ଭୁବନେଶ୍ୱର,ତା ୨/୧୨: ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲସାଇନ ସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି । ଗତ ମାର୍ଚ୍ଚ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳଯକୃତ ପ୍ରତ୍ୟାରୋପଣ କରାଯାଇଥିଲା ।ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚୁ୍ୟଟ୍ ଅଫ ଗ୍ୟାଷ୍ଟ୍ରୋ ଏଂଟେରୋଲୋ ଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍ଙ୍କନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ରସର୍ଜନ ମାନେ ଅସ୍ତ୍ରୋପଚାର କରିଥିଲେ ।ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁଆରମ୍ଭ ହୋଇ ଦୀର୍ଘ ୧୨ ଘଂଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ର ଗ୍ୟାଷ୍ଟ୍ରୋଏଂଟେ ରୋଲୋଜି ବିଭାଗର ମୁଖ୍ ୟପ୍ରଫେସର ମନୋଜ କୁମାର ସାହୁ ।
ସମ୍ବଲପୁର ଅଂଚଳର ଉମେଶ କୁମାରରାଉତ (୪୯) ଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନୀତା କୁମାରୀ (୪୧) ତାଙ୍କ ଯକୃତରକିଛି ଅଂଶ ନିଜ ଭାଇକୁ ପ୍ରଦାନ କରିଥିଲେ । ଶ୍ରୀ ରାଉତ ଯକୃତ ରୋଗରଶେଷ ପର୍ଯ୍ୟାୟରେ ପହଞ୍ଚôଥିବା ବେଳେତାଙ୍କ ଜୀବନ ବଞ୍ଚାଇବା ପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟଥିଲା ବୋଲି ପ୍ରଫେସର ସାହୁ କହିଛନ୍ତି ।ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନାଲ ସର୍ଜରୀ,ହେପାଟୋଲଜି, ଆନାସ୍ଥେସିଆ,କାର୍ଡିଓଲୋଜି, ୟୁରୋଲୋଜି,ନେଫ୍ରୋଲଜି, ରେଡିଓଲୋଜି, ଓଟି,ଇନଫେକସନ କଂଟ୍ରୋଲ, ସେଣ୍ଟ୍ରାଲଲ୍ୟାବ ଏବଂ ବ୍ଲଡ ବ୍ୟାଙ୍କର ଡାକ୍ତର, ନର୍ସଏବଂ ପାରାମେଡିକ୍ସ ମାନଙ୍କୁ ନେଇ ଏହି ଅପରେସନ ନିମନ୍ତେ ଏକ ୪୦ ଜଣିଆଟିମ୍ ଗଠନ କରାଯାଇଥିଲା । ସର୍ଜରୀପୂର୍ବରୁ ଏଆଇଜି ଏବଂ ଆଇଏମଏସଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟରେ ଏହି ଯକୃତ ପ୍ରତ୍ୟାରୋପଣ ନେଇ ଏକ ବୁଝାମଣା ପତ୍ରସ୍ୱାକ୍ଷରିତ ହୋଇଥିଲା । ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ଦେଇପ୍ରଫେସର ସାହୁ କହିଛନ୍ତି ଯେ,ଅପରେସନ ଥିଏଟରରେ ଯକୃତ ପ୍ରଦାନ କରିଥିବା ଡୋନରଙ୍କର ୬୦% ଯକୃତ ପ୍ରଥମେ କଢ଼ାଯାଇଥିବା ବେଳେ ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସମ୍ପୂର୍ଣ୍ଣଭାବେ କଢ଼ାଯାଇଥିଲା ।
ନୂଆ ଯକୃତଟି ସହିତ ସର୍ଜନମାନେ ଆର୍ଟେରୀ, ଭେନଏବଂ ବାଇଲ ଡକ୍ଟା ଗୁଡିକୁ ରୋପଣ କରିଥିଲେ । ଏକ ନୂଆ ରୋଟମ୍ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତ୍ୟାରୋପଣ କରାଯାଇଥିଲା । ଉଭୟ ଡୋନର ଏବଂଯକୃତ ଗ୍ରହଣ କରିଥିବା ରୋଗୀ ଅପରେସନ ପରେ ସୁସ୍ଥ ଥିବା ପ୍ରଫେସର ସାହୁ କହିଛନ୍ତି । ଏହି ସର୍ଜରୀ ନିମନ୍ତେ ଏଆଇଜିର ଯକୃତ ପ୍ରତ୍ୟାରୋପଣ ନିର୍ଦେଶକ ପ୍ରଫେସର ମେନନ୍ଙ୍କନେତୃତ୍ୱରେ ଡ. ଜି.ଭି. ପ୍ରେମକୁମାର, ଡ.ଶକ୍ତି ସ୍ୱରୂପ, ଡ. କ୍ରିଷ୍ଣା ଚୈତନ୍ୟ ଓସନ୍ତୋଷ କୁମାର ସାହୁଙ୍କ ସମେତ ୧୦ଜଣ ଏଠାକୁ ଆସିଥିଲେ । ସେହିପରି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁଏହି ପ୍ରତ୍ୟାରୋପଣ ଟିମ୍ରେ ସାମିଲ୍ ଥିଲେଡ. ସତ୍ୟପ୍ରକାଶ ରାୟ ଚୌଧୁରø, ଡ. ସୁମିତ୍ମହାନ୍ତି, ଡ.ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର,ଡ. ସନ୍ତୋଷ କୁମାର ସିଂହ, ଡ. ରାଜୀବଲୋଚନ ସାମଲ, ଡ. ଦେବକାନ୍ତ ମିଶ୍ର,ଡ. ରାଜେଶ କୁମାର ଭୋଳ, ଡ.ଗିରିଜାନନ୍ଦିନୀ କାନୁନଗୋ ଏବଂ ପ୍ରତ୍ୟାରୋପଣ ସଂଯୋଜକ ସୁଶାନ୍ତ କୁମାରବିଶ୍ୱାଳ ଏବଂ ସରୋଜ ସେନାପତି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ରେଏଭଳି ସର୍ଜରୀ ନିମନ୍ତେ ଉପଲବ୍ଧ ଥିବା ସୁବିଧାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ପ୍ରଫେସର ମେନନ୍ ।
ସମ୍ ହସ୍ପିଟାଲର ସର୍ଜନ, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଖୁବ୍ ସହଯୋଗ କରିଥିଲେ ଏବଂ ସେମାନଙ୍କ ଠାରେ ଉତ୍ସାହ ରହିଛି ବୋଲି ସେ କହିଛନ୍ତି । ଭବିଷ୍ୟତରେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ଏକ କେନ୍ଦ୍ରହୋଇପାରେ ବୋଲି ସେ କହିଛନ୍ତି । ଓଡ଼ିଶାରେ ଯକୃତ ପ୍ରତ୍ୟାରୋପଣ ଆରମ୍ଭକରିବା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରନନାୟକଙ୍କର ସ୍ୱପ୍ନ ଥିଲା ବୋଲି ପ୍ରଫେସର ସାହୁ କହିବା ସହ ପ୍ରଥମ ସର୍ଜରୀ ରାଜ୍ୟରେ ଇତିହାସ ରଚିଥିଲାବୋଲି କହିଥିଲେ ।ପ୍ରଫେସର ସାହୁଙ୍କ ନେତୃତ୍ୱରେ ହସ୍ପିଟାଲରେ ପ୍ରଥମ ସର୍ଜରୀ ଗତ ମାର୍ଚ୍ଚ୫ ତାରିଖରେ ବାଲେଶ୍ୱର ଅଞ୍ଚଳର ଜୟନ୍ତକୁମାର ବିଶ୍ୱାଳଙ୍କର ଶରୀରରେ କରାଯାଇଥିବା ବେଳେ ତାଙ୍କୁ ତାଙ୍କ ୧୮ବର୍ଷର ପୁଅ ଯକୃତ ପ୍ରଦାନ କରିଥିଲେ ।ଏହା ଏକ ସଫଳ ପ୍ରତ୍ୟାରୋପଣ ଥିଲା ।ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତ ସିଂହାରଙ୍କର ଖୁବ୍ସହଯୋଗ ରହିଥିଲା ବୋଲି ସେ କହିଛନ୍ତି । ଯକୃତ ଜନିତ ରୋଗ ଓଡ଼ିଶାରେ ଦୃତଗତିରେ ବୃଦ୍ଧି ପାଉଥିବାବେଳେ ଅନେକ ଯୁବାବସ୍ଥାରେ ପ୍ରତ୍ୟାରୋପଣର ଅଭାବ ଯୋଗୁମୃତୁ୍ୟ ବରଣ କରୁଛନ୍ତି । ତେବେ ଆଇଏମଏସଆଣ୍ଡ ସମ୍ ହସ୍ପିଟାଲ୍ରେ ଏହା ଏବେ ସମ୍ଭବ ହୋଇପାରିଛି ଏବଂ ଖୁବ୍ ସୁଲଭ ମୁଲ୍ୟରେଏହି ପ୍ରତ୍ୟାରୋପଣ ହୋଇପାରୁଛି ବୋଲିପ୍ରଫେସର ସାହୁ କହିଛନ୍ତି ।