32 C
Bhubaneswar
Wednesday, January 20, 2021

ତିନିଦିନିଆ ରିମାଣ୍ଡରେ ଅଭୟ ପାଠକ ପୁଅ ଆକାଶ ପାଠକ ।

Must read

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଭୁବନେଶ୍ୱର,୩/୧୨: ଆସନ୍ତାକାଲିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକ । ଅଭୟ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ନେଇ ପଚରା ଉଚରାକରିବା ପାଇଁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ରଭିଜିଲାନ୍ସ କୋର୍ଟରେ ଭିଜିଲାନ୍ସ ଏସ୍ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା । ସେହି ଆବେଦନକୁ ବିଚାର କରି ଅଭୟ ପାଠକଙ୍କୁ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଆସନ୍ତାକାଲିଠାରୁ ସେ ୩ ଦିନିଆରିମାଣ୍ଡରେ ଯିବେ ବୋଲି ସୂଚନା ରହିଛି ।ଅଭୟଙ୍କୁ ରିମାଣ୍ଡରେ ନେଇ ଏସ୍ଆଇଟିଆୟ ବର୍ହିଭୂତ ସଂପତ୍ତି ନେଇ ଅଧିକ ପଚରାଉଚରା କରିବ । ଏପଟେ ଅଭୟପାଠକଙ୍କ ଘରୁ ସିସିଟିଭି ଫୁଟେଜ୍ ଜବତହୋଇଛି ।

କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନଭିନ୍ ଆରମ୍ଭ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲରେ ଥିବା ବାପ-ପୁଅ ଅଭୟକାନ୍ତ ପାଠକ ଓ ଆକାଶଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍ ପୁଲିସ ଯୋଜନା କରୁଥିବା ଜାଣିବାକୁ ମିଳିଥିଲା । ଉଭୟବାପ-ପୁଅ ଚାର୍ଟାଡ ଫ୍ଲାଇଟରେ ଯିବା ଆସିବା କରି ମଉଜ କରିଥିଲେ ମଧ୍ୟ ଟ୍ରାଭେଲ୍ସ ସଂସ୍ଥାକୁ ଆକାଶ ୬୫ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ହେବା ପରେ ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁକରିଥିଲା ଓ ତାଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ କରିପାରେ । ଏହାପରେ ପୁଲିସ୍ ଆଜି କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଛାନଭିନ କରି କିଛି ଡକ୍ୟୁମେଣ୍ଟ ଜବତ କରିଛି । ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ ଜବତ ହୋଇଛି ।

କିଏକିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନଭିନ ଚାଲିଛି । ଆହୁରି ଫୁଟେଜଖୋଜା ଚାଲିଛି । ସେପଟେ ଅଭୟ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି ଏସଆଇଟି ।ପାଠକ ଲିଙ୍କରେ ବ୍ରହ୍ମପୁରରେ ଏସଆଇଟି ଟିମର ଖୋଳତାଡ । ୪ଟି ବ୍ୟାଙ୍କରେ ଯାଞ୍ଚ କରାଯାଉଛି । ଆଇସିଆଇସିଆଇ ପ୍ରୁଡେନ ସିଆଲ ଇନସୁରାନ୍ସ ସଂସ୍ଥା, ଦେନା ବ୍ୟାଙ୍କ, ଏସବିଆଇ ମେଡିକାଲ ବ୍ରାଞ୍ଚ ଓ ଆକ୍ସିସ ବ୍ୟାଙ୍କର ଆର୍ଥିକ କାରବାର ନେଇ ଖୋଳତାଡ଼ଚାଲିଛି । ଗଞ୍ଜାମରେ ପ୍ରାୟ ୮ ବର୍ଷ କାଳ ବନ ବିଭାଗର ବିଭିନ୍ନ ବିଭାଗର ଉଚ୍ଚ ପଦ ପଦବୀରେ ଥିବା ଆଇଏଫଏସ ଅଭୟଙ୍କ ଦୁର୍ନୀତି ଓ କେଳେଙ୍କାରୀର ମୂଳଦୁଆ ପଡିଥିଲା ବୋଲି କୁହାଯାଉଛି । ଅଭୟ ପାଠକ ୨୦୦୪ ଜୁନ ୨୮ରୁ୨୦୦୬ ଜୁନ ୨୧ ପର୍ଯ୍ୟନ୍ତ ବ୍ରହ୍ମପୁର ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

- Advertisement -ତିନିଦିନିଆ ରିମାଣ୍ଡରେ ଅଭୟ ପାଠକ ପୁଅ ଆକାଶ ପାଠକ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ତିନିଦିନିଆ ରିମାଣ୍ଡରେ ଅଭୟ ପାଠକ ପୁଅ ଆକାଶ ପାଠକ ।

Latest article

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଅଟ୍ଟାରୀ-ୱାଗା କ୍ରସିଂ ମାଧ୍ୟମରେ ମୃତଦେହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ।

ପାକିସ୍ତାନ : ଗୁଜୁରାଟର କୁଚ୍‌ର ଭୁଜ୍‌ର ମିଳିତ ପଚରାଉଚରା କେନ୍ଦ୍ର (ଜେଆଇସି) ରେ ବନ୍ଦୀ ଥିବା ଚାରିଜଣ ପାକିସ୍ତାନୀ...