32.1 C
Bhubaneswar
Friday, June 25, 2021

କୋଭିଡ଼ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ୫୦ଲକ୍ଷ ଅନୁଦାନ ତୁରନ୍ତ ଦିଅ ।

Must read

ଭୁବନେଶ୍ୱର,ତା,୪/୧୨ :କୋଭିଡ଼ ମୁକାବିଲା ପାଇଁ ରାଜ୍ୟ ସରକାର ଗତ ମେ’ରୁ ଜୁଲାଇ ମାସ ଭିତରେ ୨୬୭ ଜଣ ଆୟୁଷ ଡ଼ାକ୍ତର ମାନଙ୍କୁ କୋଭିଡ଼ କେୟାର ସେଣ୍ଟର ଏବଂ କୋଭିଡ଼ ହସ୍ପିଟାଲ ମାନଙ୍କରେ ନିଯୁକ୍ତି ଦେଇଥିଲେ । ସେମାନେ ଜୀବନକୁ ପାଣିଛଡ଼ାଇ କୋଭିଡ଼ ଆକ୍ରାନ୍ତଙ୍କ ଚିକିତ୍ସା କରିଥିଲେ ଏବଂ ଅନେକ କୋଭିଡ଼ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇଥିଲେ । ସେମାନଙ୍କ ତ୍ୟାଗପୂର୍ଣ୍ଣ ସେବା ପାଇଁ ସେମାନଙ୍କୁ ସରକାର ମଧ୍ୟ ବାହା ବାଦେଲେ । ହେଲେ ସେହି କରୋନା ଯୋଦ୍ଧାମାନେ ଏବେ ଅଲୋଡ଼ା ।

ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନ ଏବଂ ମର୍ଯ୍ୟାଦା ଦେବା ପରିବର୍ତ୍ତେ ସେମାନଙ୍କୁ ନିଲମ୍ବନ କରିଛନ୍ତି । ଏହା ବିରୁଦ୍ଧରେ ଆଜି ଆୟୁୁଷ ଡ଼ାକ୍ତର ମାନଙ୍କରଏକ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୨୦ଟି ଜିଲ୍ଲାରୁ ପ୍ରତିନିଧିମାନେ ଏଥିରେ ଯୋଗଦେଇ ସରକାରଙ୍କର ଏହି ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ସରକାର ସେହି ନିଷ୍ପତ୍ତିରୁ କ୍ଷାନ୍ତ ହେବାକୁ ନିବେଦନ କରିଛନ୍ତି । କରୋନା ସମୟରେ ଯୋଦ୍ଧା ଭାବରେ ନିଯୁକ୍ତି ପାଇଥିବା ସମସ୍ତ ଆୟୁଷଡ଼ାକ୍ତର ମାନଙ୍କର ସ୍ଥାୟୀ ନିଯୁକ୍ତି, ସେମାନଙ୍କ ପାଇଁ ଖାଲିିଥିବା ସ୍ଥାନରେ ଆୟୁଷ ଡ଼ାକ୍ତର ନିଯୁକ୍ତି ବେଳେ ବୟସ ସୀମା କୋହଳ କରିବା

ଏବଂ କୋଭିଡ଼ ଯୁଦ୍ଧରେ ପ୍ରାଣ ହରାଇଥିବା ଡ଼ାକ୍ତରମାନଙ୍କୁ ୫୦ଲକ୍ଷ ଟଙ୍କାତୁରନ୍ତ ପ୍ରଦାନ ଇତ୍ୟାଦି ଦାବୀରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସମ୍ମିଳନୀରେ ସର୍ବସମ୍ମତି ନିଷ୍ପତ୍ତି ପାରିତ ହୋଇଥିଲା ।ଏହି ସମ୍ମିଳନୀରେ ଡ. ପାର୍ଥସାରଥୀ ପଣ୍ଡା ସଭାପତିତ୍ୱ କରିଥିବା ବେଳେ କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ,ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍ଗୋ,ଶ୍ରୀ ବିଜୟ ପ୍ରଧାନ, ନିରଦ ବରଣଖୁଣ୍ଟିଆଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗ ଦେଇ ଆୟୁଷ ଡ଼ାକ୍ତରମାନଙ୍କ ଦାବୀକୁ ସମର୍ଥନ ଜଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଡ. ନମିତା ଦାସ,ଡ. ଦେବଶ୍ରୀ ପ୍ରଧାନ, ଡ. କୌସିକକୁମାର ସାହୁ, ଡ. ସିଦ୍ଧାର୍ଥ ଶ୍ରୀଚନ୍ଦନ,ଡ. ସୁନିଲ୍ ଶତପଥୀ, ଡ. ସ୍ୱାତୀସ୍ୱାଗତିକା, ଡ. ରୋଜାଲିନ୍ ପ୍ରଧାନ, ଡ.ନିର୍ଲିପ୍ତା ବେହେରା, ଡ. କବି ପ୍ରସାଦପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ତୁରନ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସଚିବଙ୍କୁ ଭେଟି ସରକାର ଦାବୀ ଗୁଡ଼ିକପୂରଣ କରିବାକୁ ନିବେଦନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article