ଭୁବନେଶ୍ୱର,୩/୧୨ ;ପ୍ରଦେଶଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସରଏକ ପ୍ରତିନିଧି ଦଳ ଲୋୟର ପିଏମ୍ଜିଠାରେ ଦୀର୍ଘ ୫ ଦିନ ଧରି ଶୀତ କାକରସହି ଧାରଣାରେ ବସିଥିବା ଏ.ଏନ୍.ଏମ୍.ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଭେଟି ସେମାନଙ୍କର ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଜଣାଇଲା । ବର୍ତମାନ ସମଗ୍ର ବିଶ୍ୱକରୋନା ମହାମାରୀ ସହିତ ଲଢ଼େଇକରିବା ସହ ଜୀବନ ଜୀବିକା ସହସଂଘର୍ଷ ଜାରି ରହିଛି ।
ଏହି ପରିସ୍ଥିତିରେ ପ୍ରକୃତ କରୋନା ଯୋଦ୍ଧା ଯେଉଁ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜ ଜୀବନକୁ ବାଜିଲଗାଇ କରୋନା ମହାମାରୀକୁ ନଡରିଜନ ସାଧାରଣଙ୍କ ସେବା କରି ଆସୁଥିଲେ ସେମାନଙ୍କୁ ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ ଯୁବକଂଗ୍ରେସ ସଭାପତି ଡ. ଲେଙ୍କା କହିଛନ୍ତି ।ଦୀର୍ଘ ୫ ଦିନ ହେବ ଏହି କରୋନାଯୋଦ୍ଧା ମା’ ଭଉଣୀମାନେ ନିଜ ଘର ଛାଡିଜୀବିକା ପାଇଁ ଧାରଣାରେ ବସିଥିବାବେଳେ ରାଜ୍ୟ ସରକାର ନିଜରଅହଂକାର ପରିଲିଖିତ କରି ସେମାନଙ୍କଦାବି ତ ଶୁଣିବା ଦୂରର କଥା ସେମାନଙ୍କସହ ଆଲୋଚନା କରିବା ପାଇଁ ମଧ୍ୟଆସୁନାହାନ୍ତି ।
ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣଭାବେ ଏହି କରୋନା ଯୋଦ୍ଧାମାନଙ୍କ ସହ ଅନ୍ୟାୟ କରୁଛନ୍ତି ବୋଲି ଯୁବକଂଗ୍ରେସ ଅଭିଯୋଗ କରିଛି । ପ୍ରଥମେଏମାନଙ୍କୁ ଚୁକ୍ତିଭିତିକ ଚାକିରି ଦେଇଏବେ ପ୍ରତାରଣା କରିବା କେତେଦୂର ଯଥାର୍ଥ ବୋଲି ଯୁବ କଂଗ୍ରେସ ସଭାପତି ଡ.ଲେଙ୍କା ପ୍ରଶ୍ନ କରିଛନ୍ତି । ୪୮ ଘଂଟା ମଧ୍ୟରେଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେଯୁବ କଂଗ୍ରେସ ପକ୍ଷରୁ ଆନେ୍ଦାଳନା ତ୍ମକ ପନ୍ଥାଗ୍ରହଣ କରାଯିବ ବୋଲି ଡ. ଲେଙ୍କା ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହିପ୍ରତିନିଧି ଦଳରେ ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ସଂକୁନା କହଁର, ରଂଜିତ ପାତ୍ର,ନଳିନୀକାନ୍ତ ନାୟକ, ବିଶ୍ୱରଂଜନ ଦାସ,ଆଦିତ୍ୟ ପରିଡା, ଆଶୁତୋଷ ଲେଙ୍କା,କାର୍ତିକେଶ୍ୱର କାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ ।