ୍ ଲିମିଟେଡ୍, ଶୁଭ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ ଓ ବିଶାଲ ଫେରୋ ପ୍ରାଇଭେଟ୍ ଲିମିଟେଡ୍ ।

ଆସନ୍ତା ୨/୩ ମାସ ଭିତରେ ଆହୁରି ଅନେକ ଶିଳ୍ପରେ ତାଲା ଝୁଲିବାକୁ ଯାଉଛି ବୋଲି ଶିଳ୍ପ ଉଦ୍ୟୋଗୀମାନେ କହିଛନ୍ତି । ସେମାନେ କହିଛନ୍ତି, ଶିଳ୍ପୋଦ୍ୟୋଗୀ ସଂଘର ବାର ମ୍ବାର ଦାବି ସତ୍ୱେ ସରକାର କୌଣସି ଠୋସ୍ ପଦକ୍ଷେପ ନେଉ ନାହାନ୍ତି । ନିକଟରେ ଶିଳ୍ପମନ୍ତ୍ରୀଙ୍କ ରାଉରକେଲା ଗସ୍ତ ଅବସରରେ ସୁନ୍ଦରଗଡ ଜିଲ୍ଲାର ସ୍ଥିତି ସଂକ୍ରାନ୍ତରେ ବଣିକ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ବର୍ଦ୍ଧିତ ବିଲ୍କୁ କିପରି ହ୍ରାସ କରାଯାଇ ପାରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଆଜି ପର୍ଯ୍ୟନ୍ତ ଶିଳ୍ପ ବିଭାଗ ସକାରାତ୍ମକ ପଦକ୍ଷେପ ନ ନେଇ ଚୁପ୍ ବସିଛି । ଏଥି ପାଇଁ ଜିଲ୍ଲାର ୪୦% ଉଦ୍ୟୋଗୀ ଓଡ଼ିଶା ଛାଡ଼ି ଦେବାକୁ ଏକ ପ୍ରକାର ନିଷ୍ପତ ନେଇଛନ୍ତ । ବିଭିନ୍ନ କଳ କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କ ଚିନ୍ତା ବଢ଼ି ବଢ଼ିଯାଇଛି । ଯଦି ରୁଗ୍ଣ ଅବସ୍ଥାରେ ·ଲୁଥିବା ୨୧ରୁ ଅଧିକ ଶିଳ୍ପ ବନ୍ଦ ହୋଇଯାଏ ତେବେ ୪ ହଜାର ଅଧିକ ଶ୍ରମିକ କର୍ମ ସଂସ୍ଥାନ ହରାଇବେ । ପରିବାର ପ୍ରତିପୋଷଣ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେବେ । ସେମାନେ ଆହୁରି ମଧ୍ୟ କହିଛନ୍ତି ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡସରକାର ଇସ୍ପାତ ଓ ଲୁହା ଉଦ୍ୟୋଗରଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି ।

ଓଡ଼ିଶାରେ ଇସ୍ପାତ ଓ ଲୁହାଉଦ୍ୟୋଗଗୁଡ଼ିକରୁ ୟୁନିଟ୍ ପିଛା ବିଦ୍ୟୁତ୍ଶୁଳ୍କ ୫ଟଙ୍କା ୮୫ ପଇସା ନିଆଯାଉଛି ।ଛତିଶଗଡ଼ରେ ୟୁନିଟ୍ ପିଛା ୪ଟଙ୍କା ୩୪ପଇସା ଓ ଝାଡ଼ଖଣ୍ଡରେ ୟୁନିଟ୍ ପିଛା ୩ଟଙ୍କା ୭୦ ପଇସା ନିଆଯାଉଛି ।ଝାଡ଼ଖଣ୍ଡରେ ଓଡ଼ିଶାଠାରୁ ୟୁନିଟ୍ ପିଛା୨ଟଙ୍କା ୧୫ ପଇସା କମ୍ ରହିଛି ।ଏହିପରି ଭାବେ ୧ ଟନ୍ ଇନ୍ଗଟ୍ ପ୍ରସ୍ତୁତିପାଇଁ ୧୦୦୦ୟୁନିଟ୍ ବିଜୁଳି ଖର୍ଚ୍ଚହେଉଛି, ଅର୍ଥାତ୍ ୫ ହଜାର ୫୦୦ ଟଙ୍କାଦେବାକୁ ପଡୁଛି । ଯାହା ଝାଡ଼ଖଣ୍ଡ,ଛତିଶଗଡ଼ ଓ ପଶ୍ଚିମବଙ୍ଗଠାରୁ ଅଧିକରହିଛି । ଏସବୁ କାରଣ ପାଇଁ ଓଡ଼ିଶାର·ଲିଥିବା ପ୍ରାୟ ୭୪ରୁ ଅଧିକ ଇସ୍ପାତ ଓଲୁହା ଉଦ୍ୟୋଗ ମଧ୍ୟରୁ ୪୨ଟି ବନ୍ଦହୋଇଯାଇଛି ।

ଛତିଶଗଡ଼, ଝାଡଖଣ୍ଡ ଓପଶ୍ଚିମବଙ୍ଗ ସରକାର ଶିଳ୍ପର ଅଭିବୃଦ୍ଧି ପାଇଁ ବିଦ୍ୟୁତ୍ ଶୁଳ୍କ ହ୍ରାସ କରୁଥିବା ବେଳେ ଓଡ଼ିଶା ସରକାର ଏଥିରେ ପଛଘୁଞ୍ଚା ଦେବା ଶିଳ୍ପ ଉଦ୍ୟୋଗୀଙ୍କ ଯୁକ୍ତି ହେଲା, ଗୋଟିଏ ୟୁନିଟ୍ ସ୍ଥାପନ ପାଇଁ ୫ରୁ ୮ କୋଟି ଖର୍ଚ୍ଚ େ ହାଇଥାଏ । ଏସବୁ ଇସ୍ପାତ ଉଦ୍ୟୋଗରେ ଇଣ୍ଡକ୍ସନ ଫର୍ଣ୍ଣେସ ୟୁନିଟ୍ର ପ୍ରମୁଖ ଭୂମିକା ରହିଥାଏ । ଗୋଟିଏ ଟନ୍ ଇନ୍ଗଟ୍ ପ୍ରସ୍ତୁତି ପାଇଁ ପ୍ରାୟ ୧ ହଜାର ୟୁନିଟ୍ ବିଜୁଳି, ଅର୍ଥାତ୍ ୫ ହଜାର ୫୦୦ ଟଙ୍କାର ବିଜୁଳି ଖର୍ଚ୍ଚ ହୁଏ । କିନ୍ତୁ ଛତିଶଗଡ଼ରେ ସେଥିପାଇଁ ୪ ହଜାର ୧୦୦ ଓ ଝାଡ଼ଖଣ୍ଡରେ ୩୫୦୦ ଟଙ୍କାର ବିଜୁଳି ଖର୍ଚ୍ଚ ହୁଏ । ତେଣୁ ଜିଲ୍ଲାର ଆତ୍ମନିଯୁକ୍ତି ସହ ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ନ ହେଲେ ଆସନ୍ତା ଦିନରେ ଶିଳ୍ପ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପ ଶୂନ୍ୟ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।

- Advertisement -ମାସକରେ ୩ ଇସ୍ପାତ ଉଦ୍ୟୋଗରେ ତାଲା

More articles

LEAVE A REPLY

Please enter your comment!
Please enter your name here

- Advertisement -ମାସକରେ ୩ ଇସ୍ପାତ ଉଦ୍ୟୋଗରେ ତାଲା

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...