32.1 C
Bhubaneswar
Friday, June 25, 2021

ପରୀ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ : ବିଜେପି ବିଧାୟକ ଦଳ।

Must read

ଭୂବନେଶ୍ୱର,୩୧/୧୧ :ପରୀ ପାଇଁ ନ୍ୟାୟର ଲଢେଇ ସାରା ରାଜ୍ୟଲଢୁଛି । ଏହି ଲଢେଇରେ ସାମିଲ ହୋଇପରୀ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତଏବଂ ଏହି ଘଟଣାରେ ସଂପୃକ୍ତ ଥିବାପ୍ରଭାବଶାଳୀ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବୀରେଭାରତୀୟ ଜନତା ପାର୍ଟୀ ତରଫରୁ ବିଧାନସଭାକୁ ଅଚଳ କରାଯାଇଛି ।ରାଜ୍ୟବାସୀଙ୍କ ଏହି ଲଢେଇରେ ବିଜେପିସାମିଲ ରହିବ ଏବଂ ପରୀ ପାଇଁ ନ୍ୟାୟକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନେବା ପାଇଁବିଜେପି ବଦ୍ଧ ପରିକର । ଅନ୍ୟ ପଟେମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ଦଳକଂଗ୍ରେସ ଦଳକୁ ବ୍ୟବହାର କରି ଏଭଳିିସ୍ପର୍ଷକତା ପ୍ରସଙ୍ଗକୁ ବିଭ୍ରାନ୍ତ କରିବାଅତ୍ୟନ୍ତ ଦୁର୍ଭାଗ୍ୟଜନକା କଂଗ୍ରେସ ଦଳବିଜେଡିର ସୁରକ୍ଷା କବଚ ସାଜି ପରୀନ୍ୟାୟ ଲଢେଇକୁ ଧୋକା ଦେଇଛି ବୋଲିବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାରନାଏକ କ୍ଷୋଭ ପ୍ରକାଶ କରି କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ସମସ୍ତବିଧାୟକଙ୍କ ଉପସି୍ଥତିରେ ଅନୁଷ୍ଠିତସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳନେତା ଶ୍ରୀ ନାଏକ କହିଛନ୍ତି ଯେ,ଛୋଟିଆ ଝିଅ ପରୀର କେହି ହେଲେଶତୃ ନଥିଲେ ।

ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କସହଯୋଗୀ ବାବୁଲା ନାଏକଙ୍କ ଜେସିବିମେସିନ ପାଖରେ ଖେଳୁଥିବା ବେଳେ ପରୀହଠାତ୍ ଅନ୍ତର୍ଦ୍ଧ୍ୟାନ ହୋଇଯିବା ଏବଂ ୩-୪ ମାସ ପରେ ତା ଘର ନିକଟରୁ ବସ୍ତାଭିତରେ ଭର୍ତି ରହିଥିବା ହାଡକଙ୍କାଳ ମିଳିଥିଲାା ମନ୍ତ୍ରୀ ଶ୍ରୀ ସାହୁ କିମ୍ବା ପୋଲିସପ୍ରଶାସନ ତରଫରୁ ଘଟଣା ସଂପର୍କରେତଦନ୍ତ ପାଇଁ ସହଯୋଗ କରିବା ପରିବର୍ତେପରୀର ବାପା, ମାଁଙ୍କୁ ଧମକ ଓ ମାଡ ଦେଇପ୍ରଭାବିତ କରିଛନ୍ତି । ଏପରିକି ୫ଲକ୍ଷଟଙ୍କାର ପ୍ରଲୋଭନ ମଧ୍ୟ ଦେଇଥିଲେ ।ଘଟଣାକୁ ବିଭ୍ରାନ୍ତ କରିବା ପାଇଁସାକ୍ଷୀମାନଙ୍କୁ ପ୍ରବର୍ତାଇଥିଲେ । ପରୀସାମାନ୍ୟ ଗରୀବ ଅଟୋ ଡ୍ରାଇଭରର ଝିଅହୋଇଥିବା କାରଣରୁ କ’ଣ ନ୍ୟାୟପାଇବାରୁ ବଂଚିତ ହେବ ବୋଲି ଶ୍ରୀନାଏକ ପ୍ରଶ୍ନ କରିଛନ୍ତି ।ଆଖିକୁ ଧର୍ମଠାର ଭଳି ରାଜ୍ୟସରକାରଙ୍କ ଦ୍ୱାରା ଗଠିତ ଏସଆଇଟିଟିମ୍ରେ ଥିବା ସମସ୍ତ ୫ଜଣ ସଦସ୍ୟ ରାଜ୍ୟସରକାରଙ୍କ ଅଧିନସ୍ଥ କର୍ମଚାରୀ ଏବଂଏହା ଦ୍ୱାରା ନିରପେକ୍ଷ ତଦନ୍ତ ଆଦୈାସମ୍ଭବ ନୁହେଁ । କେବଳ ସିବିଆଇ ଦ୍ୱାରାତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁଆସିପାରିବ । ଅନ୍ୟ ପଟେ ଅଭିଯୁକ୍ତ ଶ୍ରୀଅରୁଣ ସାହୁ ପ୍ରଭାବଶାଳୀ ମନ୍ତ୍ରୀ ହୋଇଥିବାକାରଣରୁ ତଦନ୍ତକୁ ପ୍ରଭାବିତ କରିବେ ।

ତେଣୁ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ବିରୋଧୀଦଳ ନେତା ଶ୍ରୀ ନାଏକ ପୁଣି ଥରେ ଦାବୀଜଣାଇଛନ୍ତି ।ଆମେ କେବେହେଲେ ଏସଆଇଟିତଦନ୍ତ ପାଇଁ ଦାବୀ କରିନାହୁଁ । ନିଜରସୁରକ୍ଷା କବଚ ସାଜିଥିବା କଂଗ୍ରେସକୁସାଥୀ କରି ଶାସକ ବିଜେଡି ଘଟଣାକୁ ଚାପିଦେବାର ଅପପ୍ରୟାସ କରୁଛି ବୋଲି ଶ୍ରୀନାଏକ ଅଭିଯୋଗ କରିଛନ୍ତି ।ପରୀ ଭଳି ରାଜ୍ୟର ୫୩୨୩ ଶିଶୁଅନ୍ତର୍ଦ୍ଧ୍ୟାନ ଅଛନ୍ତି । ରାଜ୍ୟ ସରକାର ଏହିଘଟଣାମାନଙ୍କର ସାମାନ୍ୟତମ ଟେର୍ପାଉନାହାନ୍ତି । ଏଭଳି ଗମ୍ଭୀର ଘଟଣାମାନପାଇଁ ରାଜ୍ୟସରକାର ଆଦୈାସମ୍ବେଦନଶୀଳ ନୁହନ୍ତି । ବିରୋଧୀ ଦଳଭୁମିକାରେ ଥିବା ସତ୍ୱେ ଶାସକ ବିଜେଡିକୁକଂଗ୍ରେସ ଦଳର ସହଯୋଗ ଅତ୍ୟନ୍ତଲଜ୍ଜାଜନକ ବୋଲି ବରିଷ୍ଠ ବିଧାୟକ ଶ୍ରୀଜୟନାରାୟଣ ମିଶ୍ର କହିଛନ୍ତି ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନମାଝୀ, ସୁବାଷ ପାଣିଗ୍ରାହୀ, ସୁକାନ୍ତନାୟକ, ଶଙ୍କର ଓରାମ, କୁସୁମ ଟେଟେ,ନାଉରୀ ନାଏକ, ଭାସ୍କର ମଢେଇ, ଜୟନ୍ତଷଡଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର,ସନାତନ ବିଜୁଳି, ନବଚରଣ ମାଝୀ,ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ,ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟମାଢୀ, ଡ.ବୁଧାନ ମୁର୍ମୁ ପ୍ରମୁଖବିଧାୟକଗଣ ଉପସ୍ଥିତ ଥିଲେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article