32.1 C
Bhubaneswar
Friday, June 25, 2021

ଅଭୟକାନ୍ତଙ୍କ ଘରେ ପୁଣି ଭିଜିଲାନ୍ସ ଚଢଉ ।

Must read

ଭୁବନେଶ୍ୱର,୦୨/୧୨; ଆଇଏଫଏସ ଅଫିସର ଅଭୟକାନ୍ତପାଠକଙ୍କ କେଳେଙ୍କାରୀ ଘଟଣାରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି ।ଅଭୟକାନ୍ତଙ୍କ ଘରେ ପୁଣି ଭିଜିଲାନ୍ସ ଚଢଉକରିଛି । ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ପକ୍ଷରୁଚଢଉ ଜାରି ରହିଛି । ସେପଟେ ଭିଜିଲାନ୍ସସେଲ ଅଫିସରେ ହାଜର ହୋଇଛନ୍ତି ପାଠକଙ୍କ ଡ୍ରାଇଭର୍ । ଡ୍ରାଇଭର୍ଜୁମାରାତଙ୍କୁ ଏସଆଇଟି ଟିମ୍ପଚରାଉଚରା କରୁଛି ।ଗତକାଲି ଜୁମାରାତଙ୍କୁ ହାଜରକରିବାକୁ ନୋଟିସ କରିଥିଲା ଏସଆଇଟି ।କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ହାଜର ହୋଇଛନ୍ତି । ୫ଟି ବ୍ୟାଙ୍କର କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ।

ଆର୍ଥିକ କାରବାର ନେଇ ଏସଆଇଟି ଖୋଳତାଡକରୁଛି । ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ଖୋଳତାଡ଼ ଚାଲିଛି । ଅଭୟକାନ୍ତ ପାଠକଙ୍କ ପୁତୁରାକୁ ବି ଭିଜିଲାନ୍ସରେ ହାଜରପାଇଁ ସମନ କରାଯାଇଛି ।ଭୟକାନ୍ତ ପାଠକଙ୍କ ଲିଙ୍କରେ ଅନୁଗୁଳଡି ଏଫଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏଥିଲାଗି ଆଜି୪ ଜଣିଆ ଭିଜିଲାନ୍ସ ଟିମ୍ ଅନୁଗୁଳଡିଏଫଓ ଅଫିସରେ ପହଞ୍ଚିଛି । ଏଠାରେବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ ।

ସୂଚନାଯୋଗ୍ୟ, ୧୯୯୩-୯୪ରେ ଅଭୟକାନ୍ତ ପାଠକ ଅନୁଗୁଳଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।ଅପରପକ୍ଷରେ ଅଭୟକାନ୍ତ ପାଠକଙ୍କଲିଙ୍କରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସମ୍ବଲପୁର ଶାଖାରେ ଭିଜିଲାନ୍ସ ପକ୍ଷରୁତଦନ୍ତ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ,୧୯୯୧ରେ ଅଭୟକାନ୍ତ ପାଠକ ସମ୍ବଲପୁର ସୋସିଆଲ୍ ଫରେଷ୍ଟ୍ରିରଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article