32.1 C
Bhubaneswar
Friday, June 25, 2021

ପରୀ ଘଟଣାରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ।

Must read

କଟକ,ତା , ୪/୧୨ ;ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ତଦନ୍ତକୁ ନେଇଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତକରିଛନ୍ତି । ଡିସେମ୍ବର ୧୬ ତାରିଖ ସୁଦ୍ଧାତଦନ୍ତର ଅଗ୍ରଗତି ସମ୍ପର୍କୀୟ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ପୀଡ଼ିତ ପରିବାରକୁସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ଆବେଦନର ଶୁଣାଣିକରି ଏପରି ନିର୍ଦେଶ ଦେଇଛନ୍ତି ।

ଆବେଦନରେ ଉଲ୍ଲେଖ କରାଯାଇଛି ଯେ୨୦୨୦, ଜୁଲାଇ ୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ବହୁତଖୋଜା ଖୋଜି କରି ପରୀକୁ ପାଇ ନଥିବାବେଳେ ଏ ନେଇ ଜୁଲାଇ ୧୪ରେ ନାୟାଗଡ଼ ସଦର ଥାନାରେ ଏତଲା ରୁଜୁହୋଇଥିଲା । ପୁଲିସ ତଦନ୍ତରୁ କିଛି ଫଳ ନମିଳିବାରୁ ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା । କେହିଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେତାର ଶବ ବାନ୍ଧି ପକାଇ ଦେଇଥିବା ସେଶନ୍ଦହ କରାଯାଇଥିଲା । ଏହାପରେ ମାସ ପରେ ମାସବିତି ଥିଲେ ମଧ୍ୟ ପରୀ ହତ୍ୟା ମାମଲାର ତଦନ୍ତରେ ଅଗ୍ରଗତି ହୋଇ ନଥିଲା ।

ଅନ୍ୟପକ୍ଷରେ ରାଜନେତିକ ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଣେ ମନ୍ତ୍ରୀ ପରୀର ହତ୍ୟାକାରୀକୁ ସୁରକ୍ଷାଦେବାକୁ ଚେଷ୍ଟା କରୁଛନ୍ତି ଓ ପୁଲିସ ତାପରେ ରହିଛି ବୋଲି ଅଭିଯୋଗ ହୋଇଥିବାବେଳେ ପୁଲିସ ତଦନ୍ତରେ ଭରସା ନାହିଁ । ପରୀ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ନଚେତ ସାଧାରଣ ଲୋକଙ୍କ ଆଇନ ଉପରୁ ଭରଷାଉଠି ଯିବ । ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ ନଚେତ ସ୍ୱାଧୀନ ଏଜେନ୍ସି ବା ସିବିଆଇ ଦ୍ୱାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।ଏହି ଘଟଣାରେ ଦୋଷୀ ବ୍ୟକ୍ତି ଓଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ନୟାଗଡ଼ ଏସପିଙ୍କୁ ପୀଡ଼ିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଉ ବୋଲି ଆଇନଜୀବୀ ମହାପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article