ବାଲେଶ୍ୱର,ତା,୪/୧୨ ; ବାଲେଶ୍ୱର ଜିଲ୍ଲାରେ “ବେଟି ବଚାଓ, ବେଟି ପଢାଓ”ଅଭିଯାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗଠିତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟିରଏକ ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳକେ ସୁଦର୍ଶନ ଚକ୍ରବର୍ତ୍ତୀ ଏହିବୈଠକରେ ଅଧ୍ୟକ୍ଷତା କରି କନ୍ୟାସନ୍ତାନର ସୁରକ୍ଷା ପାଇଁ ଏହି ଅଭିଯାନ ମାଧ୍ୟମରେ କିଭଳି ଜନସାଧାରଣଙ୍କୁ ସଚେତନ କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥି ପାଇଁ ଜିଲ୍ଲା,ବ୍ଲକ ଓ ପଂଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏହି ଅଭିଯାନକୁ ସଫଳ କରିବାପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ ।
ଜିଲ୍ଲାରେ ପୁଅଙ୍କ ଅନୁପାତରେ ଝିଅଙ୍କ ଜନ୍ମହାର ହ୍ରାସ ପାଉଥିବା ପରିଲକ୍ଷିତ ହେଉଥିବାରୁ ଏଥିରେ କିପରି ସୁଧାର ଆସିପାରିବ ସେନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଲିଙ୍ଗ ନିରୂପଣ ଅଧିନିୟମକୁ ଜିଲ୍ଲାରେ କଡାକଡି ଲାଗୁ କରିବା ସହିତ କନ୍ୟାସନ୍ତାନ ପ୍ରତି ଲୋକଙ୍କ ମନରେ ରହିଥିବା ମନୋଭାବରେ କିଭଳି ପରିବର୍ତନ ଅଣାଯାଇ ପାରିବ ସେ ଦିଗରେ ସଚେତନତା ଅଭିଯାନ ଆରମ୍ଭ କରିବାଏବଂ ଜନପ୍ରତିନିଧିମାନଙ୍କୁ ଏଥିରେ ସାମିଲ କରିବା ଉପରେ ଜିଲ୍ଲାପାଳ ଶ୍ରୀଚକ୍ରବର୍ତ୍ତୀ ଗୁରୁତ୍ୱାରୋପ କରିଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପ୍ରୀତିକାନ୍ତ ପଣ୍ଡାଏଥିରେ ଯୋଗ ଦେଇ “ବେଟି ବଚାଓ,ବେଟି ପଢାଓ” ଅଭିଯାନରେ ଜିଲ୍ଲାରେ କେଉଁ ସବୁ କାର୍ଯ୍ୟ କରାଯାଇପାରିବ ସେସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ସୁକୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୁଲାଳ ସେନଜଗଦେ୍ଦବ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମମାଳା ମିଶ୍ର, ଶିଶୁ ମଙ୍ଗଳକମିଟି ଅଧ୍ୟକ୍ଷ ଭାଗିରଥୀ ବାରିକ୍ ପ୍ରମୁଖକନ୍ୟା ସନ୍ତାନ ସୁରକ୍ଷାର ବିଭିନ୍ନ ଦିଗ ଓଜିଲ୍ଲାର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଏହି ଅଭିଯାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକପରେ “ବେଟି ବଚାଓ, ବେଟି ପଢାଓ”ସଚେତନତା ରଥକୁ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହିରଥ ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମାକରି କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ସଚେତନତା ବାର୍ତା ପ୍ରଚାର କରିବ । ଜିଲ୍ଲାଶିଶୁ ସୁରକ୍ଷା ୟୁନିଟ୍,ବାଲେଶ୍ୱର, ଓଡିଶାରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି, ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।