ନୂଆଦିଲ୍ଲୀ,୨/୧୨ ; ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ୧୦ ହଜାର ସି ୍ଏନ୍ଜି ଷ୍ଟେସନ ପ୍ରତିଷ୍ଠାଏବଂ ୫ କୋଟି ପିଏନଜି ସଂଯୋଗ ପାଇଁଭାରତ ସରକାର ଯୁଦ୍ଧକାଳୀନ ଭିତିରେକାମ କରୁଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସକମ୍ପାନୀ (ଏମଏନ୍ଜିଏଲ)ର ୫ଟି ଗ୍ୟାସଷ୍ଟେସନ ରାଷ୍ଟ୍ର ଉଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ ଯେ, ଏହି୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବାଫଳରେ ଏମଏନଜିଏଲ୍ କମ୍ପାନୀରସିଏନଜି ନେଟ୍ୱାର୍କ ୧୦୦ରେ ପହଁଚିଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ଉପରୋକ୍ତ ଲକ୍ଷ୍ୟକୁ ହାସଲ କରିବା ପାଇଁସମସ୍ତ ସିଟି ଗ୍ୟାସ ବିତରଣ(ସିଜିଡି) ସଂସ୍ଥାଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି ।ସେହିପରି ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର୍ଯ୍ୟର ଶୁଭାରମ୍ଭ କରିବା ସହନାସିକ୍ ଠାରେ ବସରେ ସିଏନଜି ଯୋଗାଣ,ପୁଣେ ଠାରେ ମୋବାଇଲ ରିଫ୍ୟୁଲିଂୟୁନିଟ (ଏମଆରୟୁ) ମାଧ୍ୟମରେ ସିଏନଜି ଯୋଗାଣର କାମ ଦିଆଯାଇଛି ବୋଲି ଶ୍ରୀପ୍ରଧାନ କହିଛନ୍ତି ।ସେ କହିଛନ୍ତି ଅଧିକ ସ୍ଥାୟୀ ଉର୍ଜା ବ୍ୟବହାର ପାଇଁ ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ସେୟାର ୧୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ ।
ଏହା ସମ୍ଭବ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ହେବ ।ପ୍ରାକୃତିକ ଗ୍ୟାସର ଅଧିକ ବ୍ୟବହାର ଜୀବାଶ୍ମଇନ୍ଧନ ଉପରେ ନିର୍ଭର ଶୀଳତାକୁ ହ୍ରାସକରିବ । ଫଳରେ ଉର୍ଜା କ୍ଷେତ୍ରରେ ଦେଶର ଆମଦାନୀ ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିବ । ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁସିଜିଡ଼ି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବରେ ଉଭା ହୋଇଛି । ଘରୋଇ,ପରିବହନ, ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ସିଜିଡ଼ି ନେଟୱାର୍କର ଅଧିକବ୍ୟବହାର ବୃଦ୍ଧି ହେତୁ ଚାହିଦା ଆଗାମୀ ଦିନରେ ବଢ଼ିବାକୁ ଯାଉଛି । ଆମରଉର୍ଜା ବ୍ୟବହାରର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି ।