ଭୁବନେଶ୍ୱର,ତା୪/୧୨: ପବିତ୍ର ଜଗନ୍ନାଥଧାମ ପୁରୀ ସମୁଦ୍ରକୂଳ ନିକଟରେ ଅବସ୍ଥିତ ବିଏନଆର ହୋଟେଲ ହେଉଛି ଏକ ଭାରତୀୟ ରେଳପଥର ପାରମ୍ପାରିକ ଐତିହବହନ କରୁଥିବା ହୋଟେଲ ସମ୍ପତ୍ତି, ଯାହା ଅତିଥିମାନଙ୍କୁ ଏକ ଭିନ୍ନ ସ୍ୱାଦର ଆତିଥେୟତା ଓ ଆରାମଦାୟକ ରହଣି ପ୍ରଦାନ କରିଥାଏ । ପୁରାତନ ପରମ୍ପରା ଓ ସମ୍ଭ୍ରାନ୍ତଶୀଳ ଚ୍ଚିର ଚମକ୍ରାର ଅନୁଭବ ପୁରୀର ଏହି ଅନନ୍ୟ ବିଏନଆର ହୋଟେଲରେ ପରିଦର୍ଶକଙ୍କୁ ଅପେକ୍ଷା କରିଥାଏ ।ବିସ୍ତାରିତ କୋଠରୀ, ଚମକ୍ରାର କରିଡର ଏବଂ ମନୋରମ ଟେରାସ୍ ଅତୀତ ଯୁଗକୁ ମନେ ପକାଇଥାଏ ୧୯୨୨ ମସିହାରେ ବେଙ୍ଗଲ-ନାଗପୁର ରେଳବାଇ ଦ୍ୱାରା ପୁରାତନ ଅଶ୍ୱର୍ଥ ଭିଲ୍ଲାକିଣାଯାଇ ୧୯୨୫ ମସିହାରେ ଏକ ହୋଟେଲରେ ରୂପାନ୍ତରିତ ହେବାପରେ ଏହି ଐତିହ ହୋଟେଲର ଉପନିବେଶ ଢାଞ୍ଚା ୯୫ ବର୍ଷ ପଛକୁ ନେଇଯିବା ଭଳି ଲାଗିବ । ୨୦୦୦ ମସିହାରେ ମହତ୍ୱ ଏବଂ ଆଡ଼ମ୍ବରପୂର୍ଣ୍ଣ ଏହି ହୋଟେଲ ଏହାର ପ୍ଳଟିନ ମ୍ଜୁବଲି ପାଳନ କରିଥିଲା ।
ହୋଟେଲରେ ୩୭ ଟି ପ୍ରଶସ୍ତ କୋଠରୀ ରହିଛି ଯେଉଁଥିରେ ଭିଣ୍ଟେଜ୍ ଡିଜାଇନ୍ ଏବଂ ଭାରତୀୟ ରେଳ ସମ୍ବନ୍ଧୀୟ ସୁନ୍ଦର କଳାକୃତି ରହିଛି । ସମସ୍ତ କୋଠରୀଗୁଡ଼ିକ ଆଧୁନିକ ସୁବିଧା ସହିତ ସଜାଯାଇଛି ଯେପରିକି ଏୟାର କଣ୍ଡିସନର,କେବୁଲ ଟିଭି ଏବଂ ଟେଲିଫୋନ୍ ମନୋନୀତ କୋଠରୀ ଗୁଡ଼ିକରେ ବ୍ୟକ୍ତିଗତ ବାଲକୋନି ଅଛି । ଯେଉଁଠାରୁ ଅତିଥିମାନେ ସମୁଦ୍ରର ଚମକ୍ରାର ଦୃଶ୍ୟ ଉପଭୋଗ କରିପାରିବେ ଇନ୍-ସୁଟ୍ବାଥରୁମ ଗୁଡ଼ିକରେ ଆବଶ୍ୟକ ସ୍ନାନ ସୁବିଧାଅଛି । ହୋଟେଲ ଶାନ୍ତି ଏବଂ ନିରପେକ୍ଷତାର ଆବଶ୍ୟକତାକୁ ଅତ୍ୟନ୍ତ ଧ୍ୟାନ ଦେଇଥାଏ ।ଏଠାରେ ଏକ ଲାଇବ୍ରେରୀ ଏବଂ ବିଲିୟର୍ଡଏବଂ ଟେବୁଲ୍ ଟେନିସ୍ ପାଇଁ ଏକ କୋଠରୀଅଛି । ବିଏନଆର ହୋଟେଲ ଆପଣଙ୍କୁ ବିସ୍ତାରିତ କୋଠରୀ, ଟାଣ୍ଟାଲାଇଜ୍ ବା ଆକୃଷ୍ଟ କରୁଥିବା କରିଡର ଏବଂ ସୁପରିଚାଳିତ ଟେରାସ୍ଦେଇଥାଏ ଯାହାକି ଭାରତର ଚମକ୍ରାର ରେଳ ଉତ୍ତରାଧିକାରର କାହାଣୀ କହିଥାଏ ।ବିଏନଆର ହୋଟେଲର ଏକ ରାଜକୀୟ ଇତିହାସ ରହିଛି ଏବଂ ଏହା ସୁନ୍ଦର ପୁରୀବେଳାଭୂମି ଠାରୁ ୨୦୦ ମିଟର ଦୂରରେ ଅବସ୍ଥିତ ପ୍ରତ୍ୟେକ କୋଠରୀ, ଏବଂ ଏହାର ସର୍ବସାଧାରଣ କ୍ଷେତ୍ର, ବିରଳ ଫଟୋଗ୍ରାଫ୍ପ୍ରଦର୍ଶନ କରେ ଯାହା ଭାରତୀୟ ରେଳବାଇର ସଫଳତାକୁ ଦର୍ଶାଏ ।
ପ୍ରସିଦ୍ଧ ରେଲୱେ ହେରିଟେଜ୍ ହୋଟେଲ ମଧ୍ୟରୁ ଅନ୍ୟତମ, ବିଏନ୍ଆର ଏହାର ବିରଳ ଫଟୋଗ୍ରାଫ୍ ସଂଗ୍ରହ ମାଧ୍ୟମରେ ଭାରତୀୟ ରେଳବାଇର ଆକର୍ଷଣୀୟ ଇତିହାସ ବିଷୟରେ ଅତିଥିମାନଙ୍କୁ ଅବଗତ କରାଇବାକୁ ଚେଷ୍ଟା କରେଏହି ଐତିହାସିକ ଚିତ୍ରଗୁଡ଼ିକ ଆପଣଙ୍କୁ ହୋଟେଲର ପ୍ରତ୍ୟେକ କୋଣରେ ଅଭିବାଦନ ଜଣାଇଥାଏ ଏବଂ ସମୟ ସମୟରେ ଆପଣଙ୍କୁ ଏକ ଆକର୍ଷଣୀୟ ଯାତ୍ରାକୁ ଉପଲବ୍ଧି କରାଇଥାଏ ।ବିଏନଆର ରେ ଥିବା ସମସ୍ତ ୩୭ ଟି ସମୁଦ୍ରମୁହାଁ କୋଠରୀ ଗୌରବମୟ ଭାରତୀୟ ରେଳବାଇରୁ କଷ୍ଟୋମାଇଜ୍ ହୋଇଥିବା କଳାକାର୍ଯ୍ୟ ସହିତ ସଜ୍ଜିତ ହୋଇଛି ଏବଂ ସମ୍ପତ୍ତିରଐତିହ ପ୍ରକୃତିକୁ ଦୃଷ୍ଟିରେ ରଖି ସଜାଯାଇଛି ଭିଣ୍ଟେଜ୍ ଡିଜାଇନ୍ ରୁମ୍ ଆସବାବପତ୍ର ବ୍ୟତୀତ,କୋଠରୀଗୁଡ଼ିକ ପ୍ରକୃତରେ ଯେକୌଣସି ବ୍ୟକ୍ତିଙ୍କୁଅତୀତକୁ ଫେରାଇ ନେଇଥାଏ, ତଥାପି ଆଜିର ଯାତ୍ରୀଙ୍କ ଦ୍ୱାରା ଇଚ୍ଛା କରୁଥିବା ସମସ୍ତ ସୁବିଧା ମଧ୍ୟ ଯୋଗାଇଥାଏ । ଏହି ପ୍ରାସାଦ ସଦୃଶକୋଠରୀ ଗୁଡ଼ିକରେ ସ୍ଥାନ ଏକ ପ୍ରତିବନ୍ଧକ ନୁହେଁ ଏବଂଏହି ହୋଟେଲ ରେ ନିଜକୁ କେଉଁ ଅଂଶରେ ପାଇପାରିବ ତାହା ଅତିଥିମାନଙ୍କ ଉପରେ ନିର୍ଭର କରିଥାଏ ଏବଂପ୍ରତ୍ୟେକ କୋଠରୀ ଭିନ୍ନଭିନ୍ନ ଆକାରର ଅଟେ