ଭୁବନେଶ୍ୱର, ୩/୧୨ ;:ଓଡ଼ିଶା ଉପକୂଳରେ ପୁରୀ ବ୍ୟତୀତ ଆଉ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥାଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେଏହି ସବୁ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଯୋଜନା କରାଯାଇଥିବା ବେଳେ ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦିଆଯାଇ ପାରିବ ବୋଲିରାଜ୍ୟ ପର୍ଯ୍ୟଟନ ବିଭାଗ ନିଦେ୍ର୍ଦଶକ ଶ୍ରୀସଚିନ୍ ରାମଚନ୍ଦ୍ର ଯାଦବ ସୂଚନାଦେଇଛନ୍ତି । ମଙ୍ଗଳବାର ଶିକ୍ଷା ଓଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜ ମେଂଟରେ ଯୋଗ ଦେଇଥିବାନୂତନ ଛାତ୍ରଛାତ୍ରୀମାନଙ୍କ ଉଦେ୍ଦଶ୍ୟରେ ଆୟୋଜିତ ଭର୍ଚୁଆଲ୍ ଓରି ଏନଟେସନ୍କାର୍ଯ୍ୟକ୍ର୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଶ୍ରୀ ଯାଦବ । ଗ୍ଲାମରସ ଓ କ୍ୟାମ୍ପିଂଭଳି ଦୁଇଟି ଶବ୍ଦକୁ ନେଇ ଗ୍ଲାମ୍ପିଂ ଭଳିଶବ୍ଦର ବ୍ୟବହାର ଆରମ୍ଭ କରାଯାଇଛି ।ଏହାର ଉଦେ୍ଦଶ୍ୟ ହେଉଛି ବିଭିନ୍ନ ସମୁଦ୍ରକୂଳ ଅଞ୍ଚଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ରହିବା ନିମନ୍ତେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା । ଯାହାକି ସାଧାରଣ କ୍ୟାମ୍ପିଂରେ ମିଳିନଥାଏ ।ଶ୍ରୀ ଯାଦବ କହିଛନ୍ତି ଯେ, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଅନେକ ଭବିଷ୍ୟତ ରହିଛି ।
ବର୍ତମାନ ମିଟିଂ, ସମ୍ମିଳନୀ,ପ୍ରଦର୍ଶନୀ ଯାହାକୁ କି ମାଇସ୍ ବୋଲି କୁହାଯାଉଛି ତାହାକୁ ନେଇ ଆମରାଜ୍ୟରେ ଅନେକ ସମ୍ଭାବନା ରହିଛି ।ଏହି ଅନଲାଇନ କାର୍ଯ୍ୟକ୍ରମରେ ସୋଆ କୂଳପତି ପ୍ରଫେସର ଅଶୋକକୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଆତିଥ୍ୟ ଉପଦେଷ୍ଟା,କନସଲ୍ଟାଂଟ ଓ ଟ୍ରେନର୍ ଶ୍ରୀ ଅପରେସସିହ୍ନା, ଏସଏଚଏମର ଡିନ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀ ସିହ୍ନା ନୂତନଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁଏଭଳି ଏକ ଆକର୍ଷକ କ୍ୟାରିୟର ବାଛିଥିବାରୁ ଶୁଭେଚ୍ଛା ଜଣାଇବା ସହ ଏହାଦ୍ୱାରା ପ୍ରତ୍ୟେକ ଦିନ ସେମାନେ ନୂଆ ନୂଆଲୋକଙ୍କୁ ଭେଟି ଆଲୋଚନା କରିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ ।ସେମାନେ ଅଚିହ୍ନା ବ୍ୟକ୍ତି ମାନଙ୍କ ସହମଧ୍ୟ କିଭଳି କଥାବାର୍ତା କରାଯାଇପାରିବ ତାହା ଏହି ପାଠ୍ୟକ୍ରମ ଦ୍ୱାରା ଜାଣିପାରିବେ ବୋଲି କହିଥିଲେ । ପର୍ଯ୍ୟଟନ ଶିଳ୍ପ ପ୍ରତି୨.୫ ସେକେଣ୍ଡରେ ନୂତନ ଚାକିରୀର ସୁଯୋଗ ଯୋଗାଇଥାଏ ଏବଂ ଛାତ୍ରଛାତ୍ରୀମାନେ ଧର୍ଯ୍ୟ ବୃଦ୍ଧି କରିବା ସହନିଜ ଦକ୍ଷତାକୁ ବିନିଯୋଗ କରି ଏହିସୁଯୋଗକୁ ହାତକୁ ନେବାର ଆବଶ୍ୟକତାରହିଛି ।
ହୋଟେଲ, ହସପିଟାଲ ଏବଂରେଷ୍ଟୁରାଂଟ ତଥର ବିମାନ ଚଳାଚଳ ଶିଳ୍ପରେ ଏହି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅନେକ ସୁଯୋଗ ରହିଛି । ସେହିପରି କୋଭିଡ-୧୯ ମହାମାରୀ ଖାଦ୍ୟ ସୁରକ୍ଷା ବିଶେଷଜ୍ଞମାନଙ୍କ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ଶ୍ରୀ ସିହ୍ନାକହିଛନ୍ତି ।ପ୍ରଫେସର ମହାପାତ୍ର କହିଛନ୍ତି ଯେ,ମାତ୍ର ୧୩ ବର୍ଷ ମଧ୍ୟରେ ସୋଆ ପୂର୍ବାଂଚଳରେ ଏକ ଉତମ ବିଶ୍ୱବିଦ୍ୟାଳୟଭାବେ ପ୍ରତିପାଦିତ ହୋଇପାରିବା ସହନ୍ୟାସନାଲ ଇନଷ୍ଟିଚୁ୍ୟସନାଲ ର୍ୟାଂଙ୍କିଫ୍ରେମୱାର୍କ (ଏନଆଇଆରଏଫ)ର୍ୟାଙ୍କିଂରେ ଦେଶରେ ଶ୍ରେଷ୍ଠ ୨୦ ତ ମ ବିଶ୍ୱବିଦ୍ୟାଳୟଭାବେ ମାନ୍ୟତା ପାଇଛି ।ପ୍ରଫେସର ମିଶ୍ର ଏହି ଇନଡକ୍ସନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୁଚନାଦେବା ସହ ଏହା ଡିସେମ୍ବର ୧୧ ତାରିଖଯାଏ ଚାଲିବ ବୋଲି କହିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟରପ୍ରଫେସର ବି.ବି.ପ୍ରଧାନ, ହୁ୍ୟମାନିଟିବିଭାଗର ପ୍ରଫେସର ଅଶୋକ ମହାନ୍ତି ଏହିକାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ବିଏଚଏମସିଟିର ଶେଷ ବର୍ଷର ଛାତ୍ରୀଶ୍ୱେତା ବୋଇତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏସଏଚଏମର ଆସୋସିଏଟ ପ୍ରଫେସର ଡ. ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।