ବାଲେଶ୍ୱର,୩/୧୨: ମହାମାରୀ କରୋନା ପ୍ରଭାବରେ ଅନ୍ୟାନ୍ୟ ପର୍ବପର୍ବାଣୀ ଭଳି ପବିତ୍ର କାର୍ତ୍ତିକ ମାସର ରାହାସ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉସôବମଧ୍ୟ ଫିକା ପଡ଼ିଯାଇଛି । କାର୍ତ୍ତିକ ପୂର୍ଣ୍ଣମୀଭୋରରୁ ଲୋକାରଣ୍ୟ ହୋଇ ଉଠୁଥିବା ବୁଢ଼ାବଳଙ୍ଗ ନଦୀର ବାଲିଘାଟ ଓବଙ୍ଗୋପସାଗରର ଚାନ୍ଦିପୁର ବେଳାଭୂମି ସୋମବାର ଦିନ ଖାଁ ଖାଁ ଲାଗୁଥିଲା ।ଶୀତୁଆ ସକାଳରେ ବୁଡ ପକାଇବା ସହବୋଇତ ଭସାଇବା ପାଇଁ ବାଲେଶ୍ୱର ସମେତ ସମେତ ପଡୋଶୀ ମୟୂରଭଞ୍ଜ ଓଭଦ୍ରକ ଜିଲାରୁ ବାଲିଘାଟ ଓ ଚାନ୍ଦିପୁର ସମୁଦ୍ରକୂଳକୁ ଆସିଥା’ନ୍ତି । ମାତ୍ର ଚଳିତବର୍ଷଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।
କାଁ ଭାଁ ମହିଳା ପୁରୁଷଙ୍କ ବ୍ୟତୀତ ଡୁ୍ୟଟିରେଥିବା ମାଳ ମାଳ ପୁଲିସ କର୍ମଚାରୀ ଉଭୟସ୍ଥାନରେ ଟହଲ ମାରୁଥିବା ଦେଖିବାକୁ ମିଳିଥିଲା । ଜଲା ପ୍ରଶାସନର ନିର୍ଦେଶନୁସାରେ ଦୁଇ ସାମୂହିକ ଡଙ୍ଗାଭସାଣ ସ୍ଥଳରେ ପୁଲିସ ଭିଡ଼ ଜମାଇବାକୁ ଦେଇ ନଥିଲେ । ଏମିତିକିବୁଢ଼ାବଳଙ୍ଗ ନଦୀର ବାଲିଘାଟ ଓଚାନ୍ଦିପୁର ସମୁଦ୍ରକୁୁ ଡଙ୍ଗା ଭସାଇ କାର୍ତ୍ତିକପୂର୍ଣ୍ଣିମା ପାଳନ କରିବାକୁ ଆସିଥିବା କାଁଭାଁ ଶ୍ରଦ୍ଧାଳୁଙ୍କୁ ପୁଲିସ ଫେରାଇ ଦେଇଥିଲା । ତେବେ ଡଙ୍ଗା ଭସାଇପାରିନଥିବା ବହୁ ଶ୍ରଦ୍ଧାଳୁ ବାଲିଘାଟସ୍ଥିତମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିବା ସହପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।ଜନସାଧାରଣଙ୍କ ଜୀବନରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଜାରି କୋଭିଡ କଟକଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲେ ବି ଉକ୍ରଳୀୟ ପରମ୍ପରା ରକ୍ଷାରେ ଅନ୍ତରାୟ ହୋଇଛି ବୋଲିକେତେକ ଶ୍ରଦ୍ଧାଳୁ ଦୁଃଖର ସହ ପ୍ରକାଶକରିଛନ୍ତି ।
ପୁଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ ବିଭାଗ ଟିମ ମଧ୍ୟ ବାଲିଘାଟରେ ପହରା ଦେଇଥିବା ଲକ୍ଷ୍ୟ କରାଯାଇଛି ।ସହରର ସମେତ ଜଲାର ଅଧିକାଂଶ ମହାପଞ୍ଚକ ବ୍ରତଧାରୀ ଶ୍ରଦ୍ଧାଳୁ ଘରପାଖ ପୋଖରୀ ମାନଙ୍କରେ ସୋଲ ଡଙ୍ଗା ଭସାଇନିକଟସ୍ଥ ମନ୍ଦିରରେ ଦିଅଁ ଦର୍ଶନ କରିଥିଲୋ କାର୍ତ୍ତିକ ପୂର୍ଣ୍ଣିମାକୁ ରାହାସ ପୂର୍ଣ୍ଣିମା ଭାବେମଧ୍ୟ ପାଳନ କରାଯାଉଥିବା ବେଳେଏଥିପାଇଁ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ରପୂଜାନୀତି ବ୍ୟବସ୍ଥା କରାଯାଇଥିଲା ।ସହରର ବିଭିନ୍ନ ଅଂଚଳରେ ଶ୍ରଦ୍ଧାଳୁମାନେନଗର ସଙ୍କୀର୍ତ୍ତନ କରିଥିବା ଦେଖିବାକୁମିଳିଥିଲା । ତେବେ ମହାପଞ୍ଚକର ଶେଷଦିନଭାବେ ପ୍ରତ୍ୟେକ ଓଡ଼ିଆଙ୍କ ଘର ତୁଳସୀଚଉରାରେ ମହିଳାମାନେ ଝୋଟି ଚିତା ଏବଂମୁରୁଜ ଆଙ୍କିବା ସହିତ ପୂଜାର୍ଚ୍ଚନା କରିଥିଲୋ ଏହି ଅବସରରେ ବିଭିନ୍ନ ଗଣସଂଗଠନଙ୍କପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟକରାଯାଇଥିଲା ।