28.1 C
Bhubaneswar
Friday, July 30, 2021

ଏ ବର୍ଷ ତାତି ବଢ଼ିବ, ନିଆଁ ବର୍ଷିବ

Must read

ଭୁବନେଶ୍ୱର,୨୮ା୨(ନି.ପ୍ର): ଏବର୍ଷ ଆହୁରି ତାଉ ଦେଖାଇବ ତାତି । ପ୍ରଚଣ୍ଡ ଉତ ପ୍ତ ବର୍ଷ ହେବ ୨୦୨୦ୟ ଆକାଶରୁ ଖସିବ ନିଆଁ ଝୁଲ । ତତଲା କଡ଼େଇରେ ଭାଜି ହେବ ଓଡ଼ିଶା ସମେତ ଦେଶର କୋର୍ ହିଟ୍ ୱେଭ୍ ଜୋନରେ ଆସୁଥିବା ବିଭିନ୍ନ ରାଜ୍ୟ । ମାର୍ଚ୍ଚ, ଏପ୍ରିଲ୍ ଓ ମେ ଏହି ସମୟରେ ପୂର୍ବରୁଯେତେ ସବୁ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ତାକୁ ବି ଟପିଯିବ ଏ ବର୍ଷର ତାତି ଖରା । ଏଭଳି ଆକଳନ କରିଛନ୍ତି ଉଭୟ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟ ଓ ଭାରତୀୟପାଣିପାଗ ବିଭାଗ । ପୂର୍ବାନୁମାନ ଅନୁସାରେ କୋର ହିଟ୍ ୱେଭ୍ ଜୋନରେ ଆସୁଥିବା ରାଜ୍ୟ ଗୁଡ଼ିକ ହେଲା ରାଜସ୍ଥାନ, ଦିଲ୍ଲୀ,ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଉତର ପ୍ରଦେଶ, ଗୋଆ ଏବଂ ଓଡ଼ିଶା । ଏହି ସବୁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗତଥର ଅପେକ୍ଷା ଏବର୍ଷ ଆହୁରି ଦଶମିକ ୫ରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଯଦି ଆକଳନ ସତ ହେବ ତା’ହେଲେ ଏବର୍ଷ ବି ନିଆଁ ସଦୃଶ ରୌଦ୍ରତାପରେ ସିଝିବ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ।

ଫଟା ଖରା ସାଙ୍ଗକୁ ଅସ ମ୍ଭାଳ ଗୁଳୁଗୁଳିରେ ଛଟପଟ ହେବ ଉପକୂଳ ଓଡ଼ିଶା । ୨୦୦୩ ମସିହା ଜୁନ୍ ୩ରେ ଓଡ଼ିଶାର ଟିଟିଲାଗଡ଼ ଓ ୨୦୧୯ ଜୁନ୍ ପହିଲାରେ ରାଜସ୍ଥାନର ·ରୁ ୫୦ ଡିଗ୍ରୀତାପମାତ୍ରା ସହ ତାତିରେ କରିଥିଲେ ରେକର୍ଡବ୍ରେକ୍ । ସେହିଭଳି ଗତବର୍ଷ ମେ ମାସ୨୬ରେ ମଧ୍ୟ ଟିଟିଲାଗଡ଼ ୪୬.୫ ଡିଗ୍ରୀସହ ରାଜ୍ୟର ସବୁଠୁ ଉତ ପ୍ତ ସହରରହିଥିଲା । ଆକଳନ ଅନୁସାରେ ଏଠି ଏବର୍ଷ ତାପମାତ୍ରା ଆହୁରି ୧ ଡିଗ୍ରୀ ବଢିବା ନେଇ ଆକଳନ କରିଛି ଆଇଏମଡି ।ତା’ସହଦେଶର ୪୩ ପ୍ରତିଶତ ଅଞ୍ଚଳ କୋର୍ ହିଟ୍ ୱେଭ୍ ଜୋନରେ ଗଣାଯିବ ।

ଯାହାକିପରିବେଶ ଉପରେ ଘୋର ପ୍ରତିକୂଳ ପ୍ରଭାବପକାଇବ ବୋଲି ଆଶଙ୍କା କରିଛନ୍ତିପରିବେଶବିତ୍ । ସୂଚନାଯୋଗ୍ୟ, ୨୦୧୦ରୁ୨୦୧୮ ମସିହାରେ ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହରେ ସାରା ଦେଶରେ ୬୧୦୦ରୁଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଛି । ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ୧୯୯୮ରେ ଭୟଙ୍କର ଅଂଶୁଘାତରେ ରାଜ୍ୟରେ ୨ହଜାର ୪୨ଜଣଙ୍କ ଜୀବନ ଯାଇଥିବା ବେଳେ ସଚେତନତା ବଢିବାରୁ ୨୦୦୫ରେ ୨୩୬, ୨୦୧୦ରେ ୧୦୪,୨୦୧୨ରେ ୮୩, ୨୦୧୮ରେ ୧୮ ଓ ୨୦୧୯ରେ ୧୬ଜଣଙ୍କ ମୃତ୍ୟୁ ଘଟିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article