23 C
Bhubaneswar
Tuesday, May 11, 2021

କୋଭିଡ୍ ଟୀକାକରଣ ପ୍ରକ୍ରିୟା ସକାଶେ ଜିଲ୍ଲା ସ୍ତରୀୟ ବୈଠକ ।

Must read

ବ୍ରହ୍ମପୁର,ତା,୪/୧୨:କୋଭିଡ୍ – ୧୯ ମହାମାରୀ ସମଗ୍ର ବିଶ୍ୱରେ ଜୀବନ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ବିକାଶର ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୫୦ ଟୀକା ସହିତ, ସମ୍ଭବତଃ କୋଭିଡ୍ -୧୯ ବିରୁଦ୍ଧରେ ଏକ ଟୀକା ଆମ ଦେଶର ନାଗରୀକଙ୍କ ସୁରକ୍ଷାପାଇଁ ସର୍ବ ପ୍ରଥମ ହସ୍ତଗତ ହେବ କୋଭିଡ୍ – ୧୯ ପାଇଁ ଟୀକାକରଣ ପ୍ରଶାସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ପରାମର୍ଶ ଅନୁଯାୟୀ,ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଟୀକାକୁ ପ୍ରାଥମିକତା ଦିଆଯିବ ଏବଂ ପରେଅନ୍ୟ ଆଗଧାଡିରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ବୟସ୍କ ବର୍ଗଙ୍କୁ ଟୀକା ଦିଆଯିବ ଭାରତ ସରକାରଙ୍କ ନିର୍ଦେଶ ମୁତାବକ ରାଜ୍ୟ ପରିଚାଳନା କମିଟି, ରାଜ୍ୟ ଟାସ୍କ ଫୋର୍ସ କମିଟି ଓଜିଲ୍ଲା ଟାସ୍କ ଫୋର୍ସ କମିଟି ଗଠନ କରାଯାଇ କୋଭିଡ୍ ଟୀକାକରଣ,କୋଭିଡ୍ ଟୀକାକରଣ ପାଇଁ ବିଭିନ୍ନପ୍ରସ୍ତୁତି କାର୍ଯ୍ୟକଳାପର ଯୋଜନା ତଥା କାର୍ଯ୍ୟକାରୀତା ତଥା କୋଭିଡ୍ ଟୀକାକରଣର ସମଗ୍ର ପ୍ରକ୍ରିୟାର ସାମଗ୍ରୀକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି ।

ଏହି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକଜୁମ୍ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁଆରମ୍ଭ କରି ବ୍ଲକ୍ ସ୍ତରୀୟ ଅଧିକାରୀଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।ସପ୍ତାହକ ମଧ୍ୟରେ ବ୍ଲକ୍ ସ୍ତରୀୟ କମିଟିଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ।ଟୀକା ପରିଚାଳନାଗତ ଯୋଜନା ପାଇଁଏବଂ ପ୍ରସ୍ତୁତିକୁ ଆହୁରି ବିକେନ୍ଦ୍ରୀ କରଣ କରିବା ଉଦେ୍ଦଶ୍ୟରେ ବିଡିଓଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟୀକା ପ୍ରବର୍ତ୍ତନପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଏହି କମିଟିରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ରହିବେ,ସି.ଏଚ୍.ସି. ର ସ୍ୱାସ୍ଥ୍ୟ ଅଧିକାରୀ କନଭେନିୟର୍ ରହିବେ । ସଭ୍ୟ ଭାବେଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ଶିକ୍ଷା ଅଧିକାରୀ, ବ୍ଲକ୍ ପଞ୍ଚାୟତର ର୍ନିବାଚିତ ପ୍ରତିନିଧି, ଯୁବ ଅନୁଷ୍ଠାନର ପ୍ରତିନିଧି, ଏନ୍.ସି.ସି., ନେହେରୁ ଯୁବକେନ୍ଦ୍ର, ଏନ୍.ଏସ୍.ଏସ୍. ର ସଭ୍ୟଜଣେ ଜଣେ ରହିବେ । ଦ୍ୱିତୀୟତଃ ଉନ୍ନୟନ ପାର୍ଟନର୍ ଭାବେ ଜଣେ ଜଣେ ସଭ୍ୟ ରହିବେ ।ତତସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରାଖାର୍ତି କରୁଥିବା ଜଣେ ବ୍ୟକ୍ତି କିମ୍ବାଧାର୍ମିକ ଅନୁଷ୍ଠାନର ଜଣେ ପ୍ରତିନିଧିସଭ୍ୟ ଭାବେ ଉକ୍ତ କମିଟିରେ ରହିପାରିବେ ।

ଏହାକୁ ପରିଚାଳନା କରିବା ନିମନ୍ତେ କୋଭିନ୍ ସଫ୍ଟଓୟାର୍ପ୍ରସ୍ତୁତ କରି ଡାଟା ବେସ୍ ପ୍ରସ୍ତୁତକରିବା, ପ୍ରଶିକ୍ଷଣ ଦିଆଯିବା,ସଚେତନତା ଓ ପ୍ରସାର ପ୍ରଚାର କାର୍ଯ୍ୟକୁ ଯୋରଦାର କରିବା ଓଏହାର ପରିଚାଳନାକୁ ସୁଦୃଢ କରିବାନେଇ ଜିଲ୍ଲାପାଳ ଯୋର ଦେଇଥିଲେ । ଟୀକା ଆସିବା ଠାରୁ ହିତାଧିକାରୀ ମାନଙ୍କ ଠାରେ ଏହାପହଞ୍ଚିବା ପର୍ଯ୍ୟନ୍ତ ଗୋଟିଏ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ । କୋଲ୍ଡ ଷ୍ଟୋରେଜ୍ ବାହାନ ଗୁଡିକ ଚିହ୍ନଟ କରି ଓ ଅନ୍ୟାନ୍ ୟଆନୁସଙ୍ଗୀକ ବ୍ୟବସ୍ଥାକୁ ପୂର୍ବ ପ୍ରସ୍ତୁତିକରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । କୋଭିଡ୍ ଟୀକା ପରିଚାଳନା ସମୟରେ ଆଇନ୍ଶୃଙ୍ଖଳା ପରିସ୍ଥିତି ପ୍ରତି ମଧ୍ୟ ସଜାଗ ରହିବାକୁ ଜିଲ୍ଲାପାଳ ଅବଗତ କରାଇବିଡିଓ, ତହସିଲଦାର ଓ ଥାନା ଅଧିକାରୀ ମାନଙ୍କର ଭୂମିକା ଗୁରୁôବଥିବା ଅବଗତ କରାଇଥିଲେ । ସମ୍ପ୍ରତିଗଞ୍ଜାମ ଜିଲ୍ଲାରେ ଦୁଇ ରୁ ଦଶ ଜଣଙ୍କମଧ୍ୟରେ ସଂକ୍ରମଣ ସଂଖ୍ୟା ରହିଛି ।କୋଭିÿଡ୍ ପରିଚାଳନାରେ ଉତ୍ତମ କାର୍ଯ୍ୟରେ ସମସ୍ତ ଅଧିକାରୀ ସାମିଲଥିବା ହେତୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା କଥା ଜିଲ୍ଲାପାଲବ୍ୟକ୍ତ କରିଥିଲେ । ଓଡିଶାରେ ଗଞ୍ଜାମର ପରିଚାଳନା କମିଟିଯେମିତି ଭଲ ହେବ ସେ ଦିଗରେଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article