ଜଟଣୀ,ତା,୪/୧୨ ;ଜଟଣୀ ଅରଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟି ସ୍ଥାୟୀକ୍ୟାମ୍ପସ୍ ପରିସରରେ ୪ ତାରିଖ ପୁର୍ବାହ୍ନରେ ଆଇଆଇଟିର ନବମ ସମାବର୍ତନ ଉସôବ ପାଳନ କରାଯିବ ବୋଲି ବୁଧବାର ଅପରାହ୍ନରେ ଆଇଆଇଟି ପ୍ରଶାସନିକବିଲ୍ଡିଂ ସଭା ଗୃହରେ ଅନୁଷ୍ଠିତ ଏକସାମ୍ବାଦିକ ସମ୍ମିଳନୀରେ ଆଇଆଇଟିର ନିର୍ଦେଶକ ପ୍ରଫେସର ରତ୍ନମ୍ ବରଦାରାଜ କୁମାର ସୂଚନା ଦେଇଥିଲେ । ସେକହିଥିଲେ,ଆଇଆଇଟି କ୍ୟାମ୍ପସ୍ରେକମୁ୍ୟନିଟି ସେଣ୍ଟରରେ ସମାବର୍ତନ ଉସôବ ଅନୁଷ୍ଠିତ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀଡ଼.ରମେଶ ପୋଖରିଆଲ୍ ନିଶଙ୍କ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭିଡ଼ିଓ କନଫେରେନସିଂ ଜରିଆରେ ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଏହା ସହିତ ଆଇଆଇଟି ପରିସରରେ ଷ୍ଟୁଡ଼େଣ୍ଟଆକ୍ଟିଭିଟି ସେଣ୍ଟର, ୪୨ ଏକର ଜମିରେଖେଳ ପଡ଼ିଆ ଏବଂ ସ୍କୁଲ ଅଫ୍ ହୁ୍ୟମାନିଟିଜ୍ଓ ସ୍କୁଲ ଅଫ୍ ସୋସିଆଲ ସାଇନ୍ସ ଓ ମ୍ୟାନେଜମେଣ୍ଟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସେ ସୂଚନାଦେଇଥିଲେ ।
ଅନ୍ୟାନ ଅତିଥି ମାନଙ୍କମଧ୍ୟରେ ଭାରତ ସରକାରଙ୍କ ରାଜ୍ୟ ପ୍ୟାହା ଶିକ୍ଷାମନ୍ତ୍ରୀ ସୟ ଧୋତ୍ରେ ସମ୍ମାନୀତ ଅତିଥିଭାବେ ଯୋଗ ଦେବେ । ଭୁବନେଶ୍ୱର ଆଇଆଇଟି ବୋର୍ଡ଼ ଅଫ୍ ଗଭର୍ଣ୍ଣର୍ସ ଅଧ୍ୟକ୍ଷଡ଼.ରାଜେନ୍ଦ୍ର ପ୍ରସାଦ ସିଂହ ଅନ୍ଲାଇନରେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାକରିବେ । ଆଇଆଇଟିର ନିଦେର୍ଶକ ବିବରଣୀ ପାଠ କରିବା ସହ ଡ଼ିଗ୍ରୀଧାରୀଛାତ୍ର ଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରିବେ ।କିଛି ଛାତ୍ର ଛାତ୍ରୀ ବ୍ୟକ୍ତିଗତ ଭାବେ ଆସିଡ଼ିଗ୍ରୀ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ଅନ୍ୟମାନଙ୍କୁ ଅନ୍ଲାଇନରେ ଡ଼ିଗ୍ରୀ ପ୍ରଦାନ କରାଯିବ । ୪୪୬ ଜଣଛାତ୍ର ଛାତ୍ରୀଙ୍କୁ ଡ଼ିଗ୍ରୀ, ୩୫ ଜଣଙ୍କୁପିଏଚଡ଼ି, ୧୪୧ ଜଣଙ୍କୁ ଏମ.ଟେକ୍,୭୦ ଜଣଙ୍କୁ ଏମ.ଏସସି, ୨୦୦ ଜଣଛାତ୍ର ଛାତ୍ରୀଙ୍କୁ ବି.ଟେକ ଡ଼ିଗ୍ରୀ ପ୍ରଦାନକରାଯିବ ।
କମ୍ପୁ୍ୟଟର ସାଇନ୍ସ ଓ ଇିନିୟରିଂବିଭାଗର ବି.ଟେକ ଛାତ୍ର ଆଦିତ୍ୟ ପାଲଙ୍କୁ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ,ସ୍କୁଲ ଅଫ୍ଇନ୍ଫ୍ରାଷ୍ଟ୍ରକଚର ବିଭାଗର ଶଶାଙ୍କ ଦେଚୌଧୁରୀଙ୍କୁ ନିର୍ଦେଶକଙ୍କ ସ୍ୱର୍ଣ୍ଣ ପଦକ,ଫିଜକ୍ସ ସ୍କୁଲ ଅଫ୍ ବେସିକ ସାଇନ୍ସରଏମ.ଏସସି ଛାତ୍ର ସୌଭିକ ଚକ୍ରବର୍ତୀଙ୍କୁନିର୍ଦେଶକଙ୍କ ସ୍ୱର୍ଣ୍ଣ ପଦକ, ବି.ଟେକର ଆଦିତ୍ୟ ପାଲ, ଅରବିନ୍ଦଟି.କେ.ଆର, ଅଭିଷେକ ମିଶ୍ର, ଅମନସିଂହାଲ, ମନପୁରମ ଜ୍ୟୋତି ଭେଙ୍କଟସାଇ ଆଦିତ୍ୟ, ଶୁଭଜିତ୍ ମଣ୍ଡଳଙ୍କୁଇନଷ୍ଟିଚୁ୍ୟଟ ରୌପ୍ୟ ପଦକ,ଏମ.ଟେକର ଶଶାଙ୍କ ଦେ ଚୌଧଶୁରୀ,ଡ଼ି.ଏ.ରାଜେନ୍ଦ୍ର, ପ୍ରିୟବ୍ରତ ଦାସ, ଅନୁପକୁମାର ଯାଦବ, ଗୌରବ ଭ…ାଚାର୍ଯ୍ୟ,ଖଡ଼କେ ଲୀନା ସୟ ଏବଂ ଦେବଜିତରାଣାଙ୍କୁ ଇନଷ୍ଟିଚୁ୍ୟଟ ରୌପ୍ୟ ପଦକପ୍ରଦାନ ଏବଂ ଉତମ ପ୍ରଦର୍ଶନ ନିମନ୍ତେ ସୌଭିକ ଚକ୍ରବର୍ତ୍ତୀ, ଏ.ଏସ.ଜେମସ୍,ଦେବବ୍ରତ ମଣ୍ଡଳ, ସୁଦେଷ୍ଣା ଗୋସ୍ୱାମୀ,ଅର୍କପ୍ରଭା ରାୟଙ୍କୁ ଇନଷ୍ଟିଚୁ୍ୟଟ ରୌପ୍ୟପଦକ ପ୍ରଦାନ କରାଯିବ । ସମସ୍ତକାର୍ଯ୍ୟକ୍ରମ କରୋନା ଗାଇଡ଼ ଲାଇନଅନୁସାରେ କରାଯିବ ବୋଲିଆଇଆଇଟିର ନିଦେ୍ର୍ଦଶକ କହିଥିଲେ ।ଡ଼.ପ୍ରଭାତ ରନ ସାହୁ ଏବଂ ଆଇଆଇଟିର କୂଳସଚୀବ କର୍ଣ୍ଣେଲ ଡ଼.ସୁବୋଧ କୁମାରଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଆଇଆଇଟିର ଯୁଗ୍ମ କୂଳ ସଚୀବଦେବରାଜ ରଥ ଏବଂ ପିଆରଓ ଶ୍ରୀସାଲିନ୍ ପରିଚାଳନା କରିଥିଲେ