28.1 C
Bhubaneswar
Friday, July 30, 2021

ସ୍ପେଶାଲ୍ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି କଲେ ନବୀନ

Must read

ଭୁବନେଶ୍ୱର,୨୮ା୨(ନି.ପ୍ର): ଲୋକସେବା ଭବନର ସମ୍ମେଳନ କକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂର୍ବାଂଚଳ ଆଂଚଳିକ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ୍ ମାନ୍ୟତା ଦାବି କରିଛନ୍ତି । ଓଡ଼ିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଥିବାରୁ ସ୍ପେଶାଲ ଫୋକସ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସାମୁଦ୍ରିକ ଝଡ଼ “ଫନି’ ସମୟରେ ସହାୟତା ପ୍ରଦାନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ପୂର୍ବାଂଚଳ ରାଜ୍ୟ ପରିଷଦ ବୈଠକରେ ୪ଟି ପ୍ରସଙ୍ଗ ଉଠାଇ ନବୀନ କହିଥିଲେ, ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦେ୍ଦଶ୍ୟ ।

ଅର୍ଥନୈତିକ ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବା ଦରକାର । ଏଥିସହ ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡ଼କ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ । କାରଣ କେନ୍ଦ୍ର ତାଲିକାରେ ଏହି ସବୁ ପ୍ରସଙ୍ଗ ଆସୁଥିଲେ ମଧ୍ୟ ପୂର୍ବାଞ୍ଚଳ ପଛରେ ରହିଛି । ଏହି ତିନିଟି କ୍ଷେତ୍ରରେ ପୂର୍ବାଂଚଳ ଦେଶର ଅନ୍ୟ ଅଂଚଳଠାରୁ ପଛରେ ରହିଛି । ସେହିପରି ଦେଶର ଖଣିଜ ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ହୋଇଥିବା ହେତୁ ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶରେ ଏହାର ଫଳ ବିନିଯୋଗ ହେଉ ବୋଲି ସେ କହିଛନ୍ତ ।

୨୦୧୨ରୁ କୋଇଲା ରୟାଲ୍ଟି ଦର ପୁନଃ ନିର୍ଦ୍ଧାରିତ ହୋଇନଥିବା ହେତୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଆର୍ଥିକ ଭିତିଭୂମି ଓ ବୈଷୟିକ ଦୃଷ୍ଟିକୋଣରୁ ଜାତୀୟ ସହମତି ଜରୁରୀ ଏବଂ ସବୁର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା ହେବା ଉଚିତ ବୋଲି ମତ ଦେଇଛନ୍ତି ନବୀନ । ଏହି ୪ ରାଜ୍ୟରେ ଆଦିବାସୀ ବହୁଳ ଅଂଚଳ ଅଧିକ ହୋଇଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସ ମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି ନବୀନ । ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳ ମ୍ବ, ଧାନ କିଣାରେ ସବସିଡି ନ ଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣା ଜମି ଦେଉଥିଲେ ବି କାମ ଆଗକୁ ବଢ଼ୁୁ ନଥିବା ପ୍ରସଙ୍ଗ ମଧ୍ୟ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article