26 C
Bhubaneswar
Thursday, April 15, 2021

ଅଫଲାଇନରେ ଦଶମ, +୨ ପରୀକ୍ଷା .

Must read

ଭୁବନେଶ୍ୱର,ତା,୪/୧୨: ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ଅଫଲାଇନରେ ପରୀକ୍ଷାନେଇ ସିବିଏସଇ କହିଛି । ସେହି ଅନୁସାରେ ଓଡ଼ିଶାରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ଗଣଶିକ୍ଷା ବିଭାଗ ସବୁ ପିଲାଙ୍କୁ ଅନଲାଇନରେ ଯୋଡ଼ି ପାରିବାରେ ସକ୍ଷମ ହୋଇନାହିଁ । ଫେବ୍ରୁଆରିରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରୀକ୍ଷା ପୂର୍ବରୁ ବିଦ୍ୟାଳୟରେ ପାଠପଢା ହେବ ।ତେବେ କରୋନା ପାଇଁ ଦୋହଲିଯାଇଛି ଶିକ୍ଷା ବ୍ୟବସ୍ଥା । ମହାମାରୀ ମହାସଂକଟ ଜାରିରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁବନ୍ଦ ରଖାଯାଇଛି ।

ସେହିଭଳି କରୋନା କାଳରେ ପିଲାଙ୍କ ପାଠପଢାରେ ଯେଉଁଭଳି କୌଣସି ପ୍ରକାରର ପ୍ରଭାବ ନ ପଡ଼ିବ ଏଥିପାଇଁ ରାଜ୍ୟରେ ସରକାରଙ୍କ ତରଫରୁ ଅନଲାଇନ ପାଠପଢା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଇଛି । ହେଲେପିଲା ନା ମୋବାଇଲରେ ପାଠ ପଢିପାରୁଛନ୍ତି ନା ସେମାନଙ୍କୁ ମନିଟରିଂ କରିପାରୁଛନ୍ତି ଶିକ୍ଷକ । ଅନଲାଇନରେ ସମସ୍ତଙ୍କୁ ଏକାଠି କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ତାଙ୍କ ସୂଚନା ଅନୁଯାୟୀ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅଫଲାଇନରେ ହେବ । ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନରେ ହିଁ ହେବ । ଅଫଲାଇନରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ପତ୍ତି ନେଇଛି । ସେହି ଆଧାରରେ ରାଜ୍ୟରେ ବି ଅଫଲାଇନରେ ପରୀକ୍ଷା ହେବ ।ପରୀକ୍ଷା ନିହାତି ବିଳମ୍ବରେ ହେବ ।

କିନ୍ତୁ ତା’ ପୂର୍ବରୁ ସମସ୍ତ ବିଷୟ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀଦାସ କହିଛନ୍ତି । ଅନ୍ୟପକ୍ଷରେ ନବମରୁ ଦଶମ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବ ଶୀଘ୍ରଏନେଇ ନିଷ୍ପତ୍ତି ନେବା ପରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଅନ୍ୟପକ୍ଷରେ ସ୍କୁଲଫି ନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି , ସ୍କୁଲ ଫି ନେଇ ରାଜ୍ୟର କୌଣସି ନୀତି ନାହିଁ ।ତାହା ହିଁ ଆମେ ହାଇକୋର୍ଟରେ କହିଛୁ । କେବଳ କୋଭିଡ ପାଇଁ ସ୍ୱତନ୍ତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article