28 C
Bhubaneswar
Saturday, September 26, 2020

ସିଏଏ ନାଗରିକତା ଦେବ, ନେବ ନାହିଁ’

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ଭୁବନେଶ୍ୱର,୨୮ା୨(ନି.ପ୍ର): ନାଗରିକ ଅଧିକାର(ସିଏଏ) ନାଗରିକତା ଦେବ । କିନ୍ତୁ କୌଣସି ନାଗରିକତା ନେବନାହିଁ । କିନ୍ତୁ ବିରୋଧୀମାନେ ସାଧାରଣ ଲୋକଙ୍କୁ ସିଏଏର ପ୍ରକୃତ ଅର୍ଥ ନବୁଝାଇ ଉସ୍କାଉଛନ୍ତ । ସିଏଏ ସମର୍ଥନ ସମାବେଶରେ ଉଦ୍ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ବିରୋଧୀ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିଛନ୍ତି । ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହୋଇଥିଲା ସିଏଏ ସପକ୍ଷ ସମାବେଶ । ଏଥିରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଭାଷଣ ଆର ମ୍ଭ କରିଥିଲେ । ସେ କହିଥିଲେ, ମୁଁ ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଥିବା ବେଳେ ଅନେକ ଥର ଓଡ଼ିଶା ଆସିଛି । ପ୍ରତ୍ୟେକ ଜିଲ୍ଲାକୁ ଯାଇଛି । ପ୍ରତ୍ୟେକ କାର୍ଯ୍ୟକର୍ତାଭେଟିଛି । ଗୁଜରାଟ୍ ପରେ ଓଡ଼ିଶା ମୋତେ ଦ୍ୱିତୀୟ ଘର ପରି ଲାଗେ । ଏହି ଦୁଇ ରାଜ୍ୟକୁ ଯୋଡ଼ିଛନ୍ତି ମହାପ୍ରଭୁ ଜଗନ୍ନାଥ । ଗୁଜରାଟ ଓ ଓଡ଼ିଶାକୁ ମହାପ୍ରଭୁ ଆଶୀର୍ବାଦ ଦେଇଛନ୍ତି ।

ସେ କହିଥିଲେ, ଗତ ସାଧାରଣ ର୍ନିବାଚନରେ ଓଡ଼ିଶାବାସୀ ତାଙ୍କ ଦଳକୁ ୮ଟି ସିଟ୍ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ । ନିର୍ବାଚନରେ ଆମକୁ ୯୧ ଲକ୍ଷ ଭୋଟ୍ ମିଳିଥିବା ବେଳେ ବିଜେଡିକୁ ୧.୧ କୋଟି ଭୋଟ୍ ମିଳିଥିଲା । ପୂରା ପୂର୍ବ ଭାରତରେ ଭାଜପା ପାଇଁ ମାହୋଲ ବନାଇଥିଲା ଓଡ଼ିଶା । ଆଉ ଗୋଟିଏ ବଡ଼ ଲମ୍ଫ ପ୍ରଦାନ କଲେ ଓଡ଼ିଶାରେ ବିଜେପି ଶୀର୍ଷ ସ୍ଥାନକୁ ଉଠିପାରିବ । ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପ ସଂପର୍କରେ ହିସାବ ଦେଇ ଶାହ କହିଥିଲେ, ରାସ୍ତାଘାଟ ଓ ଆବାସ ଯୋଜନା ୨୦୦୯ରୁ ୧୪ ମଧ୍ୟରେ କଂଗ୍ରେସ ଓଡ଼ିଶାକୁ ୭୯ ହଜାର କୋଟି ଟଙ୍କା ଦେଇଥିଲା । ୨୦୧୪ରୁ ୨୦୧୯ ମଧ୍ୟରେ ମୋଦି ସରକାର ଓଡ଼ିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତ । ୨୦୨୪ ସୁଦ୍ଧା ଓଡ଼ିଶାର ସବୁ ଘରକୁ ନଳରେ ପାନୀୟ ଜଳ ମିଳିବ । କଶ୍ମୀରକୁ ଭାରତର ମୁକୁଟ ବନାଇବାକୁ ମୋଦି ପଦକ୍ଷେପ ନେଇଛନ୍ତି ।

ସେଥିପାଇଁ ୩୭୦ ଉଚ୍ଛେଦ କରିଛନ୍ତ । ପୂର୍ବ ଭାରତ ବିକାଶ ସଂପର୍କରେ ସେ କହିଥିଲେ, ପୂର୍ବ ଭାରତର ବିକାଶ କରିବା ପାଇଁ କେନ୍ଦ୍ର ସରକାର ୫ ବର୍ଷରେ ଯାହା କରିଛି, କଂଗ୍ରେସ ୫୫ ବର୍ଷରେ ତାହା କରିନାହ । ୫ ବର୍ଷରେ ଓଡ଼ିଶାର ବହୁ ବିକାଶମୂଳକ କାମ କରାଯାଇଛି । କୃଷି ଋଣରେ ବୃଦ୍ଧି, ରେଳ ବଜେଟରେ ବୃଦ୍ଧି, ଉଜ୍ଜ୍ୱଳା ଯୋଜନାରେ ୪୭ ଲକ୍ଷ ୫୦ ହଜାର ମହିଳାଙ୍କୁ ଗ୍ୟାସ୍, ସୌଭାଗ୍ୟ ଯୋଜନାରେ ୨୦ ହଜାର ଗାଁକୁ ବିଜୁଳି ଯୋଗାଣ, ଗରିବ ପରିବାର ପାଇଁ ଜନଔଷଧୀ କେନ୍ଦ୍ର, ଭଦ୍ରକରେ ଟେକ୍ସଟାଇଲ୍ ପାର୍କ, ଏସ୍ଟି/ ଏସ୍ସି ଓ ଓବିସି ପାଇଁ ବଜେଟ୍, ପାଇକ ସ୍ମାରକୀ ଶିଳାନ୍ୟାସ ଆଦି କରାଯାଇଛି । ରାମ ମନ୍ଦିର ଓ ସିଏସଏ କଥା ଉଠାଇ ଶାହ କହିଥିଲେ, ରାମ ମନ୍ଦିର ର୍ନିମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଳ୍ପ କିଛି ଦିନ ମଧ୍ୟରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ କରାଯିବ । ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦି ଭୁଲ୍ କଥା କହୁଛନ୍ତ । ନାଗରିକତା ·ଲିଯିବା ନେଇ ଅପପ୍ର·ର କରାଯାଉଛ ।

ସିଏଏକୁ ନେଇ ସରକାରକୁ ବଦନାମ କରାଯାଉଛି । ବଦନାମକୁ ଭୟ ନକରି ନରେନ୍ଦ୍ର ମୋଦି ସିଏଏ କରାଇଛ ନ୍ତି । ସଂଖ୍ୟାଲଘୁଙ୍କ ମାନବାଧିକାର ହନନ ହେଉଥିଲା, ଆଉ ହେବନି । ସିଏଏ ଦ୍ୱାରା କୌଣସି ସଂଖ୍ୟାଲଘୁଙ୍କର ନାଗରିକତା ଯିବନି । ପରନ୍ତୁ ସିଏଏ ଦ୍ୱାରା ପ୍ରପୀଡ଼ିତଙ୍କ ନାଗରିକତା ସୁରକ୍ଷିତ ହେବ । ସିଏଏର କୌଣସି ଧାରାରେ ନାଗରିକତା ଯିବାର ଉଲ୍ଲେଖ ନାହିଁଁ । କଂଗ୍ରେସ ଯିବା ବେଳକୁ ଅର୍ଥନୀତିରେ ଭାରତ ୧୧ ନ ମ୍ବରରେ ଥିଲା । ମୋଦି ଆସିବା ପରେ ୫ ବର୍ଷରେ ଆମେ ପଞ୍ଚମ ସ୍ଥାନକୁ ଉଠିଛ । ଏଠାରେ ନବୀନ ବାବୁଙ୍କ ସରକାର, ଜନମତକୁ ସମ୍ମାନ ଦେଉଛି । କେନ୍ଦ୍ର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କୁ ଅନୁରୋଧ କରୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...