32.1 C
Bhubaneswar
Friday, June 25, 2021

ଅଡୁଆରେ ପଡ଼ିଲେ ପ୍ରଦୀପ ପାଣିଗ୍ରାହୀ ।

Must read

ଭୁବନେଶ୍ୱର,ତା ୪/୧୨; ଆଇଏଫଏସ ଅଭୟକାନ୍ତଙ୍କ ଆୟବର୍ହିଭୂତ ସମ୍ପତ୍ତିର ତଦନ୍ତ କରୁଥିବା ଏସଆଇଟି । ଏହାସହ ବୀମା ଡକ୍ୟୁମେଣ୍ଟ ମଧ୍ୟ ସିଜ୍ କରିଛି ଏସଆଇଟି । ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଦେଣନେଣ ହୋଇଥିବାର ପ୍ରମାଣ ଲାଗିଛି ଏସଆଇଟି ହାତରେ । ପ୍ରଦୀପ ପାଣିଗ୍ରାହୀଙ୍କର ବ୍ରହ୍ମପୁର ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଏହି ବର୍ଷ ଅଢ଼େଇ କୋଟି ଟଙ୍କା ଜମାହୋଇଥିବା ସୂଚନା ମିଳିଛି । ତାଙ୍କର ବାର୍ଷିକଆୟ ୧୦ ଲକ୍ଷ ଅଛି ବୋଲି ସେ ଆୟକର ରିଟର୍ଣ୍ଣ ଭରିଥିବା ବେଳେ ଏତେ ଟଙ୍କା କିଭଳିଏବଂ କେଉଁଠୁ ଆସିଲା ତାହା ମଧ୍ୟ ବଡ଼ ପ୍ରଶ୍ନସୃଷ୍ଟି ହୋଇଛି । ବ୍ରହ୍ମପୁର ଆଇସିଆଇସିଆଇ ବ୍ୟାଙ୍କଶାଖାରେ ଥିବା ବିଧାୟକଙ୍କ ଆକାଉଣ୍ଟ ନମ୍ବରହେଉଛି ୨୦୩୬୦୧୫୦୧୯୪୮ ।

ଆକାଉଣ୍ଟରେ ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ ତଦୁଇଚାରି ଜଣ ଲୋକ ଓ ସଂସ୍ଥା ଲକ୍ଷ ଲକ୍ଷଟଙ୍କା ଡିପୋଜିଟ୍ କରିଛନ୍ତି ଓ ଏହି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ସେମାନେ ହେଲେ ରବୀନ୍ଦ୍ର ସାହୁ, ସୂର୍ଯ୍ୟ ଫିଲିଂ ଷ୍ଟେସନ୍,ଗୁରୁମୂର୍ତ୍ତି ଅଏଲ କମ୍ପାନୀ, କମ୍ଭୁପାଣି ସାହୁ ।ଏକା ରବୀନ୍ଦ୍ର କୁମାର ସାହୁ ଗତ ୪ ମାସଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ପାଖାପାଖି ୭୫ ଲକ୍ଷ ଟଙ୍କା ଡିପୋଜିଟ୍କରିଛନ୍ତି । ସେହିଭଳି ସୂର୍ଯ୍ୟ ଫିଲିଂ ଷ୍ଟେସନ୪୦ ଲକ୍ଷ, ଗୁରୁମୂର୍ତ୍ତି ଅଏଲ କମ୍ପାନୀ ୪୦ଲକ୍ଷ, କମ୍ଭୁପାଣି ସାହୁ ପାଖାପାଖି ୨୦ ଲକ୍ଷଟଙ୍କା ଡିପୋଜିଟ୍ କରିଛନ୍ତି । ଏପରିକି ଆକାଶପାଠକ ମଧ୍ୟ ଏହି ଆକାଉଣ୍ଟରେ ୧୦ ଲକ୍ଷଟଙ୍କା ଡିପୋଜିଟ୍ କରିଥିବା ଆକାଉଣ୍ଟ ଡିଟେଲ୍ସରୁ ଜଣାପଡିଛି ।ଏହାବ୍ୟତୀତ ଏହି ଆକାଉଣ୍ଟରେ ହେମନ୍ତକୁମାର ରଥ, ସରୋଜ ମିଶ୍ର, ପ୍ରସନ୍ନ କୁମାରଲେଙ୍କା ଆଦି ବିଭିନ୍ନ ଲୋକ ଲକ୍ଷ ଲକ୍ଷ ଟଙ୍କାଦାଖଲ କରିଛନ୍ତି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାହେଉଛି, ଏହି ଆକାଉଣ୍ଟରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ଗତ ସେପ୍ଟେମ୍ବର ୩ ତାରିଖରେ ଡିପୋଜିଟ୍କରିଛନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ା ବିଧାୟକ ନା ଆଉ କେହି ତାହା ତଦନ୍ତ ସାପେକ୍ଷ ।ଏବେ ପ୍ରଶ୍ନ ଉଠୁଛି, ଏହି ରବୀନ୍ଦ୍ର ସାହୁକିଏ ? କାହାର ଏହି ସୂର୍ଯ୍ୟ ଫିଲିଂ ଷ୍ଟେସନ୍ ?ପୁଣି କିଏ ଏହି କମ୍ଭୁପାଣି ସାହୁ ? ଗୁରୁମୂର୍ତ୍ତିଅଏଲ କମ୍ପାନୀ ଚଲାଇଛି କିଏ ? ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଟଙ୍କାଯାଉଥିଲା କାହିଁକି ? ଆକାଉଣ୍ଟ ଡିଟେଲ୍ସରୁସ୍ପଷ୍ଟ ଜଣାପଡ଼ୁଛି ଯେ, ଏଥିରେ ମାତ୍ର ଦିନକରେ ପ୍ରଦୀପଙ୍କ ଆକାଉଣ୍ଟରେ କେମିତି ଭର୍ତ୍ତି ହୋଇଛି ଲକ୍ଷ ଲକ୍ଷ ଟଙ୍କା,ପୁଣି କେମତି ଉଠାଯାଇଛି ଲକ୍ଷାଧିକ ଟଙ୍କା ।ସେପଟେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,ତାଙ୍କ ଆକାଉଣ୍ଟରେ କୌଣସି ବେନାମୀ କାରବାର ହୋଇନାହିଁ । ରବୀନ୍ଦ ସାହୁ ହେଉଛନ୍ତି ମୋ ଭଣଜା, ଆକାଶ ପାଠକ ମୋର ଭାବି ଜ୍ୱାଇଁ । ତେଣୁ ତାଙ୍କ ଆକାଉଣ୍ଟରେ ଟଙ୍କା ଦେଣନେଣ ଆମ ବ୍ୟକ୍ତିଗତ କଥା

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article