ପଟମୁଣ୍ଡାଇ,୦୧/୧୨ : ବନ୍ୟାବିପନ୍ନ ଲୋକମାନଙ୍କୁ ରିଲିଫସହ ସହାୟତା ରାଶି ବଟଂନ କରିବାପାଇଁ ସରକାର ନିଷ୍ପତି ଗ୍ରହଣ କରିଥିଲେ । ବନ୍ୟାବିପନ୍ନ ପରିବାରକୁ୫୦ କେଜି ଚାଉଳ ଓ ୫ ଶହ ଟଙ୍କାଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିବା ସହିତଏଥିରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏଥି ସହିତ ସରକାରୀ ରିଲିଫ ସହାୟତା ରାଶିବିପନ୍ନ ଲୋକମାନଙ୍କ ନିକଟରେ ଠିକଣା ଭାବେ ପହଁଚୁଛି କି ନାହିଁତାହାର ତଦାରଖ କରିବାକୁ ବିଧାୟକମାନଙ୍କୁ ପରାର୍ମଶ ଦେଇଥିଲୋ ବନ୍ୟାବିପନ୍ନ ଲୋକଙ୍କୁ ରିଲିଫ ଓସହାୟତା ରାଶି ବଟଂନକୁ ରାଜ୍ୟସରକାର ସର୍ବାଧିକ ଗୁରୁତ୍ୱଦେଇଥିବାରୁ ପ୍ରଶାସନ ଚଳ ଚଂଚଳ ହୋଇପଡିଥିଲା ।
କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଜିଲ୍ଲାବ୍ୟାପିବନ୍ୟା, ରିଲିଫ ଓ ସହାୟତା ରାଶିବଟଂନ ପ୍ରକ୍ରିୟା ଠିକଣା ଭାବେ ଚାଲିଥିବାବେଳେ ପଟମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ୧୦ ନଂ. ୱାର୍ଡରିଲିଫ ଓ ସହାୟତା ରାଶି ବଟଂନରେ ଅନିୟମିତତା ଓ ରିଲିଫ ଚାଉଳ ହଡପ ଅଭିଯୋଗ ହୋଇଥିଲା । ଏହିଅଭିଯୋଗ ଖୋଦ ପଟମୁଣ୍ଡାଇ ପୌରପରିଷଦର ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ , କେନ୍ଦ୍ରାପଡା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ନିକଟରେ ଡିଲର ବନମାଳି ଲେଙ୍କା ବିରୋଧ କରିବାସହିତ ଉପଜିଲ୍ଲାପାଳଙ୍କ ନିର୍ଦେଶରେ ପୌରନିର୍ବାହୀ ଅଧିକାରୀ ଶ୍ରୀସ୍ୱାଇଁଡିଲର ଶ୍ରୀଲେଙ୍କାଙ୍କ ବିରୋଧରେ ପଟମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ।
ପଟମୁଣ୍ଡାଇ ପୋଲିସଥାନା କେସ ନଂ.- ୪୯୩/୨୦୨୦ରେ ଏକ ମୋକଦ୍ଦମା ରୁଜୁମାମଲାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଉପଜିଲ୍ଲାପାଳ ଶ୍ରୀମହାପାତ୍ର ପଟମୁଣ୍ଡାଇ ବିଡିଓ ଭରତଚନ୍ଦ୍ର ପରିଡାଙ୍କୁ କାରଣ ଦର୍ଶାଅ ନୋଟିସଜାରି କରି ତଦନ୍ତ ନସରିବା ପର୍ଯ୍ୟନ୍ତ ଡିଲରଙ୍କ ମାସିକ କୋଟା ବନ୍ଦ କରି ନିକଟବର୍ତୀ ଡିଲରଙ୍କୁ ଟ୍ୟାଗ କରିବାପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଘଟଣା ପଟାମୁଣ୍ଡାଇ ବ୍ଲକର ଡିଲରମାନଙ୍କ ମଧ୍ୟରେ କୋକୂଆ ଭୟ ସୃଷ୍ଟିକରିଥିବା ବେଳେ ପଟମୁଣ୍ଡାଇରେ ଚର୍ଚ୍ଚାର ବିଷୟ ହୋଇଛି ।