ବାଲେଶ୍ୱର,୩/୧୨: ବାଲେଶ୍ୱର ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁଚଢ଼ଉ ହୋଇ ଦେଶୀମଦ ଭର୍ତ୍ତି ଏକବଲେରୋ ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ସୋମବାର ଦିନ ଗିରଫ କରାଯାଇଛି ।ଗିରଫ ବ୍ୟକ୍ତିମାନେ ହେଲେ ଦାମୋଦରପୁର ଅଞ୍ଚଳର ଉଦ୍ଧବବେହେରାଙ୍କ ପୁତ୍ର ପବିତ୍ର କୁମାର ବେହେରା(୪୦) ଓ ପୁରୁଣା ବାଲେଶ୍ୱରର ପଦ୍ମଲୋଚନ ଖଟୁଆଙ୍କ ପୁତ୍ର ମଦନଖଟୁଆ(୨୦) । ପୁରୁଣା ବାଲେଶ୍ୱରରୁ ଦେଶୀମଦ ନେଇ ଓଡି୦୨ଏକସ/୨୬୭୨ ନଂର ବଲେରୋରେ ଭଦ୍ରକଅଞ୍ଚଳକୁ ଯାଉଥିବା ବେଳେ ବାଲେଶ୍ୱର ସହରର ବଙ୍କାଖଜିର ଛକଠାରେ ଅବକାରୀଟିମ୍ ସେମାନଙ୍କୁ କାବୁ କରିଥିଲା । ଜବତ୍୧୨ଶହ ଲିଟର ମଦର ଆନୁମାନିକ ମୂଲ୍ୟଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି ।
ଏନେଇଏକ ମାମଲା ରୁଜୁ ସହ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ପୁରୁଣା ବାଲେଶ୍ୱରରୁ ଦେଶୀମଦ ଜିଲ୍ଲାରସୋର, ବାହାନଗା, ସିମୁଳିଆ ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିବା ନେଇ ଅବକାରୀ ବିଭାଗ ନିକଟରେ ପୂର୍ବରୁ ସୂଚନା ଥିଲା । ତେବେବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଇନସ୍ପେକ୍ଟର ଗାଲୁରାମ ସୋରେନ୍ଙ୍କନେତୃତ୍ୱରେ ଏକ ଟିମ୍ ବଙ୍କାଖଜିର ଛକନିକଟରେ ଆଜି ଭୋରରୁ ପହରା ଦେଇଥିଲେ । ଓଡି୦୨ଏକ୍ସ/୨୬୭୨ନଂର ବଲେରୋ ସଲଟ୍ ରୋଡ଼କୁ ବୁଲିବାପୂର୍ବରୁ ତାକୁ ଅଟକାଇ ଅବକାରୀ ଟିମ୍ତଲାସି ଥିଲା । ଏଥିରେ ଦେଶୀମଦ ରହିଥିବା ଜଣାପଡ଼ିବା ପରେ ବଲେରୋକୁଜବତ୍ ସହ ଏଥିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟାଳୟକୁ ନିଆଯାଇଥିଲା । ସବୁଠାରୁ ବଡ଼କଥା ହେଲା ଚୋରାମଦ ଚାଲାଣ ବେଳେ ପୁଲିସନଜରରୁ ବର୍ତ୍ତିବା ପାଇଁ ଏହି ବଲେରୋରେ ଅତ୍ୟାଧୁନିକ ସିସି କ୍ୟାମେରା ବ୍ୟବସ୍ଥା ରହିଥିଲା । କେଉଁ ଲୋକ ବା ଗାଡ଼ି ଏହାକୁପିଛା କରୁଛି ତାହାକୁ
ସେମାନେ ସହଜରେ ଜାଣିପରାରୁଥିଲେ । ପୁରୁଣା ବାଲେଶ୍ୱର,ତୁଳସୀପଦା ପ୍ରଭୃତି ଅଞ୍ଚଳରୁ ନିୟମିତ ଦେଶୀମଦ ନେଇ ସେମାନେ ଜିଲାର ବିଭିନ୍ନ ଅଞ୍ଚଳ ସମେତ ଭଦ୍ରକ ଜିଲାକୁଚାଲାଣ କରୁଥିଲେ ବୋଲି ଗିରଫ ଅଭିଯୁକ୍ତଦ୍ୱୟ ପଚରାଉଚୁରା ବେଳେ ପ୍ରକାଶକରିଥିବା ଅବକାରୀ ଅଧିକାରୀ କହିଥିଲେ ।ପୂର୍ବରୁ ମଧ୍ୟ ଅନେକଥର ଏହିଭଳି ଚଢ଼ଉହୋଇ ଭଦ୍ରକ ଚାଲାଣ ବେଳେ ବହୁ ଗାଡ଼ିଓ ବିପୁଳ ପରିମାଣର ମଦ ଜବତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଆଜିର ଏହି ଚଢ଼ଉରେ ବହୁ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ ।