ଭୁବନେଶ୍ୱର,ତା ୨/୧୨ ; ସ୍ମାର୍ଟସିଟିବାସୀ ଏବେ ମଶା କାମୁଡାରେ କଲବଲ । ରାତିବେଳା ତ ଦୂରର କଥାଦିନରେ ବି ରାଜଧାନୀ ବାସୀ ମଶା ଦଂଶନରେ ଅସ୍ତବ୍ୟସ୍ତ ହେଉଛନ୍ତି । ମଶା ଘଉଡାବା ପାଇଁ ଆଉ ଆଗ ଭଳି ଧୂଆଁଛଡା ଯାଉନାହିଁ କି ବିଏମ୍ସି କର୍ମଚାରୀମାନେ ମଶା ତେଲ ପକାଉନାହାନ୍ତି । ଆଗକୁ ସ୍ଥିତି ଆହୁରି ବିଗିଡିବ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରୁଛନ୍ତି ।ଶୀତର ପ୍ରକୋପ ବଢିବା ସହିତ ରାଜଧାନୀରେ ମଶାମାନଙ୍କ ଆତଙ୍କ ଆରମ୍ଭ ହୋଇଛି । ଦିନ ରାତି ଏବେଲୋକଙ୍କୁ କାମୁଡିବାରେ ଲାଗିଛନ୍ତି । ମଶାଙ୍କ ଯୋଗୁଁ ଲୋକେ ଦିନବେଳା ବିଘରେ ମଶା ଘଉଡାଇବା ବତୀ ଲଗାଇବାକୁ ବାଧ୍ୟ ହେଉଛନ୍ତି । ସହରର ୬୭ଟି ଯାକ ୱାର୍ଡରେ ଏଭଳିଅବସ୍ଥା ଉପୁଜିଛି । ଏଥିପାଇଁମେଲା ମୁକୁଳା ନାଳ ସହିତସହର ସାରା ଗୋପାଳନକୁ ଦାୟୀ କରାଯାଉଛି । ମଶା ନିବାକରଣ ଲାଗି ପୂର୍ବଭଳି ବିଏମ୍ସି କର୍ତ୍ତୃପକ୍ଷଆଉ ନାଳ ନର୍ଦ୍ଦମାରେ ମଶାତେଲ ପକାଉ ନାହାନ୍ତି ।ଏଥିପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାବେଳେ ଯେଉଁମାନେ ଅଛନ୍ତି ସେମାନଙ୍କ ଆବଶ୍ୟକ ସାମଗ୍ରୀ ଯୋଗାଯାଉ ନାହିଁ ।
ଅନୁରୂପ ଅବସ୍ଥା ଧୂଆଁଛାଡିବା କ୍ଷେତ୍ରରେ । କାଁ ଭାଁ କେତୋଟି ସ୍ଥାନରେ ସଞ୍ଜବେଳେ ମଶା ଘଉଡାଇବା ଧୂଆଁ ଛାଡି ବିଏମ୍ସି ନିଜର କାମ ସାରିଦେଉଛି । ଏହାଦ୍ୱାରା ବାହାରେ ଥିବାମଶା ଲୋକଙ୍କ ଘରେ ପଶି କାମୁଡୁଛନ୍ତି ।ସହରରେ ଥିବା ୧୧ଟିମୁଖ୍ୟ ନାଳ ସହିତ ବିଭିନ୍ନ ୟୁନିଟ୍ରେ ଥିବା ଛୋଟଛୋଟ ନାଳ ଏବେ ମଶାବଂଶ ବିସ୍ତାରର ପ୍ରମୁଖ କେନ୍ଦ୍ରପାଲଟିଛି । ସହର ସାରା ଗଢିଉଠିଥିବା ବସ୍ତିର ବର୍ଜ୍ୟଜଳ ଡ୍ରେନରେ ମିଶୁଛି । ଅଧିକାଂଶ ସ୍ଥାନରେ ପାଇଖାନା ବର୍ଜ୍ୟକୁମଧ୍ୟ ବସ୍ତିବାସିନ୍ଦା ମାନେ ବର୍ଷାପାଣି ଯିବାପାଇଁ ଥିବାଡ୍ରେନରେ ଛାଡି ଦେଉଛନ୍ତି । ତେଣୁ ଏଠାରେ ସହଜରେ ମଶାବଂଶ ବିସ୍ତାର କରୁଛନ୍ତି ।ନାଳଗୁଡିକରେ ମଶାଂଲାର୍ଭା ନିପାତ ପାଇଁବିଏମ୍ସିର ଗମ୍ବୁସିଆ ମାଛ ଛାଡିବା ଯୋଜନା ଆଉ କାର୍ଯ୍ୟକାରୀ ହେଉନାହିଁ ।ଫଳରେ ସହରରେ ମଶା ବଂଶ ବୃଦ୍ଧିସାନ୍ଧ୍ରତା ଏବେ ୬୦ରୁ ୮୦ ମଧ୍ୟରେବିଭିନ୍ନ ସ୍ଥାନରେ ପହଞ୍ଚିଗଲାଣି ।ସ୍ମାର୍ଟସିଟିରେ ଏବେ ଲୋକେ ଯେଭଳି ମଶା କାମୁଡାର ଶିକାର ହେଉଛନ୍ତି ଏହାଦ୍ୱାରା ମେଲେରିଆ ଓ ଡେଙ୍ଗୁ ପରିସ୍ଥିତି ଉପୁଜିବା ନେଇ ଚିକିସôକମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।
କରୋନା ସମୟରେଯଦି ଏଭଳି ରୋଗ ଦେଖାଦେବ ତେବେଉଭୟ ରୋଗୀ ଓ ଚିକିସôକଙ୍କ ପାଇଁସମସ୍ୟା ବଢିଯିବ । ତେଣୁ ସହରରୁକିଭଳି ମଶାବଂଶ ହ୍ରାସ କରାଯିବ ତାହାଉପରେ ଧ୍ୟାନଦିଆଯିବା ଲାଗି ମତପ୍ରକାଶ ପାଉଛି । ସ୍ମାର୍ଟସିଟିରେ ଏବେ ବହୁ ସ୍ଥାନରେ ଖୋଲା ମେଲା ନାଳ ନର୍ଦ୍ଦମା ସାଙ୍ଗକୁଅଳିଆ ପକାଇବାପାଇଁ ଘରୋଇ ସଂସ୍ଥାରଖିଥିବା ଡଷ୍ଟବିନ ବି ମଶାବଂଶ ବୃଦ୍ଧିରମାଧ୍ୟମ ପାଲଟିଛି । ତେଣୁ ସହର ସାରା ରଖାଯାଇଥିବା ଭଙ୍ଗା ଦଦରା ଡଷ୍ଟବିନ୍ ହଟାଇବାକୁ ଲୋକେ ମତ ଦେଉଛନ୍ତି ।ଶୀତ ଆରମ୍ଭରୁ ମଶାଙ୍କ ଉତ୍ପାତ ବୃଦ୍ଧିପାଇଥିବାବେଳେ ଏହାକୁ ନିୟନ୍ତ୍ରଣ କରାନଗଲେ କରୋନା ସମୟରେ ଆଗକୁଏହା ବିଏମ୍ସି ଅଞ୍ଚଳବାସୀଙ୍କ ପାଇଁ ନୂଆବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।