26 C
Bhubaneswar
Thursday, April 15, 2021

ଦ୍ୱୈତ ପରୀକ୍ଷଣ କିଟ୍ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ।

Must read

ଭୁବନେଶ୍ୱର, ତା ୩/୧୨:ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେଏଚ.ଆଇ.ଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ.ଆଇ.ଭି.ଓ ସିଫିଲିସ ଦ୍ୱୈତ ପରୀକ୍ଷଣ କିଟକୁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଲୋକାର୍ପଣ କରିଛନ୍ତି । ବିଶ୍ୱ ଏଡସ୍ ଦିବସ ଅବସରରେ ଆଜି ଓସାକ୍ସ ଦ୍ୱାରାଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀନବକିଶୋର ଦାସ ଅନଲାଇନରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ସଂପୃକ୍ତ କିଟସହ ଓସାକ୍ସର ଅର୍ଦ୍ଧବାର୍ଷିକ ନ୍ୟୁଜ ଲେଟରର ଉନ୍ମୋଚନ କିରଛନ୍ତି । ଏହି ଅବସରରେଶ୍ରୀ ଦାସ କହିଥିଲେ ଯେ, ୨୦୧୦ ସୁଦ୍ଧା୬ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଥିଲାବେଳେ ୨୦୧୯ ରେ ଏହା୧୪ ଲକ୍ଷରେ ପହଂଚିଛି । ଅଧିକସଂକ୍ରମଣ ପ୍ରବଣ ଗୋଷ୍ଠୀମାନଙ୍କ ମଧ୍ୟରେ ସଚେତନତା ଓ ପ୍ରତିଷେଧକ ବ୍ୟବସ୍ଥାତଥା ବ୍ୟବହାରିକ ପରିବର୍ତନ ଫଳରେଏଚ.ଆଇ.ଭି. ର ବ୍ୟାପକତା ୨୦୧୦ଠାରୁ ହ୍ରାସ ଘଟି ୦.୩୧ ପ୍ରତିଶତରୁ୨୦୧୯ ରେ ଏହା ୦.୧୪ପ୍ରତିଶତରେ ପହଂଚିଛି ।

ରାଜ୍ୟରେ୨୩୨ଟି ସମନ୍ୱିତ ପରାମର୍ଶ ଓ ରକ୍ତପରୀକ୍ଷା କେନ୍ଦ୍ର ରହିଛି ଯେଉଁଠାରେ ବିନାମୂଲ୍ୟରେ ପରାମର୍ଶ ଓ ରକ୍ତ ପରୀକ୍ଷା ସୁବିଧାଯୋଗାଇ ଦିଆଯାଇଛି । ଏତଦବ୍ୟତୀତ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବାନିମନ୍ତେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଓ ୪୫୯ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେଏହି ସୁବିଧା ରହିଛି । ୪୮ଟି ଲକ୍ଷ୍ୟଭେଦୀପ୍ରକଳ୍ପ, ୬ଟି ଲିଙ୍କ ୱାର୍କର ସ୍କିମ ଏବଂ୧୧ଟି ଟ୍ରାନଜିଟ ପ୍ରୋଜେକ୍ଟ ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ଏଚ.ଆଇ.ଭି ସଂପର୍କୀତ ସମସ୍ତ ପ୍ରକାର ସମସ୍ତ ପ୍ରକାର ସେବାଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଏହିକାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେଯେ ସମ୍ପ୍ରତି ଓଡ଼ିଶାରେ ଏଚ.ଆଇ.ଭି ରପ୍ରଭାବ ଶତକଡା ୦.୧୪ ରହିଛି ଯାହାଜାତୀୟ ହାର ଶତକଡା ୦.୨୨ ରୁ କମ ।ରାଜ୍ୟର ୫୩୧ଟି ନୂତନ ଜନ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୬୩୦ଟି ହେଲ୍ଥୱେଲନେସ କେନ୍ଦ୍ରରେ ବିନା ମୂଲ୍ୟରେଏଚ.ଆଇ.ଭି. ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି । ସେ କହିଥିଲେ ଯେଗୋଟିଏ ପରୀକ୍ଷଣ କିଟ ଜରିଆରେ ଗର୍ଭବତୀ ମହିଳାମାନଙ୍କ ଏଚ.ଆଇ.ଭି ଓଯୋ÷ନ ସଂକ୍ରମଣ ସ୍ଥିତି ନିରୂପଣକରାଯିବ ।

ସେ କହିିଥିଲେ ଯେ, ସମସ୍ତ ଗ୍ରାମାଂଚଳ ଓ ସହରାଂଚଳ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟପୁଷ୍ଟିକର ଦିବସରେ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଛି । ଚଳିତ ବର୍ଷ୩,୧୧,୨୯୫ ଜଣ ଗର୍ଭବତୀ ମହିଳାଙ୍କର ପରୀକ୍ଷଣ କରାଯାଇ ୨୨୮ଜଣଙ୍କ ଏଚ.ଆଇ.ଭି ଭୂତାଣୁ ଚିହ୍ନଟକରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୁବପିଢୀମାନଙ୍କ ସକାରାତ୍ମକ ଭୂମିକାପ୍ରଦର୍ଶନର ଆବଶ୍ୟକତାକୁ ଦେଖିରେଡକ୍ରସ ସୋସାଇଟି ସହାୟତାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୬୪୦ ରେଡରିବନ କ୍ଲବ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ଏଚ.ଆଇ.ଭି / ଏଡସ ନିରାରକଣ ସଂପର୍କୀତ ସଚେତନତ କରାଯାଉଛି । ଜିଲାସ୍ତରର ରେଡରିବନକ୍ଲବ କୋଅର୍ଡିନେଟର ମାନଙ୍କ ଭୂମିକାକୁପ୍ରଶଂସା କରିଥିଲେ । ସେ କହିଥିଲେଯେ କ୍ଲବର ଜଣେ ସଦସ୍ୟ ଅତି କମରେ୧୫ ଜଣଙ୍କୁ ସଚେତନ କରାଇବା ପାଇଁସଂକଳ୍ପବଦ୍ଧ ହୁଅନ୍ତୁ । ଓସାକ୍ସର ପ୍ରକଳ୍ପନିଦେ୍ର୍ଦଶିକା ଡ. ସଂଯୁକ୍ତ ସାହୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଆଜିକାର୍ଯ୍ୟକ୍ରମର ଲକ୍ଷ ଓ ଉଦେ୍ଦଶ୍ୟ ଉପରେଆଲୋକପାତ କରିଥିଲେ । ଚଳିତ ବର୍ଷରବିଶ୍ୱ ଏଡସ୍ ଦିବସର ଅନୁଚିନ୍ତା ରହିିଛି,- ‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’ଏବଂ ଏହି ଦାୟିତ୍ୱ ନିର୍ବହନ ସହିତ୨୦୩୦ ସୁଦ୍ଧା ଏଡସ୍ ସଂକ୍ରମଣର ମୂଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟହାସଲ କରିବା ଦିଗରେ ଓସାକ୍ସ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅବିରତ କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ ।

ଏହିଅବସରରେ ସମ୍ମାନିତ ଅତିଥି ଭାବେମିଶନ ନିଦେ୍ର୍ଦଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଯୋଗଦେଇଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ (ଏମଏସ) ଡ. ଅଜିତମହାନ୍ତି ଯୋଗଦେଇଥିଲେ । ଅତିଥି ମାନେକହିଥିଲେ ଯେ ସାରା ଦେଶରେ, ଓଡ଼ିଶା ଅତ୍ୟଧିକ ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉନଥିଲେ ସୁଦ୍ଧାଏଚ.ଆଇ.ଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆମ ରାଜ୍ୟରେସଂକ୍ରମିତ ବ୍ୟକ୍ତିମାନେ ବିଶେଷକରି ଗରିବଶ୍ରେଣୀର । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ଏହିସଂକ୍ରମଣର ଶିକାର ହୋଇଥାଆନ୍ତି ।ଓସାକ୍ସର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ବିନା ମୂଲ୍ୟରେ ଉପଲବ୍ଧସ୍ୱାସ୍ଥ୍ୟ ସେବା ଏବଂ ଘୃଣା ଭେଦଭାବବିହୀନ ସହାୟତା ସହଯୋଗ ଦ୍ୱାରାସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି ବୋଲି ସେମାନେ କହିଥିଲେ । ଏହିଅବସରରେ ଓସାକଠାରେ ଦୁଇଟି ଆଇସିପ୍ରଚାର ଭ୍ୟାନକୁ ସ୍ୱତନ୍ତ୍ର ସଚିବ ଡ. ମହାନ୍ତିଓ ପ୍ରକଳ୍ପ ନିଦେ୍ର୍ଦଶିକା ଡ. ସାହୁ ଶୁଭାରମ୍ଭ କରିଥିଲାବେଳେ ରାଜ୍ୟର ବିଭିନ୍ନ ଜିଲାରୁ ଆଜିଠାରୁ ସଚେତନାଧର୍ମୀ ଆଇସି ପ୍ରଚାର ଭ୍ୟାନର ଆରମ୍ଭ କରାଯାଇଛି । ଯାହାଆଗାମୀ ସାତ ଦିନ ଧରି ଏଚ.ଆଇ.ଭି.ଓ ଏଡସ୍ ସଚେତନତା କାର୍ଯ୍ୟ କରିବ ।ଆଜିର ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକା ଡ. ଅଂଜନା ପଣ୍ଡା, ବିତପରାମର୍ଶଦାତ୍ରୀ ଶ୍ରୀମତୀ ରଂଜିତା ବେହେରା,ପ୍ରୋକ୍ୟୋରମେଂଟ ଅଧିକାରୀ ଶ୍ରୀ ବରେନ୍ଦ୍ରନାଥ ବେଜ ଓ ପ୍ରତିଷ୍ଠାନ ଅଧିକାରୀ ଶ୍ରୀଶୁଭେନ୍ଦୁ ପଟନାୟକ, ଯୁଗ୍ମ ନିଦେ୍ର୍ଦଶକ ଡ.ଡି.ଏସ. ଅରବିନ୍ଦ ଏବଂ ଓସାକ୍ସର ଅନ୍ୟଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ରାଜ୍ୟରେ ଏଚ୍ଆଇଭି ସିଫିଲିସ ଦ୍ୱୈତ ପରୀକ୍ଷଣ କିଟ୍ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article