27.1 C
Bhubaneswar
Sunday, August 1, 2021

ଭୂମୀହରା ଓ ଶ୍ରମିକଙ୍କ ପାଇଁ ବିଜେଡି ନେତାଙ୍କ ଯୁଦ୍ଧଂଦେହୀ ଡାକରା ।

Must read

ଯାଜପୁର,ତା,୨/୧୨: ଧର୍ମଶାଳାର ଭୂମୀହରା, ଶ୍ରମିକ ତଥା ଅବହେଳିତଙ୍କ ପାଇଁ ବିଜେଡି ନେତା ସତୀଶ ବିଶ୍ୱାଳଙ୍କ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ରବିବାରଏହି ଅବସରରେ ବିରାଟ ଶୋଭାଯାତ୍ରା ସହ ସଭା ଧର୍ମଶାଳା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଏହି ଅବସରରେ ସାହାଣିଢିଅ ପଞ୍ଚାୟତର ଚାରଗୋଠ ଗ୍ରାମନିକଟରେ ଥିବା କଠୌଣୀ ମଠ ନିକଟରେ ଅନୁଷ୍ଠିତ ବଡ ଧରଣର ସଭାରେ ସତୀଶ କହିଥିଲେ ଯେ, ଯାଜପୁର ଜିଲ୍ଲାରଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଜିରା ଏବଂବାଲିସାହି ଅଞ୍ଚଳର ବହୁଗ୍ରାମର ଜନବସତିଜଙ୍ଗଲ କିସମ ଜମି ହୋଇ ଯାଇଛି । ଏହାଫଳରେ ବହୁ ଗ୍ରାମର ଲୋକ ଭିଟାମାଟିଶୂନ୍ୟ ହୋଇଛନ୍ତି । ଏହି ଅଞ୍ଚଳର ଲୋକେଏଥିପାଇଁ ବିଭିନ୍ନ ପ୍ରକାର ସୁବିଧା,ସୁଯୋଗରୁ ବଞ୍ଚôତ ହେଉଛନ୍ତି । ଅତୀତରେ ବାଘ ରହୁଥିବା ବାଘୁଆ ପାହାଡରୁ ପଥରଚାଲାଣ ପାଇଁ ଏହି ପାହାଡକୁ ରାଜସ୍ୱବିଭାଗ ଅଧୀନରେ ଥିବା ବେଳେ ମଣିଷରହୁଥିବା ଅଞ୍ଚଳକୁ ଚକ୍ରାନ୍ତ କରାଯାଇ ଜଙ୍ଗଲ କିସମ କରାଯାଇଛି । ଏହାବିରୋଧରେ ବିଧାନସଭା ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ସ୍ୱରଉଠାଇ ନାହାନ୍ତି । ତୁରନ୍ତ ଜନପ୍ରତିନିଧିମାନେ ଏଥିନେଇ ବିଧାନସଭାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତିବାଦକରନ୍ତୁ ନଚେତ ଲୋକଙ୍କ ସ୍ୱର ଉଠାଉନଥିବା ଜନପ୍ରତିନିଧିଙ୍କୁ ଏହି ଅଞ୍ଚଳରେପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ସତୀଶକହିଥିଲେ ଯେ, ଅତୀତରେ ପ୍ରବାଦପୁରୁଷ ବିଜୁ ପଟନାୟକଙ୍କ ଦଇତାରୀ-ପାରାଦୀପ ଜାତୀୟ ରାଜପଥ ପାଇଁପରିଚୟ ପାଇଥିବା କଣ୍ଟିଗଡିଆରୁ କବାଟବନ୍ଧ ମଧ୍ୟରେ ଥିବା ୨୦ ପଞ୍ଚାୟତ ଧର୍ମଶାଳାର ପ୍ରାଣକେନ୍ଦ୍ର ହୋଇଥିବାବେଳେ ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବକୁ ଆଉ ବରଦାସ୍ତ କରାଯିବନାହିଁ । ସମାଜର ଦୁଃସ୍ଥ ଅବହେଳିତ ବର୍ଗର ସ୍ୱାର୍ଥରକ୍ଷା ପାଇଁ ନବୀନପଟନାୟକ ସରକାର ସମଗ୍ର ଦେଶରେଦୃଷ୍ଟାନ୍ତ ହୋଇଥିବା ବେଳେ ଧର୍ମଶାଳାରେ ଗରିବମାନେ ବିଭିନ୍ନକ୍ଷେତ୍ରରେ ଅତ୍ୟାଚାରିତ । ମୁଖ୍ୟତ ଶ୍ରମିକଶ୍ରେଣୀ ଯାବତୀୟ ଶୋଷଣର ଶିକାରହେବା ନେଇ ଶ୍ରମିକମାନେ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ଏହିଅବସରରେ ଭିଟାମାଟି ସୁରକ୍ଷା ମଞ୍ଚଗଢାହେବା ସହ ସର୍ବସମ୍ମତ କ୍ରମେସତୀଶଙ୍କୁ ଏହାର ସଭାପତି ଭାବେନିର୍ବାଚିତ କରାଯାଇଥିଲା ।

ଏଥିରେ ସର୍ବଶ୍ରୀ ଲକ୍ଷ୍ମୀଧର ପରିଡା, ଅଜୟବାରିକ, ରଞ୍ଜନ ଦାଶ, ବିଜୟ ସ୍ୱାଇଁ,ଆଡଭୋକେଟ ସୁଢଳ କବି, ସଞ୍ଜୟମିଶ୍ର, ହିମାଂଶୁ ସାହାଣୀ, ତପନବରାଳ, ହରମୋହନ ସାହାଣୀ,ଅର୍ଜୁନ ମଳିକ, ପବିତ୍ର ରାଉତ,ନାରାୟଣ ସ୍ୱାଇଁ, ଲକ୍ଷ୍ମଣ ପ୍ରଧାନ,ସୁଶାନ୍ତ କୁମାର ରାଉତ, ରୁଦ୍ର ନାରାୟଣଓଝା, ମହେଶ୍ୱର ସ୍ୱାଇଁ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । କାର୍ତ୍ତିକସ୍ୱାଇଁ ପ୍ରାରମ୍ବିକ ସୂଚନା ଏବଂ ରମେଶପରିଡା ଧନ୍ୟବାଦ ପ୍ରଦାନ କରିଥିଲେ ।ବିଜୁବାବୁ ଏବଂ ମୁଖ୍ୟମନ୍ତ୍ରୀ ନବୀନପଟନାୟକଙ୍କ ନେତୃତ୍ୱକୁ ଦୃଢ ସମର୍ଥନକରି ହୋଇଥିବା ଏହି ସଭାରେ ଧର୍ମଶାଳାର ବିଜେଡି ନେତୃତ୍ୱକୁ ଦୃଢବିରୋଧ କରାଯାଇଥିଲା । ଦୀର୍ଘବର୍ଷଧରି ବିଜୁ ପରିବାରର ଆଗୁଆ ସମର୍ଥକଭାବେ ପରିଚିତ ସତୀଶ ବିଶ୍ୱାଳଙ୍କ ନେତୃତ୍ୱକୁ ସମର୍ଥନ କରି ବହୁସଂଖ୍ୟାରେ ମୋଟର ସାଇକେଲ ଶୋଭାଯାତ୍ରାରେ ରାମଚନ୍ଦ୍ରପୁର ତାରିଣୀଛକରୁ ସଭାସ୍ଥଳ ପର୍ଯ୍ୟନ୍ତ ଯାଇଥିଲା ।ପ୍ରବାଦପୁରୁଷ ବିଜୁ ପଟନାୟକଙ୍କ ଫଟୋକୁ ଗୋଟିଏ ବଡ ଧରଣର ରଥରେ ଶୋଭାଯାତ୍ରାରେ ନିଆଯାଇ ସଭାସ୍ଥଳକୁ ଅଣାଯାଇଥିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article