32.1 C
Bhubaneswar
Friday, June 25, 2021

ସ୍କୁଲ ଫି ଧାର୍ଯ୍ୟ ପାଇଁ ଆଇନ ନାହିଁ ।

Must read

କଟକ,ତା ୩/୧୨: ରାଜ୍ୟରେଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେନାହିଁ । ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁଆମର ପଲିସି ନାହିଁ କହିଲେ ସରକାର । ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତିସରକାର । ତେବେ ଆଇନ କାହିଁକି ନାହିଁ,ସେନେଇ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଆସନ୍ତା ସୋମବାର ମାମଲାର ପୁନଃଶୁଣାଣି କରିବା ପାଇଁ ବୁଧବାର ହାଇକୋର୍ଟଦିନ ଧାର୍ଯ୍ୟ କରିଛନ୍ତି ।

ସ୍କୁଲ ଫି ହ୍ରାସ କରିବାନେଇ ହାଇକୋର୍ଟରେ ଯେଉଁ ମାମଲାର ଶୁଣାଣିଚାଲିଛି, ତା ଉପରେ ରାଜ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ତେବେ ସରକାର ସେନେଇ ତଥ୍ୟ ଦେବାପରେ,ଆବେଦନକାରୀ ଏହା ଉପରେ ପ୍ରତି ଜବାବଦାଖଲ କରିବେ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ।ପଞ୍ଜାବ ଓହରିୟାଣା ଭଳି ପଲିସି କାହିଁକି ହେଉନି ବୋଲି ହାଇକୋର୍ଟ ପଚାରିଥିବା ଅଭିଭାବକ ସଂଘରଓକିଲ ବିଭୂତି ଚୌଧୁରୀ କହିଛନ୍ତି ।

ସେପଟେ ସ୍କୁଲ-କଲେଜ ଆଦିରେସବୁ ପ୍ରକାରର ଫି’ ଛାଡ କରିବା ଦାବି ନେଇରାସ୍ତାକୁ ଓହ୍ଲାଇଛି ଛାତ୍ର ସଂଗଠନଏଆଇବିଏସଓ । ସଂଗଠନ ଅଭିଯୋଗ କରିଛି ଯେ, କୋଭିଡ୍ କାରଣରୁ ରାଜ୍ୟବାସୀ ରୋଜଗାର ହରାଇଛନ୍ତି । ଦେଶରେ ୨୦ କୋଟିଲୋକ ବେକାର ହୋଇଛନ୍ତି, ତେଣେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିହୋଇଥିବା ହେତୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନର ଫି’ ଛାଡ କରିବା ଲାଗି ପଦକ୍ଷେପ ନିଅନ୍ତୁ ବୋଲିସଂଗଠନ ଦାବି କରିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article